Posted inଅପରାଧ

ଖଲ୍ଲିକୋଟର ୩ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:୮୧୯ ଲିଟର ଦେଶୀମଦ ଜବତ, ୪ ଗିରଫ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲ ଗେଟ, ଚିକିଲି ଓ ତାଳପଡ଼ା ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୮୧୯ ଲିଟର ଦେଶୀମଦ ଜବତ ସହ ଗୋଟିଏ ମହିନ୍ଦ୍ରା ମାକ୍ସିମୋ ଗାଡ଼ି ଜବତ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଚୋରା ଦେଶୀମଦ ଏକ ମହିନ୍ଦ୍ରା ମାକ୍ସିମୋ ଗାଡ଼ିରେ ଗୁହାରିଆପାଟରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି, ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣି ତେଜସ୍ବୀନି ପ୍ରଧାନ ଗୁରାପଲ୍ଲୀ ଟୋଲ ଗେଟ୍‌ଠାରେ ଚଢ଼ାଉ କରି ୬୫୦ ଲିଟର ଦେଶୀମଦ ସହ ମହିନ୍ଦ୍ରା ମାକ୍ସିମୋ ଗାଡ଼ିକୁ ଜବତ କରିଥିଲେ। ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଦୁଇ ଯୁବକ ହେଲେ ବୁଢ଼ାଆମ୍ବ ଗ୍ରାମର ନାରାୟଣ ସ୍ବାଇଁ ଓ ଶୁଭେନ୍ଦୁ ପଲେଇ ବୋଲି ଜଣା ପଡିଛି । ସେହିପରି ଦିନ ସାଢ଼େ ୧୧ ଟା ସମୟରେ ଚିକିଲି ଓ ତାଳପଡ଼ା ରାସ୍ତାରେ ଚଢ଼ାଉ କରି ୧୬୯ ଲିଟର ଦେଶୀମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ମାନେ ହେଲେ ଚକ୍ରପାଣି ସ୍ବାଇଁ ଓ ସନ୍ୟାସୀ ପାହନ ବୋଲି ଜଣାପଡିଛି । ଏହି ଚଢ଼ାଉରେ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଏଏସଆଇ ଇପିଲି ଲକ୍ଷ୍ମଣ ରାଓ କନେଷ୍ଟବଳ ଏସ ପର୍ଶୁରାମ ରେଡ୍ଡୀ, କାହ୍ନୁ ଚରଣ ନାହାକ, ମନୋଜ କୁମାର ଲେଙ୍କା, ଟୁଟୁ ସାମଲ ଓ ଅଞ୍ଜନ କୁମାର ଦାସ ପ୍ରମୁଖ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି ସୂଚନା ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହର ମାସକ ପରେ ନବବଧୂଙ୍କୁ ହତ୍ୟା: ସ୍ବାମୀ ଅଟକ, ଅଭିଯୋଗ ଆଣି ପରିବାର ଲୋକ କହିଲେ…

ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା ହୋଇଥିବା ଥାନାରେ...

ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ

ମହାକାଳପଡ଼ା,୧୨ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା...

ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ

ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି...

ବାଇକ୍‌ ଧରି ଘରୁ ବାହାରି ଫେରି ନ ଥିଲେ, ୬ ଦିନ ପରେ ଜଙ୍ଗଲରୁ ମିଳିଲା ତପନଙ୍କ ମୃତଦେହ

ଖଜୁରିପଡ଼ା,୧୦ା୭ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟି ଜଙ୍ଗଲରୁ ପୋଲିସ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଜବତ...

ମୋବାଇଲ ଦେଖାଇବା ଆଳରେ ୮ ବର୍ଷର ନାବାଳିକାଙ୍କୁ ଅସଦାଚରଣ, ୬୦ ବର୍ଷ ବୃଦ୍ଧଙ୍କୁ…

ବ୍ରହ୍ମପୁର, ୧୦।୭(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ଡିସେମ୍ବର ମାସରେ ଜନୈକା ୮ ବର୍ଷର ନାବାଳିକାଙ୍କୁ ମୋବାଇଲ ଦେଖାଇବା ଆଳରେ ଘର ଭିତରେ ଅସଦାଚାରଣ ହୋଇଥିବା ଅଭିଯୋଗ...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା

ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୩୯ ବର୍ଷିଆ ମହିଳାଙ୍କୁ ବତିଘର ଅଞ୍ଚଳର ଶିକ୍ଷକ...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରି…

ଛତ୍ରପୁର,୯ା୭(ଦିଲ୍ଲୀପ ସାମଲ): ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩...

ଘର ସମ୍ମୁଖରେ ବ୍ୟକ୍ତିଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ଗୋପାଳପୁର,୭ା୭(ନବୀନ ରାଜ ଆଚାରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। କେତେବେଳେ ହତ୍ୟା ଆଉ କେତେବେଳେ ଗଣବଳାତ୍କାର ଘଟଣା ସାରା ରାଜ୍ୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri