ଗୋପରୁ ପ୍ରାକୃତିକ ଗ୍ୟାସ ସନ୍ଧାନ ମିଳିବା ଘଟଣା: ମେଶିନରେ ପଥର ବାଜିବାରୁ ଖନନ ବନ୍ଦ

ଗୋପ,୨୬।୫(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ପଞ୍ଚାୟତର କୁଶୁପୁରୁ ଗ୍ରାମ ନିକଟରୁ ବାହାରିବାକୁ ଥିବା ପ୍ରାକୃତିକ ଗ୍ୟାସ ସନ୍ଧାନ ଏବେ ଆଶା ମଉଳିଛି। ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ କରାଯାଉଥିବା ସେସମିକ ସର୍ଭେରେ ଖନନ ପାଇଁ ଲଗାଯାଇଥିବା ରିଗ୍‌ ମେଶିନରୁ ବହୁ ତଳ ପର୍ଯ୍ୟନ୍ତ ଖନନ ସତ୍ତ୍ୱେ କୌଣସି ତୈଳର ସନ୍ଧାନ ନ ମିଳି ପଥର ବାଜିବାରୁ ଶେଷରେ କାର୍ଯ୍ୟ ବନ୍ଦ କରାଯାଇଛି। କମ୍ପାନୀ ପକ୍ଷରୁ ଏବେ ଲଗାଯାଇଥିବା ଅତ୍ୟାଧୁନିକ ରିଗ୍‌ ମେଶିନଗୁଡ଼ିକୁ ଖୋଲି ଅନ୍ୟତ୍ର ଗ୍ରାମକୁ ଯିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରକାଶ ଯେ, ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ୨୦୨୦ ମସିହାରୁ ଜିଲାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଗ୍ୟାସ ସନ୍ଧାନ ଲାଗି ଖନନ କାର୍ଯ୍ୟ କରାଯାଇଥିଲା। ପରେ ଗୋପର କୁଶୁପୁରୁ ଓ ମହଲପଡା ପଞ୍ଚାୟତର ଚିତେରା ଗ୍ରାମ ନିକଟରେ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ଥିବା ସନ୍ଧାନ ମିଳିଥିଲା। ଏହି ପ୍ରାକୃତିକ ଗ୍ୟାସ ସନ୍ଧାନ ସାଟେଲାଇଟ ଚିତ୍ର ଦ୍ବାରା ମଧ୍ୟ ଜଣାପଡିଥିଲା। ଫଳରେ କମ୍ପାନୀ ପକ୍ଷରୁ କୁଶୁପୁରୁରେ ସନ୍ଧାନ ମିଳିଥିବା ଜମି ଅଧିଗ୍ରହଣ କରାଯାଇ କେତେଜଣ ଚାଷୀଙ୍କୁ ୩ ବର୍ଷ ପାଇଁ ୯୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ କେତେକ ଅତ୍ୟାଧୁନିକ ମେଶିନ ଅଣାଯାଇଥିଲା। ଏହି ଖନନ କାର୍ଯ୍ୟରେ ମୁଖ୍ୟ ଅତ୍ୟାଧୁନିକ ରିଗ ମେଶିନ ଆସିବା ପରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ବିଧାୟକ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଖନନ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ୩ ହଜାର ମିଟର ତଳେ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ ଡିଜେଲ ଥିବାର ସୂଚନା ମିଳିଥିଲା। ହେଲେ ଏହି ଅତ୍ୟାଧୁନିକ ରିଗ ମେଶିନ ମାତ୍ର ୧୨ ଶହ ମିଟର ଯାଏଁ ବାରମ୍ବାର ଖନନ କାର୍ଯ୍ୟ କରିବା ପରେ ବିରାଟକାୟ ପଥର ବାଧକ ସାଜିବା ସହିତ ରିଗ ମେଶିନ କାର୍ଯ୍ୟ କରିପାରି ନ ଥିଲା। ଏପରି ଅବସ୍ଥା ଉପୁଜିବା ପରେ ଏବେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଛି। ମାତ୍ର ଏବେ ଏହି ଅତ୍ୟାଧୁନିକ ମେଶିନଗୁଡିକୁ ଗୋପ ବ୍ଲକ ଅନ୍ତର୍ଗତ ମହଲପଡା ପଞ୍ଚାୟତର ଚିତେରା ଗ୍ରାମ ନିକଟରେ ସନ୍ଧାନ ମିଳିଥିବା ପ୍ରାକୃତିକ ଗ୍ୟାସ ସ୍ଥାନକୁ ଯାଉଥିବା ଜଣାପଡିଛି। ଏ ପ୍ରସଙ୍ଗରେ ଅଏଲ ଇଣ୍ତିଆ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। କିନ୍ତୁ ଯାହା ସୂଚନା ମିଳିଛି ମହଲପଡା ପଞ୍ଚାୟତର ଚିତେରା ଗ୍ରାମ ନିକଟରେ ପ୍ରାକୃତିକ ଗ୍ୟାସ ସନ୍ଧାନ ମିଳିଥିବା ସ୍ଥାନରେ କାର୍ଯ୍ୟ ଚାଲୁ ରହିବ। ପରେ ଗୋପର କୁଶୁପୁରୁ ନିକଟରେ ବାଧକ ସାଜିଥିବା ପଥରକୁ କିପରି ଭଙ୍ଗାଯିବ ସେ ସମ୍ପର୍କରେ ଅଏଲ୍‌ ଇଣ୍ତିଆ କମ୍ପାନୀ ପକ୍ଷରୁ ଆଲୋଚନା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?