ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ

ଟିଟିଲାଗଡ଼, ୪।୨(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ଲକ୍ଷ୍ମୀବସ୍‌ ଯୋଜନା ଆରମ୍ଭ ନ ହେଉଣୁ ନିଯୁକ୍ତି ନେଇ ଟଙ୍କା ଅସୁଲି ଚର୍ଚ୍ଚାର ବିଷୟ ହୋଇଛି। ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ପଦରେ ନିଯୁକ୍ତି ନେଇ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାୟଗଡା ଜିଲା ଗୁଣପୁର ଏନଏସିର ସରୋଜ ଲିମା ଏବଂ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ବେଣୁଗୋପାଳ ବେହେରା। ସେମାନଙ୍କଠାରୁ ଏକ କାର୍‌, ମୋବାଇଲ, ସିମ ଓ ରେଜିଷ୍ଟର ଜବତ କରାଯାଇଛି। ଏ ନେଇ ରବିବାର ସନ୍ଧ୍ୟାରେ ଟିଟିଲାଗଡ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି।

ଏସ୍‌ଡିପିଓ କୁମ୍ଭାରଙ୍କ ସୂଚନା ଅନୁସାରେ ବଲାଙ୍ଗୀର ଓଏସ୍‌ଆରଟିସି ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ ରଞ୍ଜନ ମିଶ୍ର ଜିଲାରେ ଲକ୍ଷ୍ମୀ ବସ୍‌ରେ କଣ୍ଡକ୍ଟର ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଟଙ୍କା ମଗାଯାଉଥିବା ନେଇ ଟିଟିଲାଗଡ ଥାନାରେ ଗତ ୧ତାରିଖରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଏସ୍‌ଡିପିଓ କୁମ୍ଭାର, ଥାନା ଆଇଆଇସି ସାହୁ, ଏସଆଇ କେ.କେ. ଜାନୀ, ଏଏସଆଇ ଏସ.ସାହୁ, ବି.ଡି.ଭୋଇ, ଟି.ଭୁମିଆଙ୍କୁ ନେଇ ଏକ ଟିମ୍‌ ଗଠିତ ହୋଇଥିଲା।

ତଦନ୍ତରୁ ଅଭିଯୁକ୍ତ ସରୋଜ ଲିମା ନିଜକୁ ସଞ୍ଜୟ ନାୟକ ଭାବେ ନିଜ ପରିଚୟ ଦେଇ କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ରମେଶ ବେହେରାଙ୍କ ସହାୟତାରେ ଆଶାୟୀଙ୍କ ପିଛା ୨୫ହଜାର ଟଙ୍କା ଏବଂ କାଗଜାତ ଦାଖଲ କରିବାକୁ କହିଥିଲେ। ଗତ ୩୧ ତାରିଖରେ ସରୋଜ ବଲାଙ୍ଗୀର ସହରର ଜଗର୍ସ ପାର୍କକୁ ନିଯୁକ୍ତି ଆଶାୟୀଙ୍କୁ ଜଣ ପିଛା ୨୫ ହଜାର ଟଙ୍କା ଧରି ଆସିବାକୁ କହିଥିଲେ। ତେବେ କେତେକ ଗଣମାଧ୍ୟମ ପ୍ରତିନିଧି ଜଗର୍ସ ପାର୍କରେ ଏଭଳି ଭିଡ ନେଇ ପ୍ରଶ୍ନ ପଚାରିବା ସହ ନିଯୁକ୍ତି ଆଶାୟୀ ଭିଡିଓ ଚିତ୍ର ଉତ୍ତୋଳନ କରିବାରୁ ସରୋଜ ସେଠାରୁ ଖସି ପଳାଇଥିଲେ। ଗିରଫ ୨ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠଇ ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ କୁମ୍ଭାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?