ଆଗକୁ ରଥଯାତ୍ରା: ପୁରୀରେ କରାଯିବ ବ୍ୟାପକ ଟିକାକରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଆଉ କିଛିଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଦ୍ୱିତୀୟ ଡୋଜ୍‌ ବା ପ୍ରିକସନ ଡୋଜ୍‌ ନେଇନାହାନ୍ତି ସେମାନଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଟିକା ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅବଗତ କରାଇଛି।

ରାଜ୍ୟରେ ଯେତିକି ଆକ୍ଟିଭ୍‌ କେସ୍‌ ରହିଛି ସେଥିରୁ ବହୁତ କମ୍‌ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି। ରାଜ୍ୟରେ ଭଲ ଭାବରେ ଟିକାକରଣ ହୋଇଥିବାରୁ କରୋନା ଭୟ କମ୍‌ ରହିଛି । ଅନ୍ୟପଟେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀଙ୍କ ଦ୍ୱାରା ରୋଗ ଚିହ୍ନଟ କରାଯାଉଛି। ବର୍ଷାଦିନରେ କରୋନା, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମ୍ୟାଲେରିଆ ପରି ମାରାତ୍ମକ ରୋଗ ବଢ଼ିଥାଏ। ତେଣୁ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ 29 ବଲ ରୁ 94 ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ 15 ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri