ଆଦର୍ଶ ପୋଖରୀ ନିର୍ମାଣ ନାଁରେ ଅର୍ଥ ଆତ୍ମସାତ୍‌

ପଟ୍ଟାମୁଣ୍ଡାଇ, ୧୧।୧(ସ୍ବ.ପ୍ର.): ଆଦର୍ଶ ପୋଖରୀ ପୁନରୁଦ୍ଧାର ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହେଉଛି। ୩ ଦଫାରେ ସେହି ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ପୋଖରୀ ଏବେ ଆବର୍ଜନା କୁଣ୍ଡଠୁ ବଳେଇ ପଡ଼ିଛି। ପୋଖରୀ ପାଣିରେ ଗୋଡ଼ ବୁଡ଼ାଇଲେ ଚର୍ମ ରୋଗ ହେଉଥିବା ଲୋକେ କହିଛନ୍ତି। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ଚୁପ ହୋଇ ବସିଛନ୍ତି।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ପଞ୍ଚାୟତ ଜିଗରଣ ଗଁାର ଅନ୍ୟତମ ପ୍ରାଚୀନ ପୁଷ୍କରିଣୀ ରହିଛି। ଏହି ପୋଖରୀ ଆଖପାଖ ଗ୍ରାମ ଓ ବାଟୋଇଙ୍କ ପାଇଁ ଏକ ପ୍ରମୁଖ ଜଳ ଉତ୍ସ। ତେଣୁ ଏହାର ପୁନରୁଦ୍ଧାର କରି ମଡେଲ୍‌ ପୋଖରୀ ଭାବେ ଉପସ୍ଥାପନ କରିବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା। ପ୍ରଥମତଃ ଦଳ ଓ ପଙ୍କ ସଫେଇ କରି ପୋଖରୀ ଜଳକୁ ସ୍ବଚ୍ଛ କରିବାକୁ ଯୋଜନା କରାଗଲା। ସେହିଭଳି ସୌନ୍ଦର୍ଯ୍ୟକରଣ ପାଇଁ ହୁଡ଼ା ଚାରିକଡ଼ରେ ପାଦଚଲା ପାଇଁ ଫେବର ବ୍ରିକ୍ସ ରାସ୍ତା, ଜଳାଶୟର ପାଣିକୁ ବାହାରକୁ ଛାଡ଼ିବା ପାଇଁ ଡ୍ରେନ, ଚାରିକଡ଼ରେ ଆଲୋକୀକରଣ କରିବା, ବସିବା ପାଇଁ ସିମେଣ୍ଟ ବେଞ୍ଚ ଆଦି ନିର୍ମାଣ କରିବାକୁ ଯୋଜନା କରାଗଲା। ଏଥିପାଇଁ ୩ଟି ପର୍ଯ୍ୟାୟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଗଲା। ଏବେ ଏହି ପୋଖରୀର ପଶ୍ଚିମ ଓ ପୂର୍ବ ପାଶର୍‌ବରେ ପାଦ ଚଲା ରାସ୍ତା ନିର୍ମାଣ ହୋଇଛି। ଏହା ବ୍ୟତୀତ ଅନ୍ୟ କୌଣସି କାମ କରାଯାଇନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯେତିକି କାମ ହୋଇଛି, ସେଥିପାଇଁ ଅତି ବେଶିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ। ଏବେ ପୋଖରୀ ପାଣିରେ ବିଭିନ୍ନ ପ୍ରକାର ଆବର୍ଜନାଠାରୁ ଆରମ୍ଭ କରି ପ୍ରଚୁର ଦଳ ଭର୍ତ୍ତି ହୋଇରହିଛି। ଜଳ ଅବସ୍ଥା ଏତେ ଖରାପ ଯେ, କେହି ଶୌଚ କରିବାକୁ ବି ଇଚ୍ଛା କରୁନାହାନ୍ତି। ଏମିତିକି ପୋଖରୀ ପାଣିରେ ଗୋଡ ବୁଡାଇଲେ ଚର୍ମରୋଗ ହୋଇଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିଭଳି ଭଲ ଭାବେ ପଙ୍କ ଉଦ୍ଧାର ହୋଇ ନ ଥିବାରୁ କୂଳ ବି ପୋତି ହୋଇଯାଇଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଏହି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ତେଣୁ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ବୋଲି ପଞ୍ଚାୟତବାସୀ କ୍ଷୋଭର ସହ କହିଛନ୍ତି। ଅନ୍ୟପକ୍ଷରେ ନିର୍ମାଣ ହୋଇଥିବା ପୋଖରୀ ରାସ୍ତା ବହୁ ଅଂଶ ଖରାପ ହୋଇଗଲାଣି। ପାଖ ଆଡିର ସିମେଣ୍ଟ ଛାଡି ବାଲି ଧୋଇ ଫେବର ଖସି ଯାଉଥିବାବେଳେ ବର୍ଷାପାଣି ଜମୁଛି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଓ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଏହି କାମ କରିଥିଲେ। ଏଭଳି ଅନିୟମିତତା ହୋଇଥିବା ନେଇ ଅକ୍ଷୟ କୁମାର ବଳ, ବବ୍ରୁବାହନ ବଳ, ଦାଶରଥି ବଳ, ବିଶ୍ୱନାଥ ସ୍ବାଇଁ, ଅମୂଲ୍ୟ ଦାସ, ଚତୁର୍ଭୁଜ ଦାସ, ପତିତପାବନ ରାଉତ, ପଞ୍ଚାନନ ଦାଶ, ପ୍ରକାଶ ମଲ୍ଲିକ, ସୁକାନ୍ତ ମଳିକ, ରମେଶ ମଳିକ, ସୁକାନ୍ତ ଦାସ, ବାଇଧର ମଳିକ, ରବୀନ୍ଦ୍ର ନାୟକ, ମାଧବାନନ୍ଦ ମଳିକ ପ୍ରମୁଖ ୫୦ରୁ ଊଦ୍ଧର୍‌ବ ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲାପାଳ ଓ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ଅଫିସ ପାଖରେ ଥିବା ପୋଖରୀରେ ଦଳ ଓ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ବେଳେ ବେଆଇନ ଭାବେ ଡ୍ରେନେଜ କଟ୍‌ରେ ପୋଖରୀ ନିର୍ମାଣ କରି ୪ ଲକ୍ଷ ଚଳୁ କରାଯାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନର ଏଭଳି ଭୁଲ୍‌ ନିଷ୍ପତ୍ତିକୁ ନେଇ ଖଡିଅଣ୍ଟା ପଞ୍ଚାୟତରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପଞ୍ଚାୟତରେ ପୂର୍ବରୁ ପଞ୍ଚାୟତ ପୋଖରୀ ଥିଲେ ମଧ୍ୟ ତାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ବେଳେ ଜିଗରଣ ଜଳ ନିଷ୍କାସନ ପଥ ପାଟନାଳିର ଦୁଇ ମୁଣ୍ଡକୁ ବନ୍ଧାଇ ବେଆଇନ ଭାବେ ଏକ ପୋଖରୀ ନିର୍ମାଣ କରାଯାଇଛି। ଉକ୍ତ ପୋଖରୀ କାହା ସ୍ବାର୍ଥରେ ଲାଗୁ ନାହିଁ। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରତନେଶ ପାଣ୍ଡେଙ୍କୁ ପଚାରିବାରୁ ୨ ମାସ ହେବ କାମରେ ଯୋଗ ଦେଇଛି। ଏ ପୋଖରୀ କାମ ବିଷୟରେ କିଛି ଜାଣିନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri