ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍‌’ !

ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍‌ରେ ସିଲ୍‌ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍‌ଜିଟ୍‌ ପୋଲ। ସ୍କୁଲ ଅଫ୍‌ ପଲିଟିକ୍ସ ଦ଼୍ବାରା ନିର୍ବାଚନ ସମୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏହି ସର୍ଭେରୁ ୨୦୧୯ ତୁଳନାରେ ଭାଜପା ଅଧିକ ସିଟ୍‌ ଦଖଲ କରିବା ନେଇ ଜଣାପଡ଼ିଛି। ଏହି ସର୍ଭେ ମୁତାବିକ ଏନ୍‌ଡିଏ ସପକ୍ଷରେ ୪୯.୩ ପ୍ରତିଶତ ମତ ଯିବ। କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ଇଣ୍ଡିଆମେଣ୍ଟ ୩୮.୪ ପ୍ରତିଶତ ମତ ସହିତ ଦ୍ୱିତୀୟ ସ୍ଥାନରେ ରହିବ। ଅନ୍ୟାନ୍ୟଙ୍କ ସପକ୍ଷରେ ୧୨.୩ ପ୍ରତିଶତ ଭୋଟ ଯିବ। କହିବାକୁ ଗଲେ ଏନ୍‌ଡିଏ ଖାତାକୁ ୩୬୭-୪୦୩ ସିଟ୍‌ ଯାଉଥିବା ବେଳେ ଇଣ୍ଡିଆ ମେଣ୍ଟ ଖାତାକୁ ୧୨୯-୨୬୧ ସିଟ୍‌ ଏବଂ ଅନ୍ୟାନ୍ୟ ଖାତାକୁ ୭-୮ ସିଟ୍‌ ଯାଉଛି।

ଅନ୍ୟପଟେ ଏକ୍‌ଜିଟ୍‌ ପୋଲ ମତ ଅନୁସାରେ, ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏନ୍‌ଡିଏ ୫୮-୬୬ ସିଟ୍‌ ହାତେଇବାକୁ ଯାଉଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧୯-୨୩ ସିଟ୍‌ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଦିଲ୍ଲୀର ସମସ୍ତ ୭ଟି ଯାକ ସିଟ୍‌ ଭାଜପା ହାସଲ କରୁଥିବା ସର୍ଭେରୁ ଜଣାପଡ଼ିଛି। ହରିୟାଣାରେ ଭାଜପାକୁ ୮-୯ଟି ସିଟ୍‌ ମିଳିପାରେ। ସେଠି ଇଣ୍ଡିଆ ମେଣ୍ଟକୁ ୧-୨ଟି ମିଳିବା ସମ୍ଭାବନା ରହିଛି।

ପଶ୍ଚିମବଙ୍ଗରେ ସର୍ଭେ ଅନୁସାରେ ଭାଜପାକୁ ଫାଇଦା ହୋଇଛି। ପୂର୍ବ ନିର୍ବାଚନ ତୁଳନାରେ ଭାଜପା ପାର୍ଟି ଭଲ ପ୍ରଦର୍ଶନ କରିବା ନେଇ ସର୍ଭେରୁ ଜଣାପଡ଼ୁଛି। ଭାଜପାକୁ ୧୯-୨୩ଟି ସିଟ୍‌ ମିଳିବା ନେଇ ଅନୁମାନ କରାଯାଉଛି। ସେହିପରି ବିହାରରେ ଭାଜପା-ଜେଡିୟୁ ମେଣ୍ଟକୁ ୩୭-୩୯ଟି ଆସନ ମିଳିବା ସମ୍ଭାବନା ଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୦-୩ଟି ଆସନ ମିଳିପାରେ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଭାଜପା କମାଲ କରିବା ନେଇ ସର୍ଭେରୁ ଜଣାପଡ଼ିଛି । ଏହି ରାଜ୍ୟରେ ଏନ୍‌ଡିଏ ୩୧-୩୫ ସିଟ୍‌ ହାସଲ କରୁଥିବା ନଜର ଆସୁଛି। କିନ୍ତୁ ଇଣ୍ଡିଆ ମେଣ୍ଟକୁ ୧୨-୧୬ ସିଟ୍‌ରେ ଏଠି ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ଗୁଜୁରାଟରେ ଭାଜପା ପୁଣିଥରେ ୨୬ରୁ ୨୬ ସିଟ୍‌ ହାତେଇବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ରାଜସ୍ଥାନରେ ଭାଜପା ଖାତାକୁ ୨୩-୨୫ଟି ସିଟ୍‌ ଯାଇପାରେ। ଛତିଶଗଡ଼ରେ ୧୦-୧୧ଟି ସିଟ୍‌ ଭାଜପା ହାସଲ କରିବ। ମଧ୍ୟପ୍ରଦେଶରେ ଭାଜପାକୁ ୨୮-୨୯ ସିଟ୍‌ ମିଲିପାରେ।
ତେବେ ଯଦି ଏହି ଏକ୍‌ଜିଟ୍‌ ପୋଲ ସତ ହୁଏ ତେବେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ନାରା ‘ଅବକି ବାର ୪୦୦ ପାର୍‌’ ଲକ୍ଷ୍ୟ ହାସଲ ହେଉଥିବା ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri