ଗଣଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ପୁସ୍ତକରେ ଇଂଲିଶ ଭାଷାକୁ ବ୍ୟବହାର କରାଯିିବା ସହ ଚିତ୍ରରେ କମ୍ପାନୀ ବ୍ରାଣ୍ଡ୍‌କୁ ପ୍ରଚାର କରାଯାଇଥିବା ଖବରରେ ଉଲ୍ଲେଖ ଥିଲା। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମାଧ୍ୟମରେ କୁହାଯାଇଛି, ପିଲାମାନେ ବିଦ୍ୟାଳୟ ଯିବା ପୂର୍ବରୁ ନିଜର ଆଖପାଖରେ ଦେଖୁଥିବା ପରିଚିତ ବସ୍ତୁଗୁଡ଼ିକୁ ଯେପରିକି ବିସ୍କୁଟ, ଚକୋଲେଟ୍‌, କ୍ଷୀର ପ୍ୟାକେଟ୍‌, ଥଣ୍ଡା ପାନୀୟ ଇତ୍ୟାଦିକୁ ସେଗୁଡ଼ିକର ପ୍ୟାକେଟ୍‌ରେ ଲେଖାଥିବା ଶବ୍ଦକୁ ଲକ୍ଷ୍ୟ କରି ଚିହ୍ନି କହିପାରିବାର ଦକ୍ଷତା ହାସଲ କରିଥାନ୍ତି। ସେମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକୁ ଦୋକାନରେ ଦେଖି ଚିହ୍ନଟ କରି କହିପାରନ୍ତି। ଅକ୍ଷର ଚିହ୍ନଟ ପ୍ରକ୍ରିୟା ଓ ପଠନ ଅଭ୍ୟାସ ପୂର୍ବରୁ ପିଲାମାନେ ନିଜର ପରିଚିତ ବସ୍ତୁର ପ୍ୟାକେଟ ଖୋଳକୁ ଜାଣିପାରି ପଢ଼ିଦେଇପାରନ୍ତି। ଏହାକୁ ଲୋଗୋଗ୍ରାଫିକ ରିଡିଙ୍ଗ (Logographic Reading) କୁହାଯାଏ। ତୃତୀୟ ଶ୍ରେଣୀର ପଠନ ପୁସ୍ତିକାରେ ଏହିପରି କେତେକ ପରିଚିତ ବସ୍ତୁର ପ୍ୟାକେଟକୁ ଉଦାହରଣ ଭାବେ ନିଆଯାଇ ପିଲାମାନଙ୍କର ଲୋଗୋଗ୍ରାଫିକ ରିଡିଙ୍ଗର ପରୀକ୍ଷା କରାଯାଇଛି। ପିଲାମାନଙ୍କ ଦ୍ୱାରା ପ୍ରାୟତଃ ବ୍ୟବହୃତ ବସ୍ତୁଗୁଡ଼ିକର ଖୋଳରେ ଛପାଯାଇଥିବା ପରିଚିତ ଶବ୍ଦଗୁଡ଼ିକୁ ସେମାନେ ଚିହ୍ନିପାରି ପଢ଼ିଦିଅନ୍ତି। ଯେମିତିକି ପିଲାମାନେ ବିଭିନ୍ନ ମୁଦ୍ରା ଓ ନୋଟ୍‌ଗୁଡ଼ିକୁ ମଧ୍ୟ ଚିହ୍ନଟ କରି କହିପାରନ୍ତି। ମାନସିକ ତଥା ଭାବଗତ ଭାବେ ଜଡ଼ିତ ଥିବା ପ୍ରିୟ ବ୍ୟକ୍ତି ବିଶେଷଙ୍କ ନାମକୁ ମଧ୍ୟ ପିଲାମାନେ ଦେଖି ଦେଖି ପଢ଼ିପାରନ୍ତି। ଦୂରଦର୍ଶନ/ଟିଭିରେ ବିଭିନ୍ନ ବିଜ୍ଞାପନକୁ ବାରମ୍ବାର ଦେଖିଲା ପରେ ନିର୍ଦ୍ଦିଷ୍ଟ କମ୍ପାନୀ/ବ୍ରାଣ୍ଡ୍‌ର ଜିନିଷଗୁଡ଼ିକର ନାମ ପଢ଼ିଦେଇ ପାରନ୍ତି। ତେଣୁ ବିଦ୍ୟାଳୟକୁ ଆସିବା ପୂର୍ବରୁ ତଥା ରୀତିମତ ଶ୍ରେଣୀଗୃହର ପଠନ-ଶିକ୍ଷଣ ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ପିଲାମାନେ ଦେଖି ଚିହ୍ନି ପଢ଼ିବାକୁ ସକ୍ଷମ ହୋଇସାରିଥାନ୍ତି। ଶିକ୍ଷଣତତ୍ତ୍ୱ ଓ ପରୀକ୍ଷଣର ଏହି ବିଚାରଧାରାକୁ ଆଧାର କରି ପଠନ ପୁସ୍ତିକାର ପ୍ରଥମ ପୃଷ୍ଠାରେ ଛବି ପଠନର ଅବତାରଣା କରାଯାଇଛି।
ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ(Foundational Literacy and Numeracy Programme) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟପୁସ୍ତିକା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଠନ ସାମଗ୍ରୀ ପ୍ରସ୍ତୁତି ସହ ଭାଷାଜ୍ଞାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଅନୁବନ୍ଧିତ ପ୍ରତିଷ୍ଠିତ ସଂସ୍ଥା ଲାଙ୍ଗୁଏଜ୍‌ ଆଣ୍ଡ୍‌ ଲର୍ନିଂ ଫାଉଣ୍ଡେଶନ(Language and Learning Foundation)ର ବୈଷୟିକ ସହାୟତା ତଥା ପ୍ରାଥମିକ ଶିକ୍ଷାସ୍ତର ପାଇଁ ଉଦ୍ଦିଷ୍ଟ ‘ରାଜ୍ୟ ଶିକ୍ଷା ପ୍ରାଧିକରଣ’(State Academic Authority)ଙ୍କ ତତ୍ତ୍ୱାବଧାନରେ ଏହି ପୁସ୍ତକ ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉପରୋକ୍ତ ସ୍ପଷ୍ଟୀକରଣରେ ‘ଧରିତ୍ରୀ’ରେ ପ୍ରକାଶ କରାଯାଇଥିବା ଖବରର ତଥ୍ୟକୁ କୌଣସି ଭାବେ ଖଣ୍ଡନ କରାଯାଇ ନାହିଁ। ଅର୍ଥାତ୍‌ ଖବର ସତ୍ୟ ଉପରେ ଆଧାରିତ ଥିଲା। ଏହାବ୍ୟତୀତ ଜନସାଧାରଣଙ୍କୁ ଲୋଗୋଗ୍ରାଫିକ ଭଳି ଶବ୍ଦ ବ୍ୟବହାର କରି ବୁଝାଇବାର ଚେଷ୍ଟା କରାଯାଇଛି। ତେବେ କେତୋଟି ଘରୋଇ କମ୍ପାନୀ ସାମଗ୍ରୀକୁ ସରକାରୀ ପୁସ୍ତକ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ପୂରାଇବାର ମନ୍ଦ ଉଦ୍ୟମ ସ୍ପଷ୍ଟ ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri