ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ ଭରତପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଥିବାବେଳେ ବିଡିଏ ପୁନର୍ବାର ଉକ୍ତ ସରକାରୀ ଜମିକୁ ନିଜ ଦଖଲକୁ ନେଇଛି।
ଅଗଷ୍ଟ ପହିଲାରେ ଶଙ୍କରପୁରବାସୀଙ୍କ ଅଭିଯୋଗ ଅନୁଯାୟୀ, ଶଙ୍କରପୁର ମୌଜାର ଖାତା ନଂ-୨୦୭୭ ଅନ୍ତର୍ଗତ ପ୍ଲଟ୍‌ ନଂ-୧୬୦୦ ଏବଂ ଖାତା ନଂ-୨୦୭୫ ଅନ୍ତର୍ଗତ ପ୍ଲଟ୍‌ ନଂ-୧୬୦୧ ଓ ୧୬୦୨ରେ ଜବରଦଖଲ ଥିବା ସରକାରୀ ଜମିକୁ ବିଡିଏ ଉଚ୍ଛେଦକରି ନିଜ ହାତକୁ ନେଇଥିଲା। ମାତ୍ର କିଛିଦିନ ପରେ ଉକ୍ତ ଜମିରୁ କିଛି ଜବରଦଖଲକାରୀ ବିଡିଏର ନିର୍ମାଣ ଭାଙ୍ଗି ପୁନର୍ବାର ନିଜ ଅକ୍ତିଆରକୁ ନେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଡିଏ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ବିଡିଏ ଏକ ମାମଲା ରୁଜୁ କରିଥିବାବେଳେ ଶଙ୍କର ନାୟକ ନାମକ ଜଣେ ବ୍ୟକ୍ତି ଭରତପୁର ଥାନାରେ ଜବରଦଖଲକାରୀଙ୍କ ବିରୋଧରେ ୧୭ ଲକ୍ଷ ଟଙ୍କାର ଠକେଇ ନେଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ଭରତପୁର ଥାନା ପୋଲିସ ଅଗଷ୍ଟ ୨୦ରେ ପ୍ରିୟବ୍ରତ ପଟ୍ଟନାୟକଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ବିଡିଏ ପକ୍ଷରୁ ଉକ୍ତ ସରକାରୀ ଜମିରେ ପୁନର୍ବାର ପାଚେରି କରାଯାଇ ନିଜ ଦଖଲକୁ ନିଆଯାଇଛି। ତେବେ ଉକ୍ତ ସରକାରୀ ଜମିର କିଭଳି ପଟ୍ଟା କରାଗଲା ତାହା ଏବେ ତଦନ୍ତ ପରିସରଭୁକ୍ତ ରହିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନାୟକ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ ଯୁବକ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ବାପାଙ୍କ ଜୀବନ

ଔରଙ୍ଗାବାଦ, ୨୨।୮: ମହାରାଷ୍ଟ୍ରର ଖାଭ୍ୟଡା ଡୋଙ୍ଗରର ଏକ ବିପଦପୂର୍ଣ୍ଣ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ୧୮ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ମା’ବାପା। ପଥର…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri