ଏସ୍‌ଆର୍‌ଏଚ୍‌  ବିଜୟୀ…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା କରି  ଏମ୍‌ଆଇ  ୨୦ ଓଭରରେ  ୭  ୱିକେଟ ହରାଇ  ୧୯୦ ରନ୍ କରିବାକୁ ସକ୍ଷମ ହୋଇ ପାରିଥିଲା । ଫଳରେ ଏସ୍‌ଆର୍‌ଏଚ୍‌   ୩ ରନରେ ବିଜୟୀ ହୋଇଛି ।

ଏମ୍‌ଆଇ ପକ୍ଷରୁ ରୋହିତ ଶର୍ମା ୩୬ ବଲରେ ୪୮ ରନ୍ , ଇଶାନ୍ କିଶନ ୩୪ ବଲରେ ୪୩ ରନ୍‌, ଡାନିଏଲ ସାମସ୍ ୧୧ ବଲରେ ୧୫ରନ କରିଥିଲେ । ସେହିପରି ତିଲକ ବର୍ମା ୯ ବଲରେ ୮ ରନ୍ କରିଥିଲେ । ଟିମ୍ ଡେଭିଡ୍ ୧୮ ବଲ୍ ରେ ୪୬ ରନ୍ କରିଥିଲେ ।

ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍‌ଆର୍‌ଏଚ୍‌ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଏସ୍‌ଆର୍‌ଏଚ୍‌ ୬ ଓ୍ବିକେଟ ହରାଇ ୧୯୩ ରନ୍‌ କରିଥିଲା। ଫଳରେ ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୯୪ ରନ୍‌ ରହିଥିଲା।

ଏସ୍‌ଆର୍‌ଏଚ୍‌ ପକ୍ଷରୁ ଅଭିଷେକ ଶର୍ମା ୧୦ ବଲ୍‌ରେ ୯ ରନ୍‌, ପ୍ରିୟମ୍‌ ଗର୍ଗ ୨୬ ବଲ୍‌ରେ ୪୨ ରନ୍‌, ରାହୁଲ ତ୍ରିପାଠି ୪୪ ବଲ୍‌ରେ ୭୬ ରନ୍‌ କରିଥିବାବେଳେ ନିକୋଲାସ ପୁରାନ ୨୨ ବଲ୍‌ରେ ୩୮ ରନ୍‌ କରିଛନ୍ତି। ସେହିପରି ଆଡେନ ମାର୍କ୍ରାମ ବଲ୍‌ରେ ରନ୍‌, କେନ ୱିଲିୟମସନ ବଲ୍‌ରେ ରନ୍‌ କରିଛନ୍ତି।
ରାହୁଲ ଏବଂ ପୁରନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ରନ୍‌ ସଂଗ୍ରହ ହାର ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।  …

ବଢୁଛି ବିଜୟ ଥଲାପତିଙ୍କ ଶକ୍ତି: ୩ AIDMK ବିଧାୟକ ଦଳ ଛାଡି TVKରେ ସାମିଲ

ଚେନ୍ନାଇ,୨୫।୫: ତାମିଲନାଡୁରେ AIADMKର ତିନି ଜଣ ବିଦ୍ରୋହୀ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ତିନି ଜଣ ବିଧାୟକ ସି.ଭି. ଶାନମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱାଧୀନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri