ବାହ୍ୟଚାପ

ପାକିସ୍ତାନ ତା’ ଜାତୀୟ ସୁରକ୍ଷା ନୀତି ୨୦୨୨-୨୬ ପ୍ରକାଶ କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ୍‌ ଓ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟର ଅଧା ସାଧାରଣରେ ପ୍ରକାଶ କରାଯାଇଥିବାବେଳେ ଆଉ ଅଧା ଗୁପ୍ତ ରଖାଯାଇଛି। ଉକ୍ତ ଡକ୍ୟୁମେଣ୍ଟ ଆର୍ଥିକ ସୁରକ୍ଷାକୁ ଗୁରୁତ୍ୱ ଦେଇ କହିଛି ଯେ, ପାରମ୍ପରିକ ସୁରକ୍ଷା ହିଁ ଆର୍ଥିକ ସମୃଦ୍ଧିର ଏକମାତ୍ର ବାଟ। ଏହା ମଧ୍ୟ ସ୍ବାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ଜଳାଭାବ, ଖାଦ୍ୟ ସୁରକ୍ଷା ଏବଂ ଲିଙ୍ଗଗତ ସୁରକ୍ଷା ସମ୍ପର୍କରେ କହିଛି। ଗୋଟିଏ ସମାଜର ସ୍ଥିରତା ଏବଂ ଜାତୀୟ ସଦ୍‌ଭାବନାକୁ ଦୁର୍ବଳ କରିବାର ତୀବ୍ର ପ୍ରୟାସ ହିଁ ସନ୍ତ୍ରାସବାଦ ବୋଲି ସୂଚାଇ ଦେଇଛି। ଏହା ମଧ୍ୟ ଦର୍ଶାଇଛି ଯେ, ଆଭ୍ୟନ୍ତରୀଣ ସୁରକ୍ଷା ନୀତିର ଲକ୍ଷ୍ୟଗୁଡ଼ିକ ହେଉଛି ନାଗରିକମାନଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷାର ଗ୍ୟାରେଣ୍ଟି ପାଇଁ ଦେଶର ପ୍ରଶାସନିକ ଓ ନ୍ୟାୟିକ ନିର୍ଦ୍ଦେଶକୁ ସୁନିଶ୍ଚିତ କରିବା। ସନ୍ତ୍ରାସବାଦ, ଉଗ୍ର ଗୋଷ୍ଠୀଗତ ଜାତୀୟତାବାଦ, ସାମ୍ପ୍ରଦାୟିକତା ଏବଂ ଯୋଜନାବଦ୍ଧ ଅପରାଧ ବିରୋଧୀ ଲଢେଇକୁ ଏହା ପ୍ରାଥମିକତା ଦେଇଛି। ପାକିସ୍ତାନ କିପରି ପର୍ଯ୍ୟଟକ, ନିବେଶକ, ବ୍ୟବସାୟ ଓ ବୌଦ୍ଧିକ କାର୍ଯ୍ୟକଳାପର ଏକ ସୁରକ୍ଷିତ ସ୍ଥଳୀ ପାଲଟିବ ତାହା ନିଶ୍ଚିତ କରିବା ସହ ବହିର୍ବ୍ୟାପାର କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଏବଂ ସାର୍ବଭୌମତ୍ୱ ସମାନତାର ଆଧାରରେ ପଡୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କକୁ ସ୍ବାଭାବିକ କରି ଆଞ୍ଚଳିକ ଶାନ୍ତି ଆଶା କରିବା ଉପରେ ଜୋର୍‌ ଦେଇଛି। ଚାଇନା କରିଡର ଦ୍ୱାରା ପାକିସ୍ତାନ ଏବେ ପରିବର୍ତ୍ତନର ଦ୍ୱାରଦେଶରେ। କରିଡର ପାକିସ୍ତାନ ଅଧିକୃତ କଶ୍ମୀର ଦେଇ ଆରବିୟାନ ସି’ ସହ ଚାଇନାକୁ ସଂଯୋଗ କରିବ। ଯଦି ଆଫଗାନିସ୍ତାନରେ ସ୍ଥିରତା ଆସେ ତେବେ ଏହା ପାକିସ୍ତାନକୁ କେନ୍ଦ୍ର ଏସିଆ ସହ ସଂଯୋଗ କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଆମ ଜାତୀୟ ସୁରକ୍ଷା ନୀତି ପ୍ରଭାବିତ ହେଉଛି କି ନାହିଁ ସେଥିପାଇଁ ଭାରତ ସରକାରଙ୍କୁ ଦେଖିବାକୁ ପଡ଼ିବ। ଏହା କରିବା ଲାଗି ଆମ ପାଖରେ ଏକ ଜାତୀୟ ସୁରକ୍ଷା ନୀତି ରହିବା ଆବଶ୍ୟକ, ଯାହା ଆମ ପାଖରେ ନାହିଁ। ପୂର୍ବତନ ସେନାଧ୍ୟକ୍ଷ ପ୍ରକାଶ ମେନନ୍‌ କହିଛନ୍ତି ଯେ, ପାକିସ୍ତାନ ପ୍ରତି ଭୟ ସୃଷ୍ଟି କରିବା ପାଇଁ ବହୁ ଦଶନ୍ଧି ଧରି ଆମ ସେନାକୁ ଭାରତୀୟ ରାଜନୀତି ମାର୍ଗଦର୍ଶନ କରିଆସିଛି। କିନ୍ତୁ ଏବେ ଚାଇନା ଆଡୁ ବିପଦ ଥିବାରୁ ଏଥିରେ ପରିବର୍ତ୍ତନ ହୋଇଛି। ମିଲିଟାରି ଅଧିକାର ଦ୍ୱାରା ରାଜନୈତିକ ଉଦ୍ଦେଶ୍ୟଗୁଡ଼ିକ ହାସଲ କରିବାର ସମ୍ଭାବନା ରହିଛି ବୋଲି ୨୦୦୯ରେ ‘ରକ୍ଷା ମନ୍ତ୍ରୀଙ୍କ ଡାଇରେକ୍ଟିଭ୍‌’ ଡକ୍ୟୁମେଣ୍ଟରେ କୁହାଯାଇଥିଲା। ସେହି ଡାଇରେକ୍ଟିଭ୍‌ରେ ମେନନ୍‌ ଉଲ୍ଲେଖ କରିଥିଲେ ଯେ, ଏକ ସ୍ପଷ୍ଟ ଜାତୀୟ ସୁରକ୍ଷା ରଣନୀତିର ଅଭାବ ରହିଛି ଓ ବହୁଦିନ ହେବ ଆରମ୍ଭ କରାଯାଇପାରୁ ନାହିଁ। ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ଲାନିଂ କମିଟିକୁ ଦୁଇବର୍ଷ ପୂର୍ବେ ଉକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ଏବେ ସୁଦ୍ଧା କିଛି ସୁଫଳ ମିଳିନାହିଁ।
୨୦୧୮ରେ ଭାରତ ସରକାର ଡୋଭାଲଙ୍କ ଅଧ୍ୟକ୍ଷତାରେ ଡିଫେନ୍ସ ପ୍ଲାନିଂ କମିଟି ଗଠନ କରିଥିଲେ। ଏଥିରେ ବୈଦେଶିକ ସଚିବ, ପ୍ରତିରକ୍ଷା ସଚିବ, ଚିଫ୍‌ ଡିଫେନ୍ସ ଷ୍ଟାଫ୍‌, ତିନି ସେନାର ମୁଖ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟର ସଚିବମାନେ ଥିଲେ। ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେବା, ଅତ୍ୟାବଶ୍ୟକ ବୈଦେଶିକ ନୀତି, ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତା, ଉପଯୋଗୀ ରଣନୀତି ଓ ସୁରକ୍ଷା ସମ୍ପର୍କିତ ସିଦ୍ଧାନ୍ତ, ପ୍ରତିରକ୍ଷା କ୍ଷମତା ଏବଂ ଭିତ୍ତିଭୂମି ବିକାଶ ଯୋଜନା, ଜାତୀୟ ସୁରକ୍ଷା ରଣନୀତି, ଯୋଜନାବଦ୍ଧ ପ୍ରତିରକ୍ଷା ସମୀକ୍ଷା ଓ ସିଦ୍ଧାନ୍ତ, ଅନ୍ତର୍ଜାତୀୟ ପ୍ରତିରକ୍ଷା ବ୍ୟବସାୟିକ ରଣନୀତି ଏବଂ ଆହୁରି ଅନେକ ବିଷୟରେ ଧ୍ୟାନ ଦେବାର ବ୍ୟାପକ ଦାୟିତ୍ୱ ରହିଥିଲା କମିଟିର। ୩ ମେ ୨୦୧୮ରେ ଏହି କମିଟିର ବୈଠକ ଥରେ ଅନୁଷ୍ଠିତ ହୋଇଥିଲା ଓ ଏହାପରେ ଆଉ ହୋଇନାହିଁ। ଜାନୁୟାରୀ ୨୦୨୧ରେ ଥିଙ୍କ ଟ୍ୟାଙ୍କ୍‌ କୁହାଯାଉଥିବା ନୀତି ଆୟୋଗ ଜଣେ ଅବସରପ୍ରାପ୍ତ ସେନାଧ୍ୟକ୍ଷଙ୍କ ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ ମଧ୍ୟ କରିଥିଲେ। ସେନାରେ ଆରମ୍ଭ କରାଯାଇଥିବା ପରିବର୍ତ୍ତନ ସରକାରଙ୍କୁ ତାଙ୍କ ରଣନୀତି ଓ ସେନା ବିଚକ୍ଷଣତା ପ୍ରଦର୍ଶନ କରିବା ଲାଗି ସୁଯୋଗ ଦେଇଛି ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ଙ୍କୁ ଏକ ପ୍ରତିରକ୍ଷା ରଣନୀତି ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ଉକ୍ତ ରିପୋର୍ଟର ସିଦ୍ଧାନ୍ତ ଥିଲା।
୨୦୨୦ରେ ଚାଇନା ଚାପରେ ଭାରତ ତା’ ଜାତୀୟ ସୁରକ୍ଷା ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ ହେଲା। ଆର୍ମିର ଧ୍ୟାନ ଅନୁପ୍ରବେଶ ମୁକାବିଲାରୁ ହଟିଯାଇ ପାରମ୍ପରିକ ଯୁଦ୍ଧ ଆଡ଼କୁ ଚାଲିଗଲା। ଚାଇନା ଭାରତର ମୁଖ୍ୟ ଶତ୍ରୁ ବୋଲି ଜୁନ ୨୦୨୧ରେ ପୂର୍ବତନ ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ ରାଓ୍ବତ ସ୍ବୀକାର କରିଥିଲେ। ସେ କହିଥିଲେ, ଏକ ଉନ୍ନତ ସୁରକ୍ଷା ବଳ, ବିକଶିତ ପ୍ରଯୁକ୍ତି ଥିବା ଦେଶ ଯଦି ତୁମର ପଡୋଶୀ ହୋଇଥିବ ତେବେ ତାହାକୁ ଲକ୍ଷ୍ୟ କରି ତୁମେ ନିଜକୁ ପ୍ରସ୍ତୁତ କରିବା ସ୍ବାଭାବିକ। ଏହା ଡୋଭାଲଙ୍କ ସିଦ୍ଧାନ୍ତର ବିପରୀତ। ତାଙ୍କ ମତରେ, ସନ୍ତ୍ରାସବାଦ ଭାରତର ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ ଏବଂ ପାକିସ୍ତାନ ହିଁ ବଡ଼ ଶତ୍ରୁ। ହେଲେ ଚାଇନା ଚାପରେ ଗତବର୍ଷ ଫେବୃୟାରୀରେ, ଆଶ୍ଚର୍ଯ୍ୟଜନକ ଭାବେ, ଭାରତ ଓ ପାକିସ୍ତାନ ମିଳିତ ଭାବେ ଘୋଷଣା କରିଥିଲେ ଯେ, ସେମାନେ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ପାଳନ କରିବେ। ଲଦାଖର ଘଟଣାଗୁଡ଼ିକ ଦୁଇଟି ବିଷୟକୁ ଏହା ସ୍ପଷ୍ଟ କରିଥିଲା। ପ୍ରଥମରେ ଭାରତ ନିୟନ୍ତ୍ରଣ ରେଖାରୁ ତା’ଧ୍ୟାନ ହଟାଇ ଲାଇନ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ ପ୍ରତି ଗୁରୁତ୍ୱ ଦେଇଛି। ଏବେ ମୋଟରେ ୨ ଲକ୍ଷ ଭାରତୀୟ ସୈନ୍ୟ ଚାଇନା ସୀମାରେ ରହିଛନ୍ତି। ଦ୍ୱିତୀୟରେ ନାଭିରୁ ସଂସାଧନ ସ୍ଥଳ ସୀମାକୁ ସ୍ଥାନାନ୍ତର କରିବାକୁ ଭାରତ ବାଧ୍ୟ ହୋଇଛି। ଏହା ଚାଇନା ବିରୋଧୀ କ୍ୱାଡ୍‌ ଓ ଅକୁସ ସାମରିକ ମେଣ୍ଟରେ ଭାରତର ପଦାବନତରୁ ସ୍ପଷ୍ଟ ହୋଇଛି। ଏହି ସବୁ ପରିବର୍ତ୍ତନ ଜାତୀୟ ସୁରକ୍ଷା ନୀତି ନୁହେଁ, ବରଂ ବାହ୍ୟ ଚାପ ଯୋଗୁ ହୋଇଛି। ଏଥିତ୍ରୁ ବୁଝାପଡ଼ୁଛି ଯେ, ବାହ୍ୟଚାପ ତଥା ତଜ୍ଜନିତ ଘଟଣାଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ସେଗୁଡ଼ିକର ପୂର୍ବାନୁମାନ କରିବା ପରିବର୍ତ୍ତେ ଆମକୁ ଏକ ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି। ପାକିସ୍ତାନ ଓ ତା’ଜାତୀୟ ସୁରକ୍ଷା ନୀତି ୨୦୨୨-୨୬କୁ ଦୃଷ୍ଟିରେ ରଖି ଏହି ସବୁ ବିଷୟଗୁଡ଼ିକ ଉପରେ ଚିନ୍ତା କରିବାକୁ ପଡ଼ିବ।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri