ବିଶେଷଜ୍ଞଙ୍କ ଭବିଷ୍ୟବାଣୀ: ଭାରତର ଜିଡିପି ୫୦ ବେସିସ୍‌ ପଏଣ୍ଟ ଖସିବ

ନୂଆଦିଲ୍ଲୀ,୫।୪:ଭାରତରୁ ଆମଦାନୀ ସାମଗ୍ରୀ ଉପରେ ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ୨୬ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ଦେଶର ଜିଡିପି ଅଭିବୃଦ୍ଧି ୫୦ ବେସିସ୍‌ ପଏଣ୍ଟ ହ୍ରାସ ପାଇ ୬ ପ୍ରତିଶତରେ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏଥିସହିତ ଆମେରିକା ସହ ଭାରତର ରପ୍ତାନି ମଧ୍ୟ ୨ରୁ ୩ ପ୍ରତିଶତ କମିଯିବ ବୋଲି ସେମାନେ ମତ ଦେଇଛନ୍ତି। ତେବେ ଭାରତ ଆମେରିକାରୁ ଶକ୍ତି ଏବଂ ଉଚ୍ଚ ପ୍ରଯୁକ୍ତି ଉପାଦାନ ଆମଦାନୀ ବଢ଼ାଇ ଏହି ପ୍ରଭାବକୁ କମ୍‌ କରିପାରିବ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ଇଓ୍ବାଇ ଇଣ୍ଡିଆର ମୁଖ୍ୟ ନୀତି ଉପଦେଷ୍ଟା ଡି.କେ. ଶ୍ରୀବାସ୍ତବ କହିଛନ୍ତି, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ସର୍ବାଧିକ ପ୍ରତିକୂଳ ପ୍ରଭାବ ୫୦ ବେସିସ୍‌ ପଏଣ୍ଟଠାରୁ ଅଧିକ ହେବନାହିଁ। ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏହା ୬ ପ୍ରତିଶତକୁ ଖସିଆସିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। (ବାଦ୍‌ ପଡ଼ିଥିବା ସାମଗ୍ରୀକୁ ବିଚାରକୁ ନେବା ପରେ) ଆମେରିକା ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଯଦି ଟାରିଫ୍‌ ୨୦% ବଢ଼େ, ତେବେ ଜିଡିପି ୩୫ରୁ ୪୦ ବେସିସ୍‌ ପଏଣ୍ଟ ହ୍ରାସ ପାଇବ ବୋଲି ଷ୍ଟାଷ୍ଟାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଭାରତ ମୁଖ୍ୟ ଅର୍ଥନୀତି ଗବେଷକ ଅନୁଭୂତି ସହାୟ କହିଛନ୍ତି। ତେବେ ଚୂଡ଼ାନ୍ତ ପ୍ରଭାବ ଭାରତ ଏବଂ ଆମେରିକା ଉପରେ ବାଣିଜ୍ୟ କାରବାର ଚୁକ୍ତିନାମା ଉପରେ ନିର୍ଭର କରୁଛି। ତେବେ ଭାରତ ତୁଳନାରେ ଅନ୍ୟ ଏସୀୟ ଦେଶଗୁଡ଼ିକ ଟାରିଫ ଯୋଗୁ ଅଧିକ ପ୍ରଭାବିତ ହେବେ। କାରଣ ସେହି ଦେଶଗୁଡ଼ିକ ଉପରେ ଆମେରିକା ଅଧିକ ଟାରିଫ୍‌ ଲଗାଇଛି। ଆମେରିକାର ଶୁଳ୍କ ବୃଦ୍ଧି ଦେଶର ବିନିମୟ ହାର ଉପରେ ଅନୁକୂଳ ପ୍ରଭାବ ପକାଇପାରେ। କାରଣ ମୁଦ୍ରାସ୍ଫୀତି ବଢ଼ିବା ଯୋଗୁ ଆମେରିକାରେ ଡଲାର ଚାପରେ ରହିବ ବୋଲି ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri