Posted inଖେଳ

ଅଷ୍ଟ୍ରେଲିଆର ରୋମାଞ୍ଚକ ବିଜୟ

ଧର୍ମଶାଳା, ୨୯।୧୦ (ପି.ଟି.): ଚଳିତ ଦିନିକିଆ ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ଙ୍କ ଆକର୍ଷଣୀୟ ଶତକ ସହାୟତାରେ ୫ ରନରେ ରୋମାଞ୍ଚକ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୮୮ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୩୮୩ ରନ କରିପାରିଥିଲା। ଏକ ବିଶ୍ୱକପ୍‌ ମ୍ୟାଚରେ ଦୁଇ ଦଳ ମିଶି ସର୍ବାଧିକ ୭୭୧ ରନ ସଂଗ୍ରହ କରି ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଚଳିତ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ଦୁଇ ଦଳ ମୋଟ ୭୫୪ ରନ ସଂଗ୍ରହ କରିଥିଲେ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଆରମ୍ଭ ଉତ୍ସାହଜନକ ନ ଥିଲା। ଦଳ ଏହାର ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଥିଲା। ମାତ୍ର ଚମତ୍କାର ପ୍ରତ୍ୟାବର୍ତ୍ତନ ସହ କ୍ରମାଗତ ୪ର୍ଥ ବିଜୟ ସହ ନିଜକୁ ସେମିଫାଇନାଲ ଦୌଡ଼ରେ ସାମିଲ କରିଛି। ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ଟ୍ରାଭିସ୍‌ ହେଡ୍‌ ତାଙ୍କ ପ୍ରଥମ ବିଶ୍ୱକପ୍‌ ମ୍ୟାଚରେ ୬୭ ବଲ୍‌ରୁ ୧୦୯ ରନ ସଂଗ୍ରହ କରିଥିଲେ। ସେ ଓ ଡେଭିଡ୍‌ ଓ୍ବାର୍ନର (୬୫ ବଲ୍‌ରୁ ୮୧) ଓପନିଂ ଉଇକେଟରେ ୧୭୫ ରନ ଯୋଗ କରିଥିଲେ। ଅଷ୍ଟ୍ରେଲିଆର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଗ୍ଲେନ ମାକ୍ସଓ୍ବେଲ ୪୧, ଜୋସ୍‌ ଇଂଲିଶ ୩୮ ରନ କରିଥିବା ବେଳେ ଶେଷ ପର୍ଯ୍ୟାୟରେ ପ୍ୟାଟ୍‌ କୁମିନ୍ସ ୧୪ ବଲ୍‌ରୁ ଦ୍ରୁତ ୩୭ ରନ କରିଥିଲେ। ନ୍ୟୁଜିଲାଣ୍ଡର ସଫଳ ବୋଲର ଗ୍ଲେନ ଫିଲିପ୍ସ ୩୭ ରନ ବିନିମୟାର ୩ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ଇନିଂସରେ ଟପ୍‌ ସ୍କୋରର ରାଚିନ ରବିନ୍ଦ୍ର ୮୯ ରନ୍‌ରୁ ୧୧୬ ରନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ: ୪୯.୨ ଓଭରରେ ୩୮୮ (ଟ୍ରାଭିସ ହେଡ୍‌-୧୦୯, ଡେଭିଡ୍‌ ଓ୍ବାର୍ନର-୮୧; ଗ୍ଲେନ ଫିଲିପ୍ସ-୩/୩୭)।
ନ୍ୟୁଜିଲାଣ୍ଡ: ୫୦ ଓଭରରେ ୩୮୩/୯ (ରାଚିନ ରବୀନ୍ଦ୍ର-୧୧୬, ଜିମ୍ମି ନିଶାମ-୫୮, ଜୋଶ ହାଜ୍‌ଲେଉଡ୍‌-୨/୭୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri