ପାରଦର୍ଶୀ ଉପଦେଷ୍ଟା

ଭାରତର ଅର୍ଥନୀତି ୨୦୧୬ର ବିମୁଦ୍ରୀକରଣ ଓ ଏହାର ୪ ବର୍ଷ ପରେ କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଛି। ଇନ୍ଧନଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦର ନେଇ ପ୍ରତିକ୍ଷଣରେ ନାଗରିକ ସନ୍ତୁଳି ହେଉଛି। ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ିଚାଲିଛି। ଅର୍ଥନୀତିର ପ୍ରତିଟି ବିଭାଗକୁ ଏହିଭଳି ତର୍ଜମା କଲେ ସକାରାତ୍ମକ ଅପେକ୍ଷା ନକାରାତ୍ମକ ଦିଗ ଅଧିକ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିକୁ ସୁଧାରିବା ଲାଗି ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ଲାଗି ଥିଲେ ମଧ୍ୟ ସହସା ସମାଧାନର ବାଟ ଦେଖାଯାଉ ନାହିଁ। ୧ ଫେବୃୟାରୀରେ କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ସକାଶେ ବଜେଟ ଉପସ୍ଥାପନ କରିବେ। ତା’ ପୂର୍ବରୁ ଅର୍ଥନୈତିକ ସର୍ଭେ ଗୁରୁତ୍ୱ ବହନ କରିଥାଏ। ଇତିମଧ୍ୟରେ ପ୍ରଧାନ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲଙ୍କ ନେତୃତ୍ୱରେ ସର୍ଭେ ଚିଠା ପ୍ରସ୍ତୁତ କରାଯାଇଛି। ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବା ପୂର୍ବରୁ କେନ୍ଦ୍ର ସରକାର ଅର୍ଥନୀତିଜ୍ଞ ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କୁ ୨୮ ଜାନୁୟାରୀରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭାବେ ନିଯୁକ୍ତି ଦେଇଛନ୍ତି। ଡିସେମ୍ବର ୨୦୨୧ରେ କ୍ରିଷ୍ଣମୂର୍ତ୍ତି ସୁବ୍ରମନ୍ୟନ୍‌ଙ୍କ ୩ ବର୍ଷୀୟା କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିପଡ଼ିଥିଲା। ତେବେ ବଜେଟ ପୂର୍ବରୁ ନାଗେଶ୍ୱରନ୍‌ଙ୍କ ଯୋଗଦାନ ଆର୍ଥିକ ପରିଚାଳନାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏଭଳି ପରିପ୍ରେକ୍ଷୀରେ ନୂଆ ଅର୍ଥନୈତିକ ଉପଦେଷ୍ଟାଙ୍କ ବିଷୟରେ ଅନେକେ ଜାଣିବାକୁ ଆଗ୍ରହ ରଖିବା ସ୍ବାଭାବିକ।
୧୯୬୨ରେ ଜନ୍ମିତ ନାଗେଶ୍ୱରନ୍‌ଙ୍କ କ୍ୟାରିୟର ଦେଖିଲେ ସେ ୧୯୮୩ରେ ମଦୁରାଇର ଆମେରିକାନ୍‌ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୬ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ଅହମ୍ମଦାବାଦରୁ ସେ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ମ୍ୟାନେଜମେଣ୍ଟ କରିବା ପରେ ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟ୍‌ସ ଆମ୍‌ହର୍ଷ୍ଟରୁ ଡକ୍ଟରେଟ୍‌ ଉପାଧି ଅର୍ଜନ କରିଥିଲେ। କର୍ପୋରେଟ୍‌ ପରିଚାଳନା ଦିଗରେ ତାଙ୍କ ଆଗ୍ରହ ତାଙ୍କୁ ସୁଇଜରଲାଣ୍ଡ୍‌ର ଅନ୍ୟତମ ପ୍ରମୁଖ ବିତ୍ତୀୟ ସେବା ସଂସ୍ଥା ‘କ୍ରେଡିଟ୍‌ ସ୍ୟୁସେ ଗ୍ରୁପ୍‌ ଏଜି’ ଏବଂ ସିଙ୍ଗାପୁରର ‘ଜୁଲିୟସ୍‌ ବଏର୍‌ ଗ୍ରୁପ୍‌’ରେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଥିଲା। ପରେ ସେ ‘ଦି ତକ୍ଷଶୀଳା ସଂସ୍ଥା’ର ସହ-ପ୍ରତିଷ୍ଠାତା ହୋଇଥିଲେ ଓ ସେଥିରେ ପ୍ରଥମ ଥର ଲାଗି ଆବିଷ୍କାର ଗ୍ରୁପ୍‌ର ବିନିଯୋଗ ପାଣ୍ଠିର ଶୁଭାରମ୍ଭ କରିଥିଲେ। ଆନ୍ଧ୍ରପ୍ରଦେଶର କେରା ବିଶ୍ୱବିଦ୍ୟାଳୟର ଆଇଏଫ୍‌ଏମ୍‌ଆର୍‌ ଗ୍ରାଜୁଏଟ୍‌ ସ୍କୁଲ ଅଫ୍‌ ବିଜ୍‌ନେସରେ ସେ ଡିନ୍‌ ମଧ୍ୟ ରହିଥିଲେ। ମ୍ୟାନେଜମେଣ୍ଟ ସଂସ୍ଥା ଗଢ଼ିବା ଓ ସେଥିରେ କାମ କରିବା ବେଳେ ସେ ସମ୍ମୁଖୀନ ହୋଇଥିବା ସମସ୍ୟା ସମାଧାନ କରିବାର କୌଶଳ ଜାଣିଥିଲେ। ସମ୍ଭବତଃ ନାଗେଶ୍ୱରନ୍‌ଙ୍କ ପାରଦର୍ଶିତାକୁ ସରକାରୀ କାର୍ଯ୍ୟରେ ବିନିଯୋଗ କରିବା ଲକ୍ଷ୍ୟ ରଖାଯାଇ ତାଙ୍କୁ ୨୦୧୯ରୁ ୨୦୨୧ ଯାଏ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦରେ ସାମୟିକ ସଦସ୍ୟ ରଖାଯାଇଥିଲା। ବିଶ୍ୱ ସମ୍ପର୍କ ସମ୍ବନ୍ଧିତ ଭାରତୀୟ ପରିଷଦ, ‘ଗେଟ୍‌ଓ୍ବେ ହାଉସ୍‌’ରେ ଜିଓଇକୋନମିକ୍ସ ଷ୍ଟଡିଜ୍‌ର ପୂର୍ବତନ ଆଡଜଙ୍କଟ୍‌ ସିନିୟର ଫେଲୋ ଭାବେ କାର୍ଯ୍ୟ କରିବା ପୂର୍ବରୁ ନାଗେଶ୍ୱରନ୍‌ ସ୍ବାଧୀନ ପରାମର୍ଶଦାତା ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ।
ଜଣେ ଅର୍ଥନୀତିଜ୍ଞ ଓ କର୍ପୋରେଟ୍‌ ପରିଚାଳକ ସହିତ ଲେଖକ, ଓ ମ୍ୟାନେଜମେଣ୍ଟ ଗୁରୁ ଭାବେ ନାଗେଶ୍ୱରନ୍‌ଙ୍କ ବିଶେଷ ଦକ୍ଷତା ରହିଥିବାରୁ ସେ ଦେଶର ଅର୍ଥନୈତିକ ଅସଙ୍ଗତିକୁ ଚିହ୍ନଟ କରି ସମାଧାନର ନୂଆ ସୂତ୍ର ବାହାର କରିବେ ବୋଲି ଆଶା ରହୁଛି। ‘ଇକୋନମିକ୍ସ ଅଫ୍‌ ଡେରିଭେଟିଭ୍‌’ ଓ ‘କ୍ୟାନ୍‌ ଇଣ୍ଡିଆ ଗ୍ରୋ’ର ସହ-ଲେଖକ ନାଗେଶ୍ୱରନ୍‌ଙ୍କ କ୍ୟାରିୟର ଗ୍ରାଫ୍‌ର ସଫଳତାକୁ ଦେଖିଲେ ତାଙ୍କ ବ୍ୟକ୍ତିତ୍ୱ ନିଶ୍ଚିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ।

  • ଜିତେନ୍ଦ୍ର କୁମାର ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri