ଭୁବନେଶ୍ୱର,୨୦।୮(ଅଭିଜିତ ଦାସ):ଯାତ୍ରୀଙ୍କ ଚାହିଦା ଓ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ଗୁଡିକର ରହଣି ପାଇଁ ବ୍ୟବସ୍ଥା ହୋଇଛି। କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ-ଅଜମେର ଏକ୍ସପ୍ରେସ, ଯଖପୁରାରେ ଜନଶତାବ୍ଦୀ ଏକ୍ସପ୍ରେସ, ଦାମନଯୋଡିରେ ସମଲେଶ୍ୱରୀ ଏକ୍ସପ୍ରେସ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେଶନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପ୍ରାରମ୍ଭିକ ଭାବେ ରହଣି କରିବ।
ସୂଚନା ଅନୁଯାୟୀ, ଯଖପୁରା ଷ୍ଟେଶନରେ ଭୁବନେଶ୍ୱର-ହାୱଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୨୦ ଅଗଷ୍ଟରୁ ରହଣି କରିବ। ଉକ୍ତ ଟ୍ରେନ୍ଟି ସକାଳ ୭ଟା ୧୧ରେ ପହଞ୍ଚତ୍ ୭ଟା ୧୩ରେ ହାୱଡ଼ା ଅଭିମୁଖେ ଯାତ୍ରା କରିବ। ସେହିପରି ହାୱଡ଼ାରୁ ଆସୁଥିବା ଏହି ଟ୍ରେନଟି ସା ୬ଟା ୧୩ରେ ଯଖପୁରାରେ ପହଞ୍ଚତ୍ ୬ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ମେରାମଣ୍ଡଳୀ ଷ୍ଟେଶନରେ ଅଗଷ୍ଟ ୨୦ରୁ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ରହଣି କରିବ। ଟ୍ରେନ୍ଟି ଉକ୍ତ ଷ୍ଟେଶନରେ ରାତି ୧୦ଟା ୩୦ରେ ପହଞ୍ଚତ୍ ୧୦ଟା ୩୨ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ ଓ ଫେରିବା ମାର୍ଗରେ ଭୋର୍ ୫ଟାରେ ପୁରୀ ଅଭିମୁଖେ ଯାତ୍ରା କରିବ। ଏଥିସହ ମେରାମଣ୍ଡଳୀ ଷ୍ଟେଶନରେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସର ମଧ୍ୟ ରହଣି ବ୍ୟବସ୍ଥା କରାଯାଇଛି। ରାଉରକେଲାରୁ ଆସୁଥିବା ଏହି ଟ୍ରେନ ମେରାମଣ୍ଡଳୀରେ ଦିନ ୧୦ଟା ୧୪ରେ ପହଞ୍ଚତ୍ ୧୦ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ସହ ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ ଅପରାହ୍ନ ୩ଟା ୯ରେ ପହଞ୍ଚତ୍ ୩ଟା ୧୧ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ନରାଜ ମାର୍ଥାପୁର ଷ୍ଟେଶନରେ ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସପ୍ଟେମ୍ବର ୨ରୁ ରହଣି କରିବ। ରାତି ୧୨ଟା ୫୩ରେ ପହଞ୍ଚତ୍ ୧୨ଟା ୫୫ରେ ଅଜ୍ମେର ଅଭିମୁଖେ ଯାତ୍ରା କରିବ ଓ ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ ନରାଜ ମାର୍ଥାପୁରରେ ଦିନ ୧୧ଟା ୫୫ରେ ପହଞ୍ଚତ୍ ୧୧ଟା ୫୭ରେ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ଉକ୍ତ ଷ୍ଟେଶନରେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ଅଗଷ୍ଟ ୨୦ରୁ ରହଣି କରିବ। ଟ୍ରେନ୍ଟି ମାର୍ଥାପୁର ଷ୍ଟେଶନରେ ଦିନ ୧୧ଟା ୨୫ରେ ପହଞ୍ଚତ୍ ୧୧ଟା ୨୭ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ଓ ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ ନରାଜ ମାର୍ଥାପୁରରେ ଅପରାହ୍ନ ୨ଟାରେ ପହଞ୍ଚତ୍ ୨ଟା ୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଉକ୍ତ ଷ୍ଟେଶନଗୁଡିକରେ ଅଧିକ ସଂଖ୍ୟକ ଯାତ୍ରୀ ଯାତ୍ରା କରୁଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି।
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
ଆଶେସ୍ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...
୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…
ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍ଟି ଲେଭଲ୍ ପାର୍କିଂ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି
ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...
Archives


