Posted inଫୁରସତ

ଦାମୀ କିନ୍ତୁ ଅଦରକାରୀ

ବେଳେବେଳେ ଚର୍ଚ୍ଚାର ପରିସରଭୁକ୍ତ ହେବା ଅବା ରେକର୍ଡ କରିବା ଲାଗି ମଣିଷ ଏମିତି କିଛି ଜିନିଷ ତିଆରି କରିଥାଏ, ଯାହାର ମୂଲ୍ୟ ଆକାଶ ଛୁଆଁ ହୋଇଥାଏ। ହେଲେ ଏତେ ଦାମ୍‌ ସତ୍ତ୍ୱେ ବି ସେ ଜିନିଷଗୁଡିକ କୌଣସି କାମରେ ଲାଗି ପାରି ନ ଥାଏ। ଜାଣନ୍ତୁ ସେମିତି କେତୋଟି ଦାମୀ କିନ୍ତୁ ଅଦରକାରୀ ଜିନିଷ ସମ୍ପର୍କରେ…

ସୁପର ମାର୍କେଟ୍‌ ବ୍ୟାଗ୍‌: ସୁପର୍‌ ମାର୍କେଟ୍‌ରେ କିଛି ସାମଗ୍ରୀ କିଣିଲେ ଏକ ଡିସପୋଜେବଲ୍‌ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମିଳେ। ଯାହା ପରବର୍ତ୍ତି ସମୟରେ ଅଦରକାରୀ ହୋଇଯାଏ। ଆଉ ଡଷ୍ଟବିନ୍‌ରେ ପକାଇଦିଆଯାଏ। ହେଲେ ବାଲେନ୍‌ସିଆଗା କମ୍ପାନୀର ଏମିତି ଏକ ଡିସ୍‌ପୋଜେବଲ୍‌ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଅଛି, ଯାହାର ମୂଲ୍ୟ ହେଉଛି ୧୦,୦୦୦ଡଲାର। ଏହି ବ୍ୟାଗର ମୂଲ୍ୟ ଏତେ ହେଲେ ବି ତା’ର ଭାଗ୍ୟ ଶେଷରେ ସେଇ ଡଷ୍ଟବିନ୍‌।

ହୀରା ହେଲୋ କିଟି: ଜାପାନୀ କାର୍ଟୁନ କ୍ୟାରେକ୍ଟର ହେଲୋ କିଟି ପ୍ରାୟ ସବୁ ପିଲାଙ୍କୁ ଭଲ ଲାଗେ। ଏହାର କଣ୍ଢେଇ ସବୁ ପିଲାଙ୍କ ପାଖରେ ଥାଏ। ହେଲେ ଏଠି ଯେଉଁ ହେଲୋ କିଟି କଣ୍ଢେଇଟିକୁ ଦେଖୁଛନ୍ତି ସୁନ୍ଦର ହେଲେ ବି ତାକୁ ନା କୌଣସି ପିଲା ପାଖରେ ରଖି ପାରିବେ ନା ଖେଳି ପାରିବେ। କାରଣ ଏହାର ମୂଲ୍ୟ ୧୬୩୦୦୦ ଡଲାର। ଏଥିରେ ରୁବି, ପିଙ୍କ ଶାଫାୟର୍‌, ଅମେଥିଷ୍ଟ ଓ ବ୍ଲୁ ଟୋପାଜ୍‌ ଖଚ୍ଚିତ ହୋଇଛି। ଏତେ ଦାମୀ ହେଲୋ କିଟି କେବଳ ମ୍ୟୁଜିୟମ୍‌ରେ ରହିବା ଯୋଗ୍ୟ।

ହୀରା ଟି’ ବ୍ୟାଗ୍‌: ଚା’ ପ୍ରିୟଙ୍କ ପାଇଁ ଟି’ ବ୍ୟାଗ୍‌ ବହୁ ମୂଲ୍ୟବାନ। ତାକୁ ଗରମ କ୍ଷୀରରେ ବୁଡେଇ ବୁଡେଇ ପିଇବାବେଳେ ପରମ ଆନନ୍ଦ ମିଳେ। ହେଲେ ଏଠାରେ ଯେଉଁ ଟି’ ବ୍ୟାଗ କଥା କୁହାଯାଉଛି ତାକୁ କେହି ବି କିଣିବାକୁ ଚାହିଁବେନି। କାରଣ ଏହାର ମୂଲ୍ୟ ୧୪,୦୦୦ ଡଲାର, ବ୍ରୁକ୍‌ବଣ୍ଡର ପିଜି ଟିପ୍ସର ୭୫ତମ ଆନିଭର୍ସରୀରେ ୨୮୦ଟି ହୀରା ଖଚ୍ଚିତ ଏହି ହାତ ତିଆରି ଟି ବ୍ୟାଗ୍‌ଟିକୁ ତିଆରି କରାଯାଇଥିଲା।

ସୁନା ଷ୍ଟାପ୍‌ଲର୍‌ ପିନ୍‌: ଷ୍ଟାପ୍‌ଲର୍‌ ପିନ୍‌ ବିଭିନ୍ନ କାର୍ଯ୍ୟାଳୟ, ସ୍କୁଲରେ ଆବଶ୍ୟକ ହୁଏ। ମୂଲ୍ୟ ଖୁବ୍‌ କମ୍‌ ହେଲେ ବି ଏହା ବେଶ୍‌ ଦରକାରୀ। କିନ୍ତୁ ଏଠି ଯେଉଁ ଷ୍ଟାପଲର୍‌ ପିନ୍‌କୁ ଦେଖୁଛନ୍ତି ତାହା କୌଣସି କାମରେ ଲାଗିବନି। ହେଲେ ଏହାର ମୂଲ୍ୟ ଅଧିକ। ୨୧୦ ଡଲାରର ଏହି ପିନ୍‌ ୨୪ କ୍ୟାରେଟ୍‌ ସୁନାରେ ତିଆରି। ଏହା ଏକ ଭେଲଭେଟ୍‌ ଜୁଏଲାରୀ ବକ୍ସ ଭିତରେ ଉପଲବ୍ଧ ହୁଏ।
ସୁନା ଟଏଲେଟ୍‌ ପେପର୍‌: ଏଇ ଟଏଲେଟ୍‌ ପେପର୍‌ର ମୂଲ୍ୟ ଏତେ ଯେ, ସେଥିରେ ଆପଣ ଏକ ଲକ୍‌ଜ୍ୟୁରୀୟସ୍‌ କାର୍‌ କିଣିପାରିବେ। କାରଣ ୧.୩୮ ମିଲିୟନ ଡଲାରର ଏହି ଟଏଲେଟ ପେପର୍‌ ୨୨ କ୍ୟାରେଟ୍‌ ସୁନାରେ ତିଆରି। ତେଣୁ ଏହାକୁ କ’ଣ କେହି ଟଏଲେଟ୍‌୍‌ରେ ବ୍ୟବହାର କରିବେ? ଏହା କେବଳ ସଂଗ୍ରହାଳୟରେ ରହିବା ପାଇଁ ଯୋଗ୍ୟ। ଏକ ବୋତଲ ସାମ୍ପେନ ସହ ଏହାକୁ ଡେଲିଭର୍‌ କରାଯାଇଥାଏ ।

ଛତା: ଗୁସି ଆଣ୍ଡ ଆଡିଡାସ୍‌ର ଏହି ଛତାର ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ୱ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ବର୍ଷାରୁ ସୁରକ୍ଷା ପ୍ରଦାନ କରିପାରିବ ନାହିଁ।

ମାକ୍‌କ୍ୟୁମସ୍‌ ମିନି ବ୍ୟାଗ୍‌: ଦୂରରୁ ଆଖିକୁ ଦେଖାଯାଉ ନ ଥିବା ମାକ୍‌କ୍ୟୁମସ୍‌ କମ୍ପାନୀର ଏଇ କୁନି କୁନି ବ୍ୟାଗ୍‌ରେ କୌଣସି ଜିନିଷ ରଖିହେବ ନାହିଁ। ହେଲେ ଏହାର ମୂଲ୍ୟ ହେଉଛି ୬୦,୦୦୦ ଟଙ୍କା।

ଲକ୍‌ଜ୍ୟୁରୀ ଆଇସ୍‌ କ୍ୟୁବ୍‌: କାଲିଫର୍ନିଆର ଗ୍ଲେସ୍‌ ଲକ୍‌ଜ୍ୟୁରୀ ଆଇସ୍‌ କୋ. ପ୍ରସ୍ତୁତ କରିଛି ଏକ ସ୍ବତନ୍ତ୍ର ଧରଣର ଆଇସ୍‌ କ୍ୟୁବ, ଯାହାର ଏକ ପ୍ୟାକେଟ୍‌ର ମୂଲ୍ୟ ୩୨୫ ଡଲାର। ପ୍ୟାକେଟ୍‌ରେ ୫୦ଟି ଆଇସ୍‌ କ୍ୟୁବ ରହିଥାଏ। ଫଳରେ ଗୋଟିଏ କ୍ୟୁବ୍‌ର ମୂଲ୍ୟ ୬.୫ ଡଲାର ହୁଏ। ସମ୍ପୂର୍ଣ୍ଣ ବର୍ଗାକାର ଏହି ଆଇସ୍‌କ୍ୟୁବ୍‌ ଜଳରେ କମ୍‌ ଦବ୍ରିଭୂତ ହୋଇଥାଏ କିନ୍ତୁ ଅଧିକ ଥଣ୍ଡା ପ୍ରଦାନ କରିଥାଏ। ସ୍ବାଦହୀନ ଏହି ଆଇସ୍‌ କ୍ୟୁବ୍‌୍‌କୁ ଏତେ ଦାମରେ କିଏ ବା କାହିଁକି କିଣିବ।

ହୀରା କଣ୍ଟାକ୍ଟ ଲେନ୍ସ: ଅନେକ ଯୁବତୀ ଆଖିର ଲୁକ୍‌ ବଦଳାଇବା ପାଇଁ ବିଭିନ୍ନ ପ୍ରକାର ରଙ୍ଗର କଣ୍ଟାକ୍ଟ ଲେନ୍ସ ଲଗାନ୍ତି। ଯାହାକି ଏବେକାର ଫ୍ୟାଶନ ଟ୍ରେଣ୍ଡ ପାଲଟିଗଲାଣି। ହେଲେ ଏଠି ଯେଉଁ କଣ୍ଟାକ୍ଟ ଲେନ୍ସ କଥା କୁହାଯାଉଛି ସେଥିରେ ୧୮ଟି ହୀରା ଲାଗିଛି। ଫଳରେ ଏହାର ମୂଲ୍ୟ ବେଶ୍‌ ଅଧିକ। ୧୫୦୦୦ ଡଲାରର ଏହି ଲେନ୍ସକୁ ଲଗାଇଲେ କିନ୍ତୁ ଏକ ଭୟାନକ ଲୁକ୍‌ ମିଳେ। ଲାଗେ ସତେ ଯେମିତି ଭୂତ ଆଖି ଚକ୍‌ମକ୍‌ କରୁଛି।

ରୁବି ଓ ହୀରା ଖଚ୍ଚିତ ପେନ୍‌: ପେନ୍‌ ହଜିବା ଏକ ସାଧାରଣ କଥା। ଅନେକଙ୍କ କ୍ଷେତ୍ରରେ ଏହା ଘଟିଥାଏ। ହେଲେ ଏହି ପେନ୍‌କୁ ତ କିଣିବା ଅସମ୍ଭବ। ଆଉ ହଜିଗଲେ ତ ପ୍ରାଣ ଚାଲିଗଲା ପରି ଲାଗିବ। କାରଣ ରୁବି ଓ ହୀରା ଖଚ୍ଚିତ ଏହି ପେନ୍‌ର ମୂଲ୍ୟ ୫୯୫,୦୦୦ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମିଠାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କୌଣସି ପବପର୍ବାଣୀ ହେଉ କିମ୍ବା ନ ହେଉ, ମିଠାର ସବୁବେଳେ ଚାହିଦା ଥାଏ। ନିକଟରେ ସୋସିଆଲ ମିଡିଆରେ...

ନୁହେଁ ଆମେ ହିନ୍ଦୁ ଅବା ମୁସଲମାନ୍‌: ହିନ୍ଦୁସ୍ତାନୀ ଆମେ ଦେଶ ଆମ ହିନ୍ଦୁସ୍ତାନ

ଆମେଠି,୨୭।୨: ଦେଶରେ ହିନ୍ଦୁ-ମୁସଲମାନ୍‌ ନେଇ ହିଂସା ଘଟୁଥିବାବେଳେ ଉତ୍ତରପ୍ରଦେଶ ଆମେଠିର ପିଢ଼ି ଗାଁରେ ଭାଇଚାରାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ବାଲ୍ୟ ବନ୍ଧୁ କୃଷ୍ଣଦତ୍ତ...

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରିଥା’ନ୍ତି ଲୋକେ, ବାଜପେୟୀ ବି ଏଥିରୁ ବାଦ୍‌ ପଡ଼ି ନ ଥିଲେ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ।...

ମାରିଦେଇ ବର୍ତ୍ତିଯିବେ ଭାବିଥିଲେ ହେଲେ ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି।...

ଗୋ ସୁରକ୍ଷା ଚିନ୍ତା

ଦିନକୁ ଦିନ ଗାଁରୁ ଗୋ-ସମ୍ପଦ କମିବାରେ ଲାଗିଛି। ଆଗପରି ଆଉ ଘରେ ଘରେ ଗୋରୁ ପାଳିବା ଦେଖିବାକୁ ମିଳୁନି। ମାତ୍ର ଦିନଥିଲା ଦେଶର ଅର୍ଥନୈତିକ ବିକାଶରେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା

ରୋଡ୍‌ ଟ୍ରିପ୍‌ ସ୍ବତନ୍ତ୍ର ହୋଇଥାଏ, ଯେତେବେଳେ ଆପଣ ସାଙ୍ଗ କିମ୍ବା ପରିବାର ସଦସ୍ୟଙ୍କ ସହିତ ଏକ ଲଙ୍ଗ୍‌ ଡ୍ରାଇଭରେ ଯାଇଥାନ୍ତି। କିନ୍ତୁ ଯଦି ଆପଣ ବୋଲିଭିଆରେ...

ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ...

Advertisement
Archives

Model This Week