ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ ନ ଥିଲେ ମଧ୍ୟ ବଡ଼ ବଡ଼ ଗଛରେ ପ୍ରାୟ ୭ ପ୍ରଜାତିର ୫ଶହରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ବସା ବାନ୍ଧି ରହିଛନ୍ତି। ଫଳରେ ଜନଗହଳି ପରିବେଶରେ ଏହା ନିଆରା ଅନୁଭବ ଆଣି ଦେଇଛି।
ବିଶେଷ କରି ଜିଲାର ପଦ୍ମତୋଳା ହ୍ରଦ, ରିଷିଆ, କୁଲଡ଼ିହା, ତାଳସାରୀ, ସୁବର୍ଣ୍ଣରେଖା ମୁହାଣ, ଚାନ୍ଦିପୁର ଆଇଟିଆର୍‌ କ୍ୟାମ୍ପସ୍‌ ଓ ଚାନ୍ଦିପୁର ବେଳାଭୂମିରେ ଶୀତଦିନେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ କିଛିବର୍ଷ ହେବ ନୂଆବଜାର ଅଞ୍ଚଳରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ତେବେ ସହର ଭିତରେ ଏତେସଂଖ୍ୟକ ପକ୍ଷୀ ରହୁଥିବାରୁ ଶିକାରୀ ସେମାନଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି। ପକ୍ଷୀମାନଙ୍କ ଲାଗି ସୁରକ୍ଷା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ସେହିପରି ସହରର ଅନ୍ୟ ଏକ ଜାଗା ହରିପୁର ଅଞ୍ଚଳରେ ମଧ୍ୟ ପ୍ରାୟ ୨ହଜାର ପକ୍ଷୀ ଆଶ୍ରୟ ନେଇଛନ୍ତି। ଉଭୟ ସ୍ଥାନରେ ପକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପରିବେଶବିତ୍‌ ତଥା ଶିକ୍ଷକ ଗଙ୍ଗାନାରାୟଣ ପାଢ଼ୀ ଓ ସ୍ଥାନୀୟ ବାସିନ୍ଦା ଅରୁଣ କୁମାର କୁଣ୍ଡୁ ଦାବି କରିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ସଦର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା କହିଛନ୍ତି, ବୁଢ଼ାବଳଙ୍ଗ ନଦୀ କୂଳରେ ଏହି ସହର ଅବସ୍ଥିତ ହୋଇଥିବାରୁ କିଛି ବିଦେଶୀ ପକ୍ଷୀ ସୁରକ୍ଷିତ ମନେ କରି ଗଛ ଉପରେ ବସା ବାନ୍ଧି ରହୁଛନ୍ତି। ଅଳ୍ପ ଦୂରରେ ସମୁଦ୍ରକୁ ମଧ୍ୟ ଦିନ ବେଳେ ଉଡ଼ିଯାଇ ନିଜର ଖାଦ୍ୟ ସଂଗ୍ରହ କରିପାରୁଛନ୍ତି। ଏହି ପକ୍ଷୀଗୁଡ଼ିକ ସାଧାରଣତଃ ବଗ ଜାତୀୟ। ସେମାନଙ୍କର ଥଣ୍ଟ ହଳଦିଆ। ସେମାନେ ବିଦେଶୀ ପ୍ରଜାତିର ବୋଲି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂଖ୍ୟା ଦୃଷ୍ଟିରୁ ଗତବର୍ଷଠାରୁ ଚଳିତବର୍ଷ ଏହାର ସଂଖ୍ୟା ଅଧିକ। ବାତ୍ୟା ‘ୟାସ୍‌’ ଦ୍ୱାରା ସେମାନଙ୍କ ଭାଙ୍ଗିଯାଇଥିବାରୁ ନୂଆ ବସା ତିଆରି କରିବା ବେଳେ ସେମାନେ ଜୋରରେ କୋଳାହୋଳ କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri