ଦାମୀ ଗାଉନ୍‌: ଯାହାକୁ ପିନ୍ଧିବା ତ ଦୂରର କଥା ଛୁଇଁବା ବି ସାତ ସପନ

ବିବାହ ହେଉକି ପାର୍ଟି, ଗାଉନ୍‌ ଦିଏ ଗ୍ଲାମରସ୍‌ ଲୁକ୍‌ ।
ତେଣୁ ଆଜିକାଲି ଏହାର ଚାହିଦା ବହୁତ । ହେଲେ ଆମେ ଏଠି ଯେଉଁ ଗାଉନ୍‌ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଛୁ ସେଗୁଡିକୁ ପିନ୍ଧିବାକୁ ଯଦିଓ ସମସ୍ତେ ଚାହିଁବେ, ହେଲେ ଏହାକୁ ପିନ୍ଧିବା ତ ଦୂରର କଥା ଏହାକୁ ସ୍ପର୍ଶ କରିବା
ବି ସାତ ସପନ । କାରଣ ଏସବୁ ହେଉଛି ପୃଥିବୀର ସବୁଠାରୁ ଦାମୀ ଗାଉନ୍‌…

ନାଇଟେଙ୍ଗଲ ଅଫ୍‌ କ୍ୱାଲାଲମପୁର: ଡିଜାଇନର୍‌ ଅବଦୁଲା ଫୈଜଲୀ ତିଆରି କରିଛନ୍ତି ଏହି ସୁନ୍ଦର ଲାଲ ରଙ୍ଗର ଗାଉନ୍‌କୁ, ଯାହାକି ପୃଥିବୀର ସବୁଠାରୁ ଦାମୀ ଗାଉନ୍‌ ଭାବେ ପରିଚିତ। ସିଲ୍କ, ସିଫନ୍‌, ଟାଫେଟା, ସାଟିନ୍‌ ଆଦି କପଡ଼ାରେ ଏହି ଗାଉନ୍‌ଟି ତିଆରି ହୋଇଛି। ମଝିରେ ଲାଗିଥିବା ୭୦ କ୍ୟାରେଟ୍‌ର ଟିୟରଡ୍ରପ୍‌ ଡାଇମଣ୍ଡ ହେଉଛି ଗାଉନ୍‌ର ମୁଖ୍ୟ ଆକର୍ଷଣ। ଏହାବାଦ୍‌ ଏଥିରେ ଖଚିତ ହୋଇଛି ସ୍ବରୋଭସ୍କି କ୍ରିଷ୍ଟାଲ ଓ ୭୫୧ଟି ସତସତିକା ହୀରା। ଗାଉନ୍‌ର ମୂଲ୍ୟ ହେଉଛି ୩୦ ମିଲିୟନ ଡଲାର।
ରେଡ ଡାଇମଣ୍ଡ ଅବାୟା: ବ୍ରିଟିଶ ଫ୍ୟାଶନ ଡିଜାଇନର୍‌ ଡେବି ଓ୍ବିଙ୍ଗହାମ୍‌ ଡିଜାଇନ୍‌ କରିଛନ୍ତି ଏହି ସୁନ୍ଦର ଆଉଟ୍‌ଫିଟ୍‌କୁ। ଏଥିରେ ୧୦୦୦ଟି ବ୍ଲାକ୍‌ ଓ ହ୍ବାଇଟ୍‌ ଡାଇମଣ୍ଡ ସହ ଅନେକ ରେଡ ଡାଇମଣ୍ଡ ଖଚିତ ହୋଇଛି। ୧୪ କ୍ୟାରେଟ୍‌ର ହ୍ବାଇଟ୍‌ ଗୋଲ୍ଡ ସୂତାରେ ଏହା ଉପରେ ହାତରେ ସିଲେଇ କାମ କରାଯାଇଛି। ଏହାକୁ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଥିଲା । ଆଉ ଏହି ଆଉଟ୍‌ଫିଟ୍‌ର ମୂଲ୍ୟ ହେଉଛି ୧୬ ମିଲିୟନ ଡଲାର।
ହାନି ଏଲ୍‌ ବିହେୟାରୀ ଓ୍ବେଡିଂ ଗାଉନ୍‌: ୧୫ ମିଲିୟନ ଡଲାରର ଏହି ଗାଉନ୍‌ରେ ଷ୍ଟାର ପାଟର୍ନର ଏକ ଓଢ଼ଣା ଓ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ତଳଭାଗ ରହିଛି। ଶହ ଶହ ହୀରା ଓ ଦାମୀ ଷ୍ଟୋନ ଖଚିତ ଏହି ଗାଉନ୍‌ ଲାଗେ ବେଶ୍‌ ଆକର୍ଷକ। ଇଜିପ୍ଟର ଫ୍ୟାଶନ ଡିଜାଇନର୍‌ ହାନି ଏଲ ବିହେୟାରୀ ଏହାକୁ ଡିଜାଇନ୍‌ କରିଛନ୍ତି। ଏହାକୁ ତିଆରି କରିବା ଲାଗି ତାଙ୍କୁ ୮୦୦ ଘଣ୍ଟା ସମୟ ଲାଗିଥିଲା।
ଦି ଡାଇମଣ୍ଡ ଓ୍ବେଡିଂ ଗାଉନ୍‌: ଜୁଏଲର୍‌ ମାର୍ଟିନ କାଜ୍‌ ଓ ଡିଜାଇନର୍‌ ରେନି ଷ୍ଟ୍ରସ୍‌ଙ୍କ ଦ୍ୱାରା ତିଆରି ଏହି ସୁନ୍ଦର ଓ୍ବେଡିଂ ଗାଉନ୍‌କୁ ସବୁ ଝିଅ ଚାହିଁବେ ନିଜର ସ୍ପେଶାଲ ଡେ’ ତଥା ବିବାହ ଅବସରରେ ପିନ୍ଧିବାକୁ। ଓପୁଲେଣ୍ଟ ସିଲ୍କରେ ତିଆରି ଉକ୍ତ ଗାଉନ୍‌ରେ ଲାଗିଛି ୧୫୦ କ୍ୟାରେଟ୍‌ର ହୀରା। ଯାହା ଗାଉନ୍‌କୁ କରାଏ ଆକର୍ଷକ। ଏହାକୁ ଏଭଳି ତିଆରି କରାଯାଇଛି ଯେ, କନିଆ ଗାଉନଟିକୁ ପିନ୍ଧି ଗଲାବେଳେ ହୀରାଗୁଡ଼ିକ ଲାଇଟ୍‌କୁ କ୍ୟାପଚର୍‌ କରି ଏତେ ଚମକ୍‌ଦାର ଓ ଆକର୍ଷକ ଦେଖାଯାଏ ଯେ ଆଖି ଝଲସି ଉଠିବ। ଏହାର ମୂଲ୍ୟ ୧୨ ମିଲିୟନ ଡଲାର ରହିଛି।
ୟୁମି କାତ୍‌ସୁରା ହ୍ବାଇଟ୍‌ ଗୋଲ୍‌ଡ ଗାଉନ୍‌: ଏହି ବ୍ରାଇଡାଲ ଗାଉନ୍‌କୁ ତିଆରି କରିଛନ୍ତି ଜାପାନର ବହୁ ପ୍ରସିଦ୍ଧ ଡିଜାଇନର୍‌ ୟୁମି କାତ୍‌ସୁରା। ସିଲ୍କ, ସାଟିନ୍‌ କପଡ଼ାରେ ପ୍ରସ୍ତୁତ ଏହି ଗାଉନ୍‌ରେ ଜରି ଏମ୍ବ୍ରୋଏଡୋରି କାମ ହେବା ସହ ଏଥିରେ ୧୦୦୦ ମୋତି, ୮.୮ କ୍ୟାରେଟ୍‌ର ଏକ ସବୁଜ ହୀରା ଓ ୫ କ୍ୟାରେଟ୍‌ର ହ୍ବାଇଟ୍‌ ଗୋଲ୍ଡ ଡାଇମଣ୍ଡ ଖଚିତ ହୋଇଛି। ଏହାର ମୂଲ୍ୟ ହେଉଛି ୮.୩ ମିଲିୟନ ଡଲାର।
ଭେରା ଓ୍ବାଙ୍ଗ ଗାଉନ୍‌: ହ୍ବାଇଟ୍‌ ଲେସ୍‌ ଓ ରଫଲ୍‌କୁ ଭଲ ପାଉଥିବା ଡିଜାଇନର୍‌ ଭେରା ଓ୍ବାଙ୍ଗ କିଛି ନୂଆ ଢଙ୍ଗରେ ଏହି ଗାଉନ୍‌କୁ ତିଆରି କରିବାକୁ ଚେଷ୍ଟା କରିଥିଲେ। ଶେଷରେ ସେ ସବୁ ଓ୍ବେଡିଂ ଗାଉନ୍‌ଠାରୁ ଭିନ୍ନ ଓ ବେଶ୍‌ ଆକର୍ଷକ ଗାଉନ୍‌ ତିଆରି କଲେ। ଯେଉଁଥିରେ ସେ ଖଚିତ କଲେ ୨୦୦୦ରୁ ଊର୍ଦ୍ଧ୍ୱ ମୟୂର ପୁଚ୍ଛ। ଚାଇନା, ନାନଜିନ୍‌ସ୍ଥ ଏକ ଓ୍ବେଡିଂ ଏକ୍ସପୋ ପାଇଁ ସେ ଏହାକୁ ତିଆରି କରିଥିଲେ। ୮ ଜଣ କାରିଗର ଲାଗିଥିଲେ ଏହି ଗାଉନ୍‌ରେ ମୟୂର ପୁଚ୍ଛ ସିଲେଇ କରିବା ପାଇଁ। ଏହି ଗାଉନ୍‌ର ମୂଲ୍ୟ ହେଉଛି ୨ ମିଲିୟନ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?