ଅଧିକାରୀଙ୍କ ଅଦଳବଦଳ

Dillip Cherian

ନିର୍ଦ୍ଦିଷ୍ଟ ଅଧିକାରୀ ଓ କେତେଜଣ ମନ୍ତ୍ରୀଙ୍କ ବିରୋଧରେ ଅନେକ ବଡ଼ ଅଭିଯୋଗ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ସରକାର ତାହାର ପ୍ରଶାସନିକ ଟିମ୍‌ରେ ପରିବର୍ତ୍ତନ କରିବା ପାଇଁ ବେଶ୍‌ ସକ୍ରିୟତା ପ୍ରକାଶ କରିଥିବା ଜଣାପଡ଼ୁଛି। ଆଇଏଏସ୍‌ ଅଧିକାରୀମାନଙ୍କ ଏହି ସବୁ ବଦଳି କେତେ ବ୍ୟବସ୍ଥିତ ତାହା ବି ସ୍ପଷ୍ଟହୋଇଛି। ଗତ ସପ୍ତାହରେ, ଉତ୍ତରପ୍ରଦେଶ ସରକାର ୧୦ ଜଣ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ସିଡିଓଙ୍କ ସମେତ ୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅଦଳବଦଳ କରି ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବାକୁ କହିଥିଲେ। ଏହାସହ ରାଜ୍ୟ ସରକାର ୨୦ ଜଣ ପ୍ରୋଭିଜନାଲ ସିଭିଲ ସର୍ଭିିସ୍‌(ପିସିଏସ୍‌) ଅଧିକାରୀଙ୍କୁ ମଧ୍ୟ ବଦଳି କରିଥିଲେ। ବିଚିତ୍ର କଥା ହେଉଛି, ଅଧିକାରୀମାନଙ୍କର ବଦଳି ନିର୍ଦ୍ଦେଶଗୁଡ଼ିିକ ଜାରି କରିବାର ପାଖାପାଖି ୨୪ ଘଣ୍ଟା ପରେ ସରକାର ସେଥି ମଧ୍ୟରୁ ଦୁଇ ଜଣଙ୍କର ନିର୍ଦ୍ଦେଶ ରଦ୍ଦ କରିଥିଲେ। ଶେଷରେ ବାରାଣସୀର ଡିଷ୍ଟ୍ରିକ୍ଟ ମାଜିଷ୍ଟେଟ କୁଶଲ ରାଜ ଶର୍ମା ତାଙ୍କ ପଦବୀରେ ରହିବେ। ତାଙ୍କୁ ପ୍ରଥମେ ପ୍ରୟାଗରାଜର କମିଶନର ଭାବେ ବଦଳି କରାଯାଇଥିଲା। ସେହିଭଳି ପ୍ରଥମେ ବାରାଣସୀ ବଦଳି କରାଯାଇଥିବା କୁଶିନଗରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଏସ୍‌. ରାଜଲିଙ୍ଗମ ପୂର୍ବବତ୍‌ ତାଙ୍କ ପଦବୀରେ ରହିବେ। ଫଳରେ ସରକାରଙ୍କର ଏଭଳି ମତ ପରିବର୍ତ୍ତନରେ ରବୀନ୍ଦ୍ର କୁମାର ପ୍ରଥାମ୍‌ ଯାହାଙ୍କୁ ରାଜଲିଙ୍ଗମଙ୍କ ଉତ୍ତରାଧିକାରୀ ହେବାକୁ କୁହାଯାଇଥିଲା, ସେ ଏବେ ଫୁଡ୍‌ ଆଣ୍ଡ୍‌ ସିଭିଲ ସପ୍ଲାଇଜ ଡିପାର୍ଟମେଣ୍ଟର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱରେ ରହିବେ। ଏହି ସମୟରେ କେନ୍ଦ୍ର ମଧ୍ୟ ସଂଖ୍ୟାଲଘୁ ବ୍ୟାପାର ସଚିବ ରେଣୁକା କୁମାରଙ୍କୁ ତାଙ୍କ ମୂଳ ଉତ୍ତରପ୍ରଦେଶ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିବାକୁ ସ୍ବୀକୃତି ପ୍ରଦାନ କରିଛି। ତଥାପି ଯୋଗୀ ସେଭଳି ବଡ଼ ଧରଣର ଅଦଳବଦଳ କରି ନ ଥିବାରୁ ଏବେ ସେମିତି କିଛି ଘଟିବାର ସମ୍ଭାବନା ନାହିଁ।
ବ୍ୟୟବହୁଳ ଗସ୍ତ
ବିଦେଶରେ ହେଉଥିବା ସମ୍ମିଳନୀଗୁଡ଼ିକରେ ଯୋଗଦେବାକୁ ବିମାନରେ ଯାଉଥିବା ସଉକିଆ ବାବୁମାନେ ମନଇଛା କରଦାତାଙ୍କ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଗାଇଡଲାଇନ୍‌ ସ୍ପଷ୍ଟଭାବେ ଉଲ୍ଲେଖ କରିଛି ଯେ, ଅନ୍ତଃରାଷ୍ଟ୍ରୀୟ ମେଳା ହେଉ କିମ୍ବା ପ୍ରଦର୍ଶନୀ ଅବା କର୍ମଶାଳା ଓ ସମ୍ମିଳନୀରେ ଅଧିକାରୀମାନେ ଯୋଗଦେବା ଧାରାକୁ ରୋକିବା ଉଚିତ ଏବଂ ଯଦି ଯିବା ଅତି ଆବଶ୍ୟକ ବୋଲି ବିଚାର କରାଯାଏ ତେବେ ସେହି ବିଷୟ ସହ ସିଧାସଳଖ ଜଡିତ ଅଧିକାରୀଙ୍କୁ ପଠାଯିବ। କିନ୍ତୁ ମିଡିଆରେ ଏ ସଂକ୍ରାନ୍ତରେ ଯାହା ରିପୋର୍ଟ ପ୍ରକାଶ ପାଉଛି ସେଥିରୁ ଜଣାପଡ଼ିଛି ଯେ ଡିଓପିଟି ଗାଇଡଲାଇନ୍‌କୁ ଖୋଲାଖୋଲି ଉଲ୍ଳଂଘନ କରାଯାଉଛି। ଏକ ଆର୍‌ଟିଆଇ ଆବେଦନରୁ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଏହି ରିପୋର୍ଟ ଦର୍ଶାଇଛି ଯେ, ୨୦୧୫ରେ ପ୍ୟାରିସରେ ତିନିଦିନିଆ ବୈଠକରେ ଯୋଗଦେବାକୁ ୭ଦିନିଆ ଗସ୍ତରେ ଯାଇଥିଲେ ଚଣ୍ଡିଗଡ଼ର ତନି ଜଣ ଅମଲାତନ୍ତ୍ରୀ। ଆଧିକାରିକ ସ୍ତରରେ ଦିଆଯାଇଥିବା ଭତ୍ତାଠାରୁ ସେମାନେ ଅନାବଶ୍ୟକ ଭାବେ ବହୁ ଅଧିକ ଖର୍ଚ୍ଚ କରିଥିଲେ। ଏହି ଅଧିକାରୀମାନେ ହେଉଛନ୍ତି, ୟୁଟି ଆଡ୍‌ଭାଇଜର ବିଜୟ ଦେବ, ସ୍ବରାଷ୍ଟ୍ର ସଚିବ ଅନୁରାଗ ଅଗ୍ରଓ୍ବାଲ ଏବଂ କାର୍ମିକ ସଚିବ ବିକ୍ରମ ଦତ୍ତ। ଏମାନେ ଉଚ୍ଚମାନର ରହଣି ପାଇଁ ପ୍ୟାରିସରେ ଏକ ପଞ୍ଚତାରକା ହୋଟେଲ ପରିବର୍ତ୍ତନ କରି ଏକ ଲକ୍‌ଜୁରି ହୋଟେଲ ନେଇଥିଲେ। ସେମାନେ ମଧ୍ୟ ରିଟର୍ନ ଟିକେଟକୁ ବିଜ୍‌ନେସ କ୍ଲାସ୍‌କୁ ପରିବର୍ତ୍ତନ କରିଥିଲେ। ଏହାଦ୍ୱାରା ସେମାନେ ସେମାନଙ୍କୁ ମିଳିଥିବା ଭତ୍ତାଠାରୁ ଅଧିକ ୪୦% ବ୍ୟୟ କରିଥିଲେ। ଏକ ବିଳାସପୂର୍ଣ୍ଣ ଗସ୍ତକୁ ଶେଷ ସ୍ପର୍ଶ ଦେବାକୁ ଯାଇ ଏହି ତିନି ଅଧିକାରୀ ପ୍ୟାରିସ ଗସ୍ତର ଏକ ମାସ ପରେ ସଂଶୋଧିତ ଅର୍ଡର ମାଧ୍ୟମରେ ପରସ୍ପରକୁ ସୁହାଇବା ଭଳି ଅତିରିକ୍ତ ବ୍ୟୟକୁ ମଞ୍ଜୁରୀ ଦେଇଥିଲେ। ଦେବ ଏବେ ଦିଲ୍ଲୀର ରାଜ୍ୟ ନିର୍ବାଚନ କମିଶନର ଥିବାବେଳେ ଦତ୍ତ ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡର ସିଏମ୍‌ଡି ଓ ଅଗ୍ରଓ୍ବାଲ ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
ଆକସ୍ମିକ ଇସ୍ତଫା
କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଯୁଥିକା ପଟଙ୍କର ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ବାବୁ ପରିସରରୁ ଜଣା ପଡ଼ିଛି ଯେ, ଏହି ୧୯୮୮ ବ୍ୟାଚ ୟୁପି କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କୁ ନିକଟରେ ଦିଆଯାଇଥିବା ଦାୟିତ୍ୱକୁ ନେଇ ସେ ଖୁସି ନ ଥିଲେ । ଯେଉଁମାନେ ଉକ୍ତ ଘଟଣା ସମ୍ପର୍କରେ ଅବଗତ ସେମାନେ କହନ୍ତି ଯେ, ବ୍ୟକ୍ତିଗତ କାରଣ ସହ ସିଆଇସିରେ ତାଙ୍କ ଦାୟିତ୍ୱ ଅଧିକ ପ୍ରୋତ୍ସାହକ ନ ଥିବା ପଟଙ୍କର ଲକ୍ଷ୍ୟ କରିଥିଲେ ଏବଂ ଏହା ତାଙ୍କ କ୍ୟାରିୟରର ଶେଷ ବୋଲି ବି ଅନୁଭବ କରିଥିଲେ। ଗତ ବର୍ଷ ଯେତେବେଳେ ପଟଙ୍କରଙ୍କୁ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଦରୁ ମୂଳ କ୍ୟାଡରକୁ ଫେରାଇ ଅଣାଗଲା ସେତେବେଳେ ତାଙ୍କ ଅସନ୍ତୋଷର କାରଣ ଠାବ କରାଯିବାର ସମ୍ଭାବନା ଥିଲା। କିନ୍ତୁ ୨୦୨୧ରେ ତାଙ୍କୁ ସଚିବ ସମକକ୍ଷ ପଦବୀ ପାଇଁ ନିଯୁକ୍ତି ତାଲିକାଭୁକ୍ତ କରାଯିବା ପରେ କେନ୍ଦ୍ର ତା’ ନିଷ୍ପତ୍ତି ପ୍ରତ୍ୟାହାର କରିନେଲା ଏବଂ ପରେ ତାଙ୍କୁ ସିଆଇସିର ସଚିବ ଭାବେ ନିଯୁକ୍ତି ଦେଲା। ମୋଦି ସରକାରରେ ଜଣେ ବରିଷ୍ଠ ଅମଲାତନ୍ତ୍ରୀ ସେବା ନିବୃତ୍ତିର ବର୍ଷେ କି ଦେଢ଼ ବର୍ଷ ପୂର୍ବରୁ ସଚିବ ସ୍ତରରେ ଇସ୍ତଫା ଦେବା ଏକ ସକାରାମତ୍କ ସଙ୍କେତ ଦେଉନାହିଁ। ସରକାରଙ୍କ ଉପର ସ୍ତରରେ ସବୁ କିଛି ଠିକ୍‌ ହୋଇ ନ ପାରେ ବୋଲି ଉକ୍ତ ଘଟଣା ଦର୍ଶଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri