Posted inଜାତୀୟ

ଭୀଷଣ ଜଳବାୟୁ ପରିବର୍ତ୍ତନ: ଗତ ୧୦ ବର୍ଷରେ ଭୀଷଣ ପାଗ ୫ ଗୁଣ ବୃଦ୍ଧି

ନୂଆଦିଲ୍ଲୀ,୭ା୯: ଭାରତର ୮୫%ରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆଇପିଇ ଗ୍ଲୋବାଲ ଏବଂ ଏସ୍ରି ଇଣ୍ଡିଆ ପକ୍ଷରୁ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ, ୪୫% ଜିଲାରେ ଧାରା ବଦଳୁଥିବା ଦେଖାଯାଇଛି। ଯେଉଁ ଜିଲାଗୁଡ଼ିକ ପାରମ୍ପରିକ ଭାବେ ବନ୍ୟାପ୍ରବଣ ଥିଲା, ତାହା ଏବେ ମରୁଡ଼ିପ୍ରବଣ ହୋଇଥିବା ବେଳେ ମରୁଡ଼ିପ୍ରବଣ ଜିଲା ବନ୍ୟାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।

ସ୍ପାଟିକାଲ ଏବଂ ଟେମ୍ପରାଲ ମଡେଲିଂ ବ୍ୟବହାର କରାଯାଇ ୧୯୭୩ରୁ ୨୦୨୩ ମଧ୍ୟରେ ପାଣିପାଗର ଅନୁଧ୍ୟାନ କରାଯାଇଥିଲା। କେବଳ ଗତ ୧୦ ବର୍ଷ ମଧ୍ୟରେ ଭୀଷଣ ପାଗ ୫ ଗୁଣ ବୃଦ୍ଧି ହୋଇଛି। ପ୍ରବଳ ବନ୍ୟା ୪ ଗୁଣ ବଢ଼ିଛି। ପୂର୍ବ ଭାରତର ଜିଲାଗୁଡ଼ିକ ଅତ୍ୟଧିକ ବନ୍ୟା ପ୍ରବଣ ହୋଇଥିବା ବେଳେ ଏହା ପଛକୁ ଉତ୍ତରପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ରହିଛି। ଅନାବୃଷ୍ଟି ୨ ଗୁଣ ଏବଂ ବାତ୍ୟା ୪ ଗୁଣ ବଢ଼ିଛି। ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଆସାମର ୬୦%ରୁ ଊର୍ଦ୍ଧ୍ୱ ଜିଲା ଏକାଧିକ ଭୀଷଣ ଜଳବାୟୁ ପରିବର୍ତ୍ତନ ଜନିତ ପାଗର ସମ୍ମୁଖୀନ ହୋଇଛନ୍ତି।

ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନର ଧାରା ଯୋଗୁ ପ୍ରତି ୧୦ରୁ ୯ ଜଣ ଭାରତୀୟ ପ୍ରଭାବିତ ହୋଇଛନ୍ତି। ନିକଟରେ କେରଳର ପ୍ରଳୟଙ୍କର ଭୂସ୍ଖଳନ, ଗୁଜରାଟ ବନ୍ୟା, ଓମ୍‌ ପର୍ବତର ତୁଷାର ଉଭେଇଯିବା, ପ୍ରବଳ ବର୍ଷା ଯୋଗୁ ସହରଗୁଡ଼ିକରେ ଜୀବନଯାତ୍ରା ହଠାତ୍‌ ଅଚଳ ହୋଇପଡ଼ିବା ଜଳବାୟୁ ପରିବର୍ତ୍ତନର ଉଦାହରଣ। ୨୦୩୬ ସୁଦ୍ଧା ୧୪୭ କୋଟି ଭାରତୀୟ ଜଳବାୟୁ ପରିବର୍ତ୍ତନ ଜନିତ ଭୀଷର ଭାଗର ସମ୍ମୁଖୀନ ହେବେ ବୋଲି ଅବିନାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?