ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୫।୮: ଓଡ଼ିଶା ପୋଲିସର ଡିଏସ୍‌ପି ସ୍ତରରେ ସୋମବାର ବଡ଼ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)ରେ ତାଲିମ୍‌ ପରେ ୮ଜଣ କ୍ୟାଡେଟ୍‌ ଡିଏସ୍‌ପିଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସଞ୍ଜୟ ମହାପାତ୍ରଙ୍କୁ କୋରାପୁଟର ନନ୍ଦପୁର, ବିମଳକାନ୍ତ ନାୟକଙ୍କୁ ବ୍ରହ୍ମପୁର ଆଇଏଏଚ୍‌ଟିୟୁ ଡିଏସ୍‌ପି, ଆକାଶ ଚନ୍ଦ୍ର ସାହୁଙ୍କୁ ରାୟଗଡ଼ାର ବିଷମକଟକ ଏସ୍‌ଡିପିଓ, ଦୀପକ ଗୋଚ୍ଛାୟତଙ୍କୁ ବରଗଡ଼ ଏସ୍‌ଡିପିଓ, ଇନ୍ଦୁରେଖା ପଶ୍ଚିମକବାଟଙ୍କୁ କେନ୍ଦୁଝର ଡିଆଇବି ଡିଏସ୍‌ପି, ସୌରଭ ଓତାଙ୍କୁ ରାଉରକେଲାର ବଣାଈ ଏସ୍‌ଡିପିଓ, ଶଶାଙ୍କ ଶେଖର ବେଉରାଙ୍କୁ ସୁନ୍ଦରଗଡ଼ର ବଡ଼ଗାଁ ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି।
ସେହିଭଳି ରାଉରକେଲା ପିସିଆର୍‌ ସେଲ୍‌ର ଡିଏସ୍‌ପି ସନତ ନୂତନ ସମଦଙ୍କୁ ପାନପୋଷ ଏସ୍‌ଡିପିଓ ଏବଂ ସେଇ ସ୍ଥାନରେ ଥିବା ଅସୀମ ପଣ୍ଡାଙ୍କୁ ପିସିଆର୍‌ ସେଲ୍‌କୁ ପଠାଯାଇଛି। କଟକ ସ୍ବତନ୍ତ୍ର ବ୍ରାଞ୍ଚ୍‌ ଡିଏସ୍‌ପି ଗୋପାଳକୃଷ୍ଣ ବେହେରାଙ୍କୁ ବିଧାନସଭା ସୁରକ୍ଷା ଅଧିକାରୀ, ବ୍ରହ୍ମପୁର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ସାର୍ଥକ ରାୟଙ୍କୁ ଭଦ୍ରକ ଏସ୍‌ଡିପିଓ, ସିଆଇଡି-ସିବି ଡିଏସ୍‌ପି ରିତେଶ ମହାପାତ୍ରଙ୍କୁ ବାଲେଶ୍ୱରର ନିଳଗିରି ଏସ୍‌ଡିପିଓ, ଅନୁଗୋଳ ଡିଏସ୍‌ପି ଦିଲ୍ଲୀପ ନାୟକଙ୍କୁ ଗଜପତି ଆର୍‌.ଉଦୟଗିରି ଏସ୍‌ଡିପିଓ, ଭଦ୍ରକ ସଦର ଏସ୍‌ଡିପିଓ ସୁନିଲ ନନ୍ଦଙ୍କୁ ଭଦ୍ରକ ପିସିଆର୍‌ ସେଲ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। ନୀଳଗିରି ଏସ୍‌ଡିପିଓ ଅମୂଲ୍ୟ ଧରଙ୍କୁ ବାଲେଶ୍ୱର ଡିଏସ୍‌ପି, ବରଗଡ଼ ଏସ୍‌ଡିପିଓ ସୁଧାକର ସାହୁଙ୍କୁ ବରଗଡ଼ ଡିଏସ୍‌ପି, ବଡ଼ଗାଁ ଏସ୍‌ଡିପିଓ ବିଜୟ ନନ୍ଦଙ୍କୁ ଅନୁଗୋଳ ଡିଏସ୍‌ପି, କେନ୍ଦୁଝର ଡିଆଇବି ଡିଏସ୍‌ପି ହିରେଶ ଚନ୍ଦ୍ର ପାଣ୍ଡେଙ୍କୁ ସୁନ୍ଦରଗଡ଼ ଡିଏସ୍‌ପି, ଭଦ୍ରକ ଡିଏସ୍‌ପି ଅଶୋକ ଦାସଙ୍କୁ ଧାମନଗର ଏସ୍‌ଡିପିଓ, କୋରାପୁଟ ନନ୍ଦପୁର ଏସ୍‌ଡିପିଓ ଧୀରେନ୍ଦ୍ର ସ୍ବାଇଁଙ୍କୁ ବୌଦ୍ଧ ଡିଏସ୍‌ପି, ଖୋର୍ଦ୍ଧା ଡିଏସ୍‌ପି ଅନୁପ କାନୁନ୍‌ଗୋଙ୍କୁ ବାଲେଶ୍ୱର ପିସିଆର୍‌ ସେଲ୍‌ ଡିଏସ୍‌ପି, ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି, କଟକ ଏସିପି ସତ୍ୟଜିତ ମିଶ୍ରଙ୍କୁ ସୋନପୁର ଡିଏସ୍‌ପି ଏବଂ ଭୁବନେଶ୍ୱର ଏସିପି ରବୀନ୍ଦ୍ରନାଥ ଶତପଥୀଙ୍କୁ ଅନୁଗୋଳ ଡିଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri