କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ସମଗ୍ର କେସିଙ୍ଗା ବ୍ଲକର ବିଭିନ୍ନ ପ୍ରାଥମିକ, ହାଇ ସ୍କୁଲରେ ପରୀକ୍ଷା ସେଣ୍ଟର ଖୋଲା ଯାଇଥିଲା । କେସିଙ୍ଗା ବ୍ଲକର ୪୪୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
୧୮ବର୍ଷ ରୁ ୬୦ବର୍ଷ ମହିଳା, ପୁରୁଷ, ଯୁବକ, ଯୁବତୀମାନଙ୍କୁ ସାକ୍ଷରତା କରାଯିବ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି । ଏହି ପ୍ରଶ୍ନ ପତ୍ରରେ ଉତ୍ତର ସହ ୧୨ପୃଷ୍ଠା ବିଶିଷ୍ଟ ୨୧ଟିପ୍ରଶ୍ନ ଥିଲା । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ସାକ୍ଷାରତା କରିବା ପାଇଁ ଶିକ୍ଷାଦାନ ଦିଆଯିବ । ଛୁଟି ଦିନ ଥାଇ ସୁଦ୍ଧା ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକଙ୍କ ସମେତ ସହ ଶିକ୍ଷକ ଉପସ୍ଥିତ ଥାଇ ସକାଳ ୧୦ଟା ରୁ ୫ଟା ଯାଏ ପରୀକ୍ଷା କରାଇଥିଲେ।
ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଯେଉଁମାନେ ଅର୍ଦ୍ଧ ଶିକ୍ଷିତ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ଶିକ୍ଷିତ କରି ସାକ୍ଷାରତା କରାଯିବ ବୋଲି କହିଥିଲେ ।

