ଦ୍ୱୈତ ସଂସ୍କୃତିର ବ୍ୟାଖ୍ୟାକାର

ଶଙ୍କରୀ ଚନ୍ଦ୍ରନ୍‌

ଏକ ଦଶନ୍ଧି ପୂର୍ବେ ଅଷ୍ଟ୍ରେଲିଆରେ ରହୁଥିବା ଶ୍ରୀଲଙ୍କା ମୂଳବାସିନ୍ଦା ଶଙ୍କରୀ ଚନ୍ଦ୍ରନ୍‌ ତାଙ୍କ ପାଣ୍ଡୁଲିପି ଧରି ପ୍ରକାଶକଙ୍କ ପାଖକୁ ଗଲା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲୀୟ ପ୍ରକାଶକ ଧରି ନେଇଥିଲେ ଶଙ୍କରୀଙ୍କ ଲେଖା ଅଷ୍ଟ୍ର୍ରେଲିଆ ଉପରେ ପର୍ଯ୍ୟବଶିତ ହୋଇ ନ ଥିବାରୁ ତାହା ସ୍ଥାନୀୟ ବଜାରରେ ଚାହିଦା ସୃଷ୍ଟି କରିପାରିବ ନାହିଁ। ଯେହେତୁ ବିକ୍ରି ସମ୍ଭାବନା କମ୍‌, ସେହେତୁ ତାଙ୍କ ପୁସ୍ତକ ପ୍ରକାଶନର ଆବଶ୍ୟକତା ନାହିଁ। ଏହି ଘଟଣା ସେତେବେଳେ ଶଙ୍କରୀଙ୍କୁ ବହୁତ ଦୁଃଖ ଦେଇଥିଲା। ହେଲେ ସେ ଭାଙ୍ଗିପଡ଼ି ନ ଥିଲେ। ବର୍ତ୍ତମାନ ସେହି ଲେଖିକା ଅଷ୍ଟ୍ରେଲିଆର ଅନ୍ୟତମ ମର୍ଯ୍ୟାଦାଜନକ ପୁରସ୍କାର ‘ଦି ମାଇଲ୍ସ ଫ୍ରାଙ୍କଲିନ୍‌ ସାହିତ୍ୟ ସମ୍ମାନ’-୨୦୨୩ ପାଇ ନିଜ ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ପୁରସ୍କାର ୧୯୫୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ବିଶିଷ୍ଟ ଲେଖକ ଷ୍ଟେଲା ମାରିଆ ସରାହ ମାଇଲ୍ସ ଫ୍ରାଙ୍କଲିନ୍‌ ଏଭଳି ଏକ ପୁରସ୍କାର ସ୍ଥାପନ କରିବା ସକାଶେ ତାଙ୍କ ଉଇଲ୍‌ରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଯେତେବେଳେ ଶଙ୍କରୀ ତାଙ୍କ କୃତି ପାଇଁ କୃତିତ୍ୱ ଅର୍ଜନ କରୁଛନ୍ତି, ସେତେବେଳେ ସେ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରୁଛନ୍ତି। ଯେହେତୁ ସେ ଶ୍ରୀଲଙ୍କାର ମୂଳବାସିନ୍ଦା ହୋଇଥିଲେ ଅଷ୍ଟ୍ରେଲୀୟ ପ୍ରକାଶକମାନେ ତାଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖୁଥିଲେ। ହେଲେ ବାସ୍ତବତା ଦେଖିଲେ ତାଙ୍କ ପ୍ରତିଟି ଉପନ୍ୟାସରେ ଅଷ୍ଟ୍ରେଲୀୟ ବ୍ୟକ୍ତି, ପରିବେଶ ଓ ଚିନ୍ତାଧାରା ସନ୍ନିବେଶିତ ରହିଆସିଛି। ଶଙ୍କରୀଙ୍କ ଲେଖାର ବିଶେଷତ୍ୱ ହେଲା ଶ୍ରୀଲଙ୍କାର ସଂସ୍କୃତି, ଗୃହଯୁଦ୍ଧକୁ ସେ ଯେଭଳି ଭାବେ ଅନୁଭବ କରିଥିଲେ ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ଅସଙ୍ଗତି ତାଙ୍କ ଦୃଷ୍ଟିଗୋଚର ହୋଇଛି। କହିବାକୁ ଗଲେ ତାଙ୍କ ଲେଖାରେ ଦୁଇଟି ଦେଶର ଚିତ୍ର ପ୍ରତିଫଳିତ।
‘ଚାଇ ଟାଇମ୍‌ ଆଟ୍‌ ସିନାମୋନ୍‌ ଗାର୍ଡେନ’ ପାଇଁ ଶଙ୍କରୀ ଚଳିତବର୍ଷ ‘ଦି ମାଇଲ୍ସ ଫ୍ରାଙ୍କଲିନ୍‌ ସାହିତ୍ୟ ସମ୍ମାନ’-୨୦୨୩ ପୁରସ୍କାର ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ସେହି ଦୁଇ ଦେଶ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି। ଏଥିରେ ପରିବାର, ସ୍ମୃତି, ସମ୍ପ୍ରଦାୟ ଓ ଜାତି ସ୍ଥାନ ପାଇଛନ୍ତି। ଏହା ଏକ ଆନ୍ତଃପିଢ଼ି ଘଟଣାସମୂହ ହୋଇଯାଇଛି, ଯେଉଁଥିରେ ବିଶେଷଭାବେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆର ଅସ୍ବାଭାବିକ ସ୍ଥିତି, ଜଟିଳ ସମୀକରଣ ଏବଂ ଉପନିବେଶବାଦର ପରବର୍ତ୍ତୀ ମାନସିକ ଧକ୍‌କାକୁ ସମୟଚକ୍ରରେ ବର୍ଣ୍ଣନା କରାଯାଇଛି। କାହାଣୀରେ ଅଷ୍ଟ୍ରେଲିଆର ପଶ୍ଚିମ ସିଡ୍‌ନୀରେ ଏକ କାଳ୍ପନିକ ନର୍ସିଂହୋମକୁ ଦେଖାଇ ଦିଆଯାଇଛି, ଯାହାର ନାମ ରଖାଯାଇଛି-ସିନାମୋନ୍‌ ଗାର୍ଡେନ୍‌ସ। ତାହା ୧୯୮୦ ମସିହାର ଆଦ୍ୟ ଭାଗରେ ତାମିଲ ସ୍ବାମୀ ଜାଖିର ଓ ସ୍ତ୍ରୀ ମାୟାଙ୍କ ଦ୍ୱାରା ଅଧିଗୃହୀତ ହୋଇଛି। ସେମାନେ ତାହାକୁ ସାଂସ୍କୃତିକ ବୈଭବଯୁକ୍ତ ଏକ ନିରାପଦ ସ୍ବର୍ଗରେ ପରିଣତ କରିଦେଇଛନ୍ତି। ସେଠାରେ ଯୋଗ, ବିଙ୍ଗୋ ନାଇଟ୍‌ସ, ବହୁବିଧ ସଂସ୍କୃତିର ଧାରାକୁ ନେଇ ପାକ୍‌ପ୍ରଣାଳୀ ଏବଂ ଆନ୍ତଃଧର୍ମ ପୂଜାପାଠ କରିବାର ବ୍ୟବସ୍ଥା ସୃଷ୍ଟି ହୋଇଛି। ଏଭଳି ଏକ ସୁନ୍ଦର ପରିକଳ୍ପନାରେ ଗଢ଼ିଉଠିଥିବା ଅଭିନବ ନର୍ସିଂହୋମ୍‌ ପ୍ରତି ଗୋରା ଗୁଣ୍ଡାଙ୍କ ନଜର ପଢ଼ିଛି। ସେଠାରେ ବର୍ଣ୍ଣବୈଷମ୍ୟ ଦେଖାଦେବା ସହ ହିଂସା ଉପୁଜିଛି। ନର୍ସିଂହୋମ୍‌ର ଶ୍ରୀଲଙ୍କା ସସ୍ତ୍ରୀକଙ୍କ ସମେତ କର୍ମଚାରୀଙ୍କ ପ୍ରତି ସେମାନେ ଦୁର୍ବ୍ୟବହାର କରିଛନ୍ତି। ଏଠାରେ ଔପନ୍ୟାସିକା କାହାଣୀକୁ ଗତିଶୀଳ କରାଇବାକୁ ଯାଇ ତାଙ୍କ ମାତୃଭୂମି ଶ୍ରୀଲଙ୍କାର ଗୃହଯୁଦ୍ଧ ଓ ଅତ୍ୟାଚାରକୁ ସନ୍ନିବେଶିତ କରିଛନ୍ତି। ତାମିଲମାନଙ୍କ ଉପରେ ଶ୍ରୀଲଙ୍କାର ମୂଳବାସିନ୍ଦାଙ୍କ ବ୍ୟବହାର ଓ ତତ୍‌ଜନିତ ଉପୁଜିଥିବା ସମସ୍ୟା ସ୍ଥାନ ପାଇଛି। ଏଥିରେ ଲେଖିକା ଜାତୀୟ ପରିଚୟକୁ ସୂକ୍ଷ୍ମ ଭାବେ ଅବତାରଣା କରିବା ବେଳେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଏକ ଅସ୍ତ୍ର ଭାବେ ଦର୍ଶାଇଛନ୍ତି। ଅର୍ଥାତ୍‌ ଶ୍ରୀଲଙ୍କାରେ ତାମିଲ ଏବଂ ଅଷ୍ଟ୍ରେଲିଆରେ ଶ୍ରୀଲଙ୍କା ବାସିନ୍ଦାଙ୍କ ପ୍ରତି ଅସୂୟାଭାବକୁ ଶଙ୍କରୀ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ଅନ୍ତର୍ଜାତୀୟ ସ୍ତରରେ ପାଠକୀୟ ସ୍ବୀକୃତିଲାଭ କରିଛି। ଶଙ୍କରୀ କହନ୍ତି, ଲେଖିଲା ବେଳେ ସଚ୍ଚୋଟଭାବ ତାଙ୍କ ଲେଖାର ଉପାଦାନ ପାଲଟିଯାଇଥାଏ। ସମ୍ଭବତଃ ସେଥିପାଇଁ ସେ ପାଠକୀୟ ଆଦୃତି ପାଇଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ପରିଚୟ ହେଉଛି ସେ ଅଷ୍ଟ୍ରେଲିଆରେ ରହୁଥିବା ତାମିଲ ଆଇନଜୀବୀ। ଉପନ୍ୟାସ ଲେଖିବାକୁ ସେ ଭଲ ପାଇଥାଆନ୍ତି। ଏଥିସହିତ ତାଙ୍କ କ୍ଷୁଦ୍ରଗଳ୍ପ ବହୁ ପ୍ରସିଦ୍ଧ ସାହିତ୍ୟ ପ୍ରତିକାରେ ପ୍ରକାଶ ପାଇ ପାଠକୀୟ ସ୍ବୀକୃତି ସାଉଁଟିଛି। ସେ ଏବେ ସିଡ୍‌ନୀଠାରେ ସ୍ବାମୀ ଓ ୪ ସନ୍ତାନଙ୍କ ସହ ବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri