ଶୀତରେ ଏକ୍ସରସାଇଜ୍‌

ଫିଟ୍‌ ରହିବା ପାଇଁ ଏକ୍ସରସାଇଜ୍‌ କରିବା ଆବଶ୍ୟକ। ହେଲେ ଅଧିକାଂଶ ଯୁବପିଢ଼ି ଶୀତଦିନେ ଥଣ୍ଡା ଯୋଗୁ ଏକ୍ସରସାଇଜ୍‌ କରିବାକୁ ଇଚ୍ଛା କରି ନ ଥା’ନ୍ତି। ହେଲେ ନିୟମିତ ଏକ୍ସରସାଇଜ୍‌ କରିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ତେବେ ଶୀତଦିନେ ଏକ୍ସରସାଇଜ୍‌ କରୁଥିଲେ କେତେକ ଦିଗ ପ୍ରତି ଦୃଷ୍ଟି ଦେଲେ ଉପକୃତ ହୋଇପାରିବେ…

* ଶୀତଦିନେ ଓ୍ବାର୍କଆଉଟ୍‌ କରିବା ସମୟରେ କଟନ୍‌ କପଡ଼ା ବ୍ୟବହାର କଲେ ଝାଳରେ ଓଦା ହୋଇ ଥଣ୍ଡା ଲାଗିପାରେ। ତେଣୁ ଏହି ସମୟରେ ସିନ୍ଥେଟିକ୍‌ କିମ୍ବା ପଲିଷ୍ଟର କପଡ଼ା ବ୍ୟବହାର କରନ୍ତୁ। ଫୁଲ୍‌ ସ୍ଲିଭ୍‌ ଟପ୍ସ ମଧ୍ୟ ପିନ୍ଧିପାରିବେ।
* ଶୀତଦିନେ ଶରୀରକୁ ହାଇଡ୍ରେଟ ରଖିବା ଆବଶ୍ୟକ। କାରଣ ଗରମ ଦିନ ତୁଳନାରେ ଶୀତଦିନେ ଶରୀରରୁ କମ୍‌ ଝାଳ ବୋହିଥାଏ ଓ ବେଶୀ ଶୋଷ ଲାଗି ନ ଥାଏ। ଫଳରେ ଅନେକଙ୍କଠାରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଏପରି ନ ହେବା ଲାଗି ଏଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଫ୍ରୁଟ୍‌ ଜୁସ୍‌ କିମ୍ବା ସୁପ୍‌ ମଧ୍ୟ ପିଇପାରିବେ।
* ଏକ୍ସରସାଇଜ୍‌୍‌ ପରେ କିଛି ସମୟ ବ୍ରେକ୍‌ ନିଅନ୍ତୁ। ଜିମ୍‌ରେ ଏକ୍ସରସାଇଜ୍‌ ସରିବା ପରେ ସାଙ୍ଗେ ସାଙ୍ଗେ ବାହାରକୁ ଆସନ୍ତୁ ନାହିଁ। କାରଣ ଏହି ସମୟରେ ବାହାର ପରିବେଶର ତାପମାତ୍ରା ଥଣ୍ଡା ଥିବାବେଳେ ଶରୀର ଗରମ ରହିଥାଏ। ତେଣୁ ସାଙ୍ଗେ ସାଙ୍ଗେ ବାହାରକୁ ଆସଲେ ଆପଣଙ୍କ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ।
* ଶୀତଦିନେ ଅନେକେ ସୂର୍ଯ୍ୟ କିରଣରେ ଆଉଟ୍‌ଡୋର୍‌ ଏକ୍ସରସାଇଜ୍‌ କରିବାକୁ ଭଲପାଆନ୍ତି। ହେଲେ ଏକ୍ସରସାଇଜ୍‌ କରୁଥିଲେ ଟ୍ୟାନିଂ ହୋଇପାରେ। ତେଣୁ ବାହାରକୁ ଯିବା ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗେଇବାକୁ ଭୁଲନ୍ତୁ ନାହିଁ।
* ଅନେକେ ଥଣ୍ଡା ଲାଗିବା ଯୋଗୁଁ ଶୀତଦିନେ ଗାଧୋଇ ନ ଥା’ନ୍ତି। କିନ୍ତୁ ଓ୍ବାର୍କଆଉଟ୍‌ ସାରି ଫେରିବା ପରେ ପରିଷ୍କାର ଭାବେ ଗାଧୋଇ ଡ୍ରେସ୍‌କୁ ଭଲ ଭାବରେ ସଫା କରନ୍ତୁ। ନଚେତ୍‌ ଝାଳରେ ଧୂଳି ମଳି ଲାଗିବା ଦ୍ୱାରା କୁଣ୍ଡାଇ ହେବା ସହ ଅନ୍ୟାନ୍ୟ ଚର୍ମ ସମସ୍ୟା ଦେଖାଦେଇପାରେ।
* ଶୀତଦିନେ ହଟ୍‌ ସାଓ୍ବାର୍‌ ନେଉଥିଲେ ଏକ୍ସରସାଇଜ୍‌ ପରେ ଶରୀର ଗରମ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri