ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି। ଚୋରାମଦ ଚାଲାଣ କରୁଥିବା ସନ୍ଦେହରେ ଅବକାରୀ ବିଭାଗର ପାଟ୍ରୋଲିଂ ଗାଡି ଏକ ଗାଡିକୁ ପିଛା କରୁଥିବା ବେଳେ ଆଗରେ ଯାଉଥିବା ଗାଡିରୁ ଅବକାରୀ ବିଭାଗର ପାଟ୍ରୋଲିଂ ଗାଡି ଉପରକୁ ଗୁଳି ଚାଳନା ହୋଇଛି। ଗାଡିକୁ ଜବତ ବେଳେ ଏହା ଗୋରୁଚାଲାଣ କରୁଥିବା ଦୁବୃର୍ତ୍ତମାନେ ବୋଲି ଜଣାପଡିଛି। ଏହି ଘଟଣାରେ ଲେଫ୍ରିପଡା ପୋଲିସ ଜଣକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ଉକ୍ତ ଗାଡ଼ିରେ ଥିବା ଦୁଇଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ସୂଚନା ମୁତାବକ
ହେମଗିର ଅଞ୍ଚଳରୁ ମଦ ଆସୁଥିବା ସନ୍ଦେହରେ ଏକ ପିକଅପ୍‌ ଭ୍ୟାନକୁ ଅବକାରୀ ବିଭାଗ କର୍ମଚାରୀ ପିଛା କରିବା ସମୟରେ ଅବକାରୀ ବିଭାଗର ଗାଡିକୁ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳିମାଡ କରିଥିଲେ॥ଅବକାରୀ ବିଭାଗର ଗାଡିରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛ। ଗାଡିରେ ମଦ ନୁହେଁ ବରଂ ଗୋରୁ ଚାଲାଣ ହେଉଥିଲା ବୋଲି ଜଣାପଡିଛି। ଲେଫ୍ରିପଡା ଥାନା ମଶାବିରା ନିକଟରେ ପୋଲିସ ଜଣକୁ ଧରି ଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଜଣେ ଦୁର୍ବୃତ୍ତକୁ ପୋଲିସ ଧରିବାରେ ସକ୍ଷମ ହେବା ସହ ତା ନିକଟରୁ ଏକ ରିଭରଭଲ( ବନ୍ଧୁକ )ମଧ୍ୟ ଜବତ କରିଛି। ପିକଅପ୍‌ ଭ୍ୟାନରେ ଥିବା ୫ ଗାଈଙ୍କୁ ଉଦ୍ଧାର କରାଯାଇଛି। ପିକଭ୍ୟାନକୁ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତ ମାନେ ପ୍ରାୟ ୩ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଅବକାରୀ ବିଭାଗର କୌଣସି କର୍ମଚାରୀଙ୍କ ଦେହରେ ଗୁଳି ବାଜିନାହିଁ ବରଂ ସିଧା ଯାଇ ଗୁଳି ଅବକାରୀ ବିଭାଗର ଗାଡିରେ ବାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?