ଶୀତରେ ଏକ୍ସରସାଇଜ୍‌

ଫିଟ୍‌ ରହିବା ପାଇଁ ଏକ୍ସରସାଇଜ୍‌ କରିବା ଆବଶ୍ୟକ। ହେଲେ ଅଧିକାଂଶ ଯୁବପିଢ଼ି ଶୀତଦିନେ ଥଣ୍ଡା ଯୋଗୁ ଏକ୍ସରସାଇଜ୍‌ କରିବାକୁ ଇଚ୍ଛା କରି ନ ଥା’ନ୍ତି। ହେଲେ ନିୟମିତ ଏକ୍ସରସାଇଜ୍‌ କରିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ତେବେ ଶୀତଦିନେ ଏକ୍ସରସାଇଜ୍‌ କରୁଥିଲେ କେତେକ ଦିଗ ପ୍ରତି ଦୃଷ୍ଟି ଦେଲେ ଉପକୃତ ହୋଇପାରିବେ…

* ଶୀତଦିନେ ଓ୍ବାର୍କଆଉଟ୍‌ କରିବା ସମୟରେ କଟନ୍‌ କପଡ଼ା ବ୍ୟବହାର କଲେ ଝାଳରେ ଓଦା ହୋଇ ଥଣ୍ଡା ଲାଗିପାରେ। ତେଣୁ ଏହି ସମୟରେ ସିନ୍ଥେଟିକ୍‌ କିମ୍ବା ପଲିଷ୍ଟର କପଡ଼ା ବ୍ୟବହାର କରନ୍ତୁ। ଫୁଲ୍‌ ସ୍ଲିଭ୍‌ ଟପ୍ସ ମଧ୍ୟ ପିନ୍ଧିପାରିବେ।
* ଶୀତଦିନେ ଶରୀରକୁ ହାଇଡ୍ରେଟ ରଖିବା ଆବଶ୍ୟକ। କାରଣ ଗରମ ଦିନ ତୁଳନାରେ ଶୀତଦିନେ ଶରୀରରୁ କମ୍‌ ଝାଳ ବୋହିଥାଏ ଓ ବେଶୀ ଶୋଷ ଲାଗି ନ ଥାଏ। ଫଳରେ ଅନେକଙ୍କଠାରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଏପରି ନ ହେବା ଲାଗି ଏଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଫ୍ରୁଟ୍‌ ଜୁସ୍‌ କିମ୍ବା ସୁପ୍‌ ମଧ୍ୟ ପିଇପାରିବେ।
* ଏକ୍ସରସାଇଜ୍‌୍‌ ପରେ କିଛି ସମୟ ବ୍ରେକ୍‌ ନିଅନ୍ତୁ। ଜିମ୍‌ରେ ଏକ୍ସରସାଇଜ୍‌ ସରିବା ପରେ ସାଙ୍ଗେ ସାଙ୍ଗେ ବାହାରକୁ ଆସନ୍ତୁ ନାହିଁ। କାରଣ ଏହି ସମୟରେ ବାହାର ପରିବେଶର ତାପମାତ୍ରା ଥଣ୍ଡା ଥିବାବେଳେ ଶରୀର ଗରମ ରହିଥାଏ। ତେଣୁ ସାଙ୍ଗେ ସାଙ୍ଗେ ବାହାରକୁ ଆସଲେ ଆପଣଙ୍କ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ।
* ଶୀତଦିନେ ଅନେକେ ସୂର୍ଯ୍ୟ କିରଣରେ ଆଉଟ୍‌ଡୋର୍‌ ଏକ୍ସରସାଇଜ୍‌ କରିବାକୁ ଭଲପାଆନ୍ତି। ହେଲେ ଏକ୍ସରସାଇଜ୍‌ କରୁଥିଲେ ଟ୍ୟାନିଂ ହୋଇପାରେ। ତେଣୁ ବାହାରକୁ ଯିବା ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗେଇବାକୁ ଭୁଲନ୍ତୁ ନାହିଁ।
* ଅନେକେ ଥଣ୍ଡା ଲାଗିବା ଯୋଗୁଁ ଶୀତଦିନେ ଗାଧୋଇ ନ ଥା’ନ୍ତି। କିନ୍ତୁ ଓ୍ବାର୍କଆଉଟ୍‌ ସାରି ଫେରିବା ପରେ ପରିଷ୍କାର ଭାବେ ଗାଧୋଇ ଡ୍ରେସ୍‌କୁ ଭଲ ଭାବରେ ସଫା କରନ୍ତୁ। ନଚେତ୍‌ ଝାଳରେ ଧୂଳି ମଳି ଲାଗିବା ଦ୍ୱାରା କୁଣ୍ଡାଇ ହେବା ସହ ଅନ୍ୟାନ୍ୟ ଚର୍ମ ସମସ୍ୟା ଦେଖାଦେଇପାରେ।
* ଶୀତଦିନେ ହଟ୍‌ ସାଓ୍ବାର୍‌ ନେଉଥିଲେ ଏକ୍ସରସାଇଜ୍‌ ପରେ ଶରୀର ଗରମ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?