ମହଙ୍ଗା ମାଡ଼

ସାଧାରଣତଃ ନିର୍ବାଚନ ପରେ ଆମ ଦେଶରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ଥାଏ, ଏପରି ଏକ ଧାରଣା ଲୋକଙ୍କ ମନରେ ସ୍ବାଧୀନତା ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ ପରଠାରୁ ରହିଆସିଛି। କିନ୍ତୁ ଏହା ନିଃସନ୍ଦେହ ଯେ, ଲୋକଙ୍କ ମନରେ ଏପରି ଧାରଣା ଅମୂଳକ ନୁହେଁ। ଦେଶରେ ଅଷ୍ଟାଦଶ ଲୋକ ସଭା ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ପ୍ରକ୍ରିୟାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଗତ ଜୁନ ପହିଲାରେ ଶେଷ ହେବା ପରେ ନିର୍ବାଚନ ଫଳାଫଳ ଘୋଷଣା ନ ହେଉଣୁ ପ୍ରଥମେ ଅମୂଲର ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଥିଲା। ପରେ ପରେ ଡାଲି, ଚାଉଳ, ଅଟା, ଖାଇବା ତେଲଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ସହ ଆଳୁ, ପିଆଜ ପନିପରିବା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପାଇଲାଣି । ଆଳୁ, ପିଆଜ, ଚାଉଳ, ଅଟା, ଡାଲି, ତେଲ ଜୀବନ ଧାରଣ ପାଇଁ ଅତ୍ୟନ୍ତ ଦରକାରୀ ସାମଗ୍ରୀ ହୋଇଥିବାବେଳେ ଏହାର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି। ବଜାରରେ କେଜି ପ୍ରତି ଆଳୁ ୩୫ ହେଲାଣି। ସେହିପରି କୌଣସି ସବୁଜ ପନିପରିବାର ମୂଲ୍ୟ ଆଉ ୪୦/ ୫୦ଟଙ୍କା ତଳେ ନାହିଁ। ଟମାଟୋ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଛି। ଉପତ୍ାଦନ ତୁଳନାରେ ଚାହିଦା ଅଧିକ ଥିବାରୁ ଦର ବଢ଼ିବା ସ୍ବାଭାବିକ ବୋଲି କୁହାଯାଏ। କିନ୍ତୁ ଆଳୁ ପଶ୍ଚିମବଙ୍ଗରୁ ଏବଂ ପିଆଜ ମହାରାଷ୍ଟ୍ରର ନାସିକରୁ ଆମଦାନୀ ହୋଇଥାଏ। ସେଠାରେ ଦରବଢିଥିବାରୁ ପରିବହନ ବ୍ୟୟ ଓ ଲାଭ ପାଇଁ ଓଡ଼ିଶାରେ ଦର ବଢିଛି, ଯାହାକି ସ୍ବାଭାବିକ ବୋଲି ସରକାର କହିଛନ୍ତି।
ସରକାରୀ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ପାଇଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବଢିଚାଲିଛି। ଖାଉଟି ମୂଲ୍ୟ ସୂଚକାଙ୍କ ୧୩ ପ୍ରତିଶତରୁ ୨.୬ ପ୍ରତିଶତକୁ ବଢିଥିବାବେଳେ ହୋଲ୍‌ସେଲ ମୂଲ୍ୟ ସୂଚକାଙ୍କ ୪.୭%କୁ ବୃଦ୍ଧି ପାଇଛି। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ୮.୬୯ ପ୍ରତିଶତ ରହିଛି। ଏଥିରୁ ଖାଦ୍ୟସାମଗ୍ରୀ ସହ ବିଭିନ୍ନ ସାମଗ୍ରୀର ମୂଲ୍ୟ ନିର୍ବାଚନ ପରେ କିପରି ବଢି ଚାଲିଛି, ତାହା ଅନୁମାନ କରାଯାଇପାରେ। ପନିପରିବାର ମୁଦ୍ରାସ୍ପୀତି କ୍ରମାଗତ ଷଷ୍ଠ ମାସରେ ୨୭.୩ ପ୍ରତିଶତ ବଢିଥିବାବେଳେ ବର୍ଷକ ଭିତରେ ଅର୍ଥାତ୍‌ ଅମଳ ମାସଠାରୁ ଆଳୁର ମୂଲ୍ୟ ୪୪ ପ୍ରତିଶତ, ପିଆଜ ୫୮ ପ୍ରତିଶତ, ଟମାଟୋ ୩୫ପ୍ରତିଶତ ବଢିଛି। ଅଦା, ରସୁଣ ପରି ସାମଗ୍ରୀ ଏବେ ଉପରମୁହଁା। ପ୍ରତି ସପ୍ତାହରେ ଏହାର ମୂଲ୍ୟ ବଢିଚାଲିଥିବା ଖାଉଟି ଅଭିଯୋଗ କରନ୍ତି। କେବଳ ଏତିକି ନୁହେଁ, ଚାଉଳର ମୂଲ୍ୟ ୧୫ ପ୍ରତିଶତ ବଢିଥିବାବେଳେ ଗହମଜାତ ସାମଗ୍ରୀ ତଥା ଅଟାର ମୂଲ୍ୟ ୪.୭ ପ୍ରତିଶତ, ସୁଜି, ମଇଦା ଆଦି ୫.୭ ପ୍ରତିଶତ, ହରଡ ଡାଲି ପ୍ରାୟ ୩୦ପ୍ରତିଶତ, ଚଣା ଡାଲି ୧୭ପ୍ରତିଶତ, ମୁଗଡାଲି ୮.୫ ଶତାଂଶ ମହଙ୍ଗା ହୋଇଛି। ଦୁଗ୍ଧଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରକରଣା ସାମଗ୍ରୀ ମଧ୍ୟ ମହରଗ ହୋଇଛି । ଏହା ନିଃସନ୍ଦେହ ଯେ, ନିର୍ବାଚନ ପୂର୍ବରୁ ଦରଦାମ୍‌ ବୃଦ୍ଧି ନେଇ ଜନସାଧାରଣ ଯେଉଁ ଆଶଙ୍କା କରିଥିଲେ, ତାହା ସତ୍ୟରେ ପରିଣତ ହୋଇଛି। ନିର୍ବାଚନ ମାହୋଲ ଯାଇଛି, ନୂଆ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ଗଠିତ ହୋଇଛି। କିନ୍ତୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟି ଏବେ ହନ୍ତସନ୍ତ। ଯାହାକି ହାଣ୍ଡିଶାଳ ଉପରେ ସିଧାସଳଖ ଚଡକ ପଡିଛି ବୋଲି କୁହାଗଲେ, ହୁଏତ ଅତିରଞ୍ଜିତ ହେବ ନାହିଁ। ଦରଦାମ୍‌ ମଧ୍ୟ ଆହୁରି ବଢିବା ଆଶକାଙ୍କୁ ଏଡାଇ ଦେଇ ହେଉନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ନେଇ ମହଜୁଦକାରୀ, କଳା ବେପାରୀଙ୍କୁ ସରକାର କେବଳ ଚେତାବନୀ ଦେଇ ଦରଦାମ୍‌ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଦାୟିତ୍ୱ ସାରିଦେଇଛନ୍ତି। ଏହା ନିଃସନ୍ଦେହ ଯେ, କେବଳ ପନିପରିବା ବ୍ୟତୀତ ଅନ୍ୟ ସାମ୍ରଗୀର ମୂଲ୍ୟ ଥରେ ବଢିଲେ, ତାହା ଆଉ କମିବାର ନାଁ ଧରେ ନାହିଁ। ନିର୍ବାଚନ ପରେ ପେଟ୍ରୋଲ, ଡିଜେଲର ମୂଲ୍ୟ ବଢିବା ଯେଉଁ ଜନରବ ହେଉଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଗତ ୨୦୨୨ ମେ’ ମାସଠାରୁ ଦେଶରେ ଇନ୍ଧନର ମୂଲ୍ୟ ସ୍ଥିର ରହିଛି। କେବେ ପେଟ୍ରୋଲ, ଡିଜେଲର ମୂଲ୍ୟ ବଢିବ ତାକୁ ଅପେକ୍ଷା।

  • ସୌଭାଗ୍ୟ ରଞ୍ଜନ ମହାନ୍ତି
    ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
    ମୋ: ୯୪୩୭୯୯୪୩୭୯

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?