ପାରଦର୍ଶୀ ଉପଦେଷ୍ଟା

ଭାରତର ଅର୍ଥନୀତି ୨୦୧୬ର ବିମୁଦ୍ରୀକରଣ ଓ ଏହାର ୪ ବର୍ଷ ପରେ କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଛି। ଇନ୍ଧନଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦର ନେଇ ପ୍ରତିକ୍ଷଣରେ ନାଗରିକ ସନ୍ତୁଳି ହେଉଛି। ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ିଚାଲିଛି। ଅର୍ଥନୀତିର ପ୍ରତିଟି ବିଭାଗକୁ ଏହିଭଳି ତର୍ଜମା କଲେ ସକାରାତ୍ମକ ଅପେକ୍ଷା ନକାରାତ୍ମକ ଦିଗ ଅଧିକ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିକୁ ସୁଧାରିବା ଲାଗି ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ଲାଗି ଥିଲେ ମଧ୍ୟ ସହସା ସମାଧାନର ବାଟ ଦେଖାଯାଉ ନାହିଁ। ୧ ଫେବୃୟାରୀରେ କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ସକାଶେ ବଜେଟ ଉପସ୍ଥାପନ କରିବେ। ତା’ ପୂର୍ବରୁ ଅର୍ଥନୈତିକ ସର୍ଭେ ଗୁରୁତ୍ୱ ବହନ କରିଥାଏ। ଇତିମଧ୍ୟରେ ପ୍ରଧାନ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲଙ୍କ ନେତୃତ୍ୱରେ ସର୍ଭେ ଚିଠା ପ୍ରସ୍ତୁତ କରାଯାଇଛି। ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବା ପୂର୍ବରୁ କେନ୍ଦ୍ର ସରକାର ଅର୍ଥନୀତିଜ୍ଞ ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କୁ ୨୮ ଜାନୁୟାରୀରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭାବେ ନିଯୁକ୍ତି ଦେଇଛନ୍ତି। ଡିସେମ୍ବର ୨୦୨୧ରେ କ୍ରିଷ୍ଣମୂର୍ତ୍ତି ସୁବ୍ରମନ୍ୟନ୍‌ଙ୍କ ୩ ବର୍ଷୀୟା କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିପଡ଼ିଥିଲା। ତେବେ ବଜେଟ ପୂର୍ବରୁ ନାଗେଶ୍ୱରନ୍‌ଙ୍କ ଯୋଗଦାନ ଆର୍ଥିକ ପରିଚାଳନାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏଭଳି ପରିପ୍ରେକ୍ଷୀରେ ନୂଆ ଅର୍ଥନୈତିକ ଉପଦେଷ୍ଟାଙ୍କ ବିଷୟରେ ଅନେକେ ଜାଣିବାକୁ ଆଗ୍ରହ ରଖିବା ସ୍ବାଭାବିକ।
୧୯୬୨ରେ ଜନ୍ମିତ ନାଗେଶ୍ୱରନ୍‌ଙ୍କ କ୍ୟାରିୟର ଦେଖିଲେ ସେ ୧୯୮୩ରେ ମଦୁରାଇର ଆମେରିକାନ୍‌ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୬ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ଅହମ୍ମଦାବାଦରୁ ସେ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ମ୍ୟାନେଜମେଣ୍ଟ କରିବା ପରେ ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟ୍‌ସ ଆମ୍‌ହର୍ଷ୍ଟରୁ ଡକ୍ଟରେଟ୍‌ ଉପାଧି ଅର୍ଜନ କରିଥିଲେ। କର୍ପୋରେଟ୍‌ ପରିଚାଳନା ଦିଗରେ ତାଙ୍କ ଆଗ୍ରହ ତାଙ୍କୁ ସୁଇଜରଲାଣ୍ଡ୍‌ର ଅନ୍ୟତମ ପ୍ରମୁଖ ବିତ୍ତୀୟ ସେବା ସଂସ୍ଥା ‘କ୍ରେଡିଟ୍‌ ସ୍ୟୁସେ ଗ୍ରୁପ୍‌ ଏଜି’ ଏବଂ ସିଙ୍ଗାପୁରର ‘ଜୁଲିୟସ୍‌ ବଏର୍‌ ଗ୍ରୁପ୍‌’ରେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଥିଲା। ପରେ ସେ ‘ଦି ତକ୍ଷଶୀଳା ସଂସ୍ଥା’ର ସହ-ପ୍ରତିଷ୍ଠାତା ହୋଇଥିଲେ ଓ ସେଥିରେ ପ୍ରଥମ ଥର ଲାଗି ଆବିଷ୍କାର ଗ୍ରୁପ୍‌ର ବିନିଯୋଗ ପାଣ୍ଠିର ଶୁଭାରମ୍ଭ କରିଥିଲେ। ଆନ୍ଧ୍ରପ୍ରଦେଶର କେରା ବିଶ୍ୱବିଦ୍ୟାଳୟର ଆଇଏଫ୍‌ଏମ୍‌ଆର୍‌ ଗ୍ରାଜୁଏଟ୍‌ ସ୍କୁଲ ଅଫ୍‌ ବିଜ୍‌ନେସରେ ସେ ଡିନ୍‌ ମଧ୍ୟ ରହିଥିଲେ। ମ୍ୟାନେଜମେଣ୍ଟ ସଂସ୍ଥା ଗଢ଼ିବା ଓ ସେଥିରେ କାମ କରିବା ବେଳେ ସେ ସମ୍ମୁଖୀନ ହୋଇଥିବା ସମସ୍ୟା ସମାଧାନ କରିବାର କୌଶଳ ଜାଣିଥିଲେ। ସମ୍ଭବତଃ ନାଗେଶ୍ୱରନ୍‌ଙ୍କ ପାରଦର୍ଶିତାକୁ ସରକାରୀ କାର୍ଯ୍ୟରେ ବିନିଯୋଗ କରିବା ଲକ୍ଷ୍ୟ ରଖାଯାଇ ତାଙ୍କୁ ୨୦୧୯ରୁ ୨୦୨୧ ଯାଏ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦରେ ସାମୟିକ ସଦସ୍ୟ ରଖାଯାଇଥିଲା। ବିଶ୍ୱ ସମ୍ପର୍କ ସମ୍ବନ୍ଧିତ ଭାରତୀୟ ପରିଷଦ, ‘ଗେଟ୍‌ଓ୍ବେ ହାଉସ୍‌’ରେ ଜିଓଇକୋନମିକ୍ସ ଷ୍ଟଡିଜ୍‌ର ପୂର୍ବତନ ଆଡଜଙ୍କଟ୍‌ ସିନିୟର ଫେଲୋ ଭାବେ କାର୍ଯ୍ୟ କରିବା ପୂର୍ବରୁ ନାଗେଶ୍ୱରନ୍‌ ସ୍ବାଧୀନ ପରାମର୍ଶଦାତା ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ।
ଜଣେ ଅର୍ଥନୀତିଜ୍ଞ ଓ କର୍ପୋରେଟ୍‌ ପରିଚାଳକ ସହିତ ଲେଖକ, ଓ ମ୍ୟାନେଜମେଣ୍ଟ ଗୁରୁ ଭାବେ ନାଗେଶ୍ୱରନ୍‌ଙ୍କ ବିଶେଷ ଦକ୍ଷତା ରହିଥିବାରୁ ସେ ଦେଶର ଅର୍ଥନୈତିକ ଅସଙ୍ଗତିକୁ ଚିହ୍ନଟ କରି ସମାଧାନର ନୂଆ ସୂତ୍ର ବାହାର କରିବେ ବୋଲି ଆଶା ରହୁଛି। ‘ଇକୋନମିକ୍ସ ଅଫ୍‌ ଡେରିଭେଟିଭ୍‌’ ଓ ‘କ୍ୟାନ୍‌ ଇଣ୍ଡିଆ ଗ୍ରୋ’ର ସହ-ଲେଖକ ନାଗେଶ୍ୱରନ୍‌ଙ୍କ କ୍ୟାରିୟର ଗ୍ରାଫ୍‌ର ସଫଳତାକୁ ଦେଖିଲେ ତାଙ୍କ ବ୍ୟକ୍ତିତ୍ୱ ନିଶ୍ଚିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ।

  • ଜିତେନ୍ଦ୍ର କୁମାର ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri