ଇଭିଏମ୍‌ ଗୋଦାମ, ପାର୍କ ପାଚେରି ଭାଙ୍ଗିଲା ହାତୀ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧାରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଲୋକେଶ୍ୱରରେ ଜଣଙ୍କ ପାଚେରି ଭାଙ୍ଗିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ୍‌ ମେଶିନ ଗୋଦାମ ଗୃହ ପାଚେରି ଭାଙ୍ଗିଦେଇଥିଲା। ପରେ ସେଠାରୁ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଜାନକୀ ବଲ୍ଲଭ ପାର୍କ ଦେଇ ପଛପଟ ପାଚେରି ଭାଙ୍ଗିଥିଲା। ଜାତୀୟ ରାଜପଥରେ ଶ୍ରମିକମାନେ ହାତୀକୁ ଦେଖି ଭୟରେ ଦୌଡିଥିଲେ। ଖବରପାଇ ବନ ବିଭାଗ ଟିମ୍‌ ପହଞ୍ଚି ହାତୀଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାରେ ନାକେଦମ ହେବାକୁ ପଡ଼ିଥିଲା। ଶନିବାର ସନ୍ଧ୍ୟାରେ ଏହି ହାତୀ ଗଡ଼ଖୋର୍ଦ୍ଧାର ସାହିଗଳିରେ ପ୍ରବେଶ କରିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ବିଳମ୍ବିତ ରାତିରେ ନିକଟ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି।
ମୁତାବକ, ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହଁା ହେଉଛନ୍ତି। ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଶୁକ୍ରବାର ରାତିରେ ଏକ ହାତୀ ଜରିପୁଟ ଗଁା ରାସ୍ତାରେ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଁାକୁ ଫେରି ନ ପାରି ହଟହଟା ହୋଇଥିଲେ। ଦୀର୍ଘ ସମୟ ପରେ ହାତୀ ସେଠାରୁ ଆସି ଲୋକେଶ୍ୱରର ଜଣଙ୍କ ବାରିରେ ପଶି କଦଳୀ ଖାଇବା ସହ ପାଚେରି ଭାଙ୍ଗିଥିଲା। ପରେ ସେଠାରୁ କୋଣାର୍କ ନଗର ହନୁମାନ ମନ୍ଦିର ପଛପଟ ଦେଇ ଇଭିଏମ ମେଶିନ ଗୋଦାମ ଗୃହ ସମ୍ମୁଖ ପାଚେରି ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଯାଉଥିବା ବେଳେ ହାତୀକୁ ଦେଖି ଲୋକେ ଦୌଡିଥିଲେ। ଲୋକଙ୍କ ପାଟି ଶୁଣି ହାତୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଓଭର ବ୍ରିଜ ନିର୍ମାଣ ସ୍ଥଳ ଦେଇ ଜାନକୀବଲ୍ଲଭ ଉଦ୍ୟାନ ପଛପଟ ଗେଟ ଦେଇ ପାର୍କରେ ପ୍ରବେଶ କରିଥିଲା। ପାର୍କ ପଛପଟେ ରହିଥିବା କାର୍ଯ୍ୟାଳୟ ପାର୍ଶ୍ୱ ପାଚେରି ଭାଙ୍ଗି ଜଙ୍ଗଲ ଆଡକୁ ପଳାଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିବା ସହ ଜଙ୍ଗଲ ଆଡ଼କୁ ଘଉଡ଼ାଇଥିଲେ ବୋଲି ମାନସ ରଞ୍ଜନ ପଟ୍ଟନାୟକ ଓ ଶ୍ରୀକାନ୍ତ ମହାନ୍ତି କହିଛନ୍ତି। ସୂଚନାଥାଉ କି, ଚନ୍ଦକାରୁ ଖସି ଆସିଥିବା ଏକ ହାତୀପଲ ଏହି ଦୁଇ ବନାଞ୍ଚଳରେ ରହିଛନ୍ତି। ଖୋର୍ଦ୍ଧା ବନାଞ୍ଚଳରେ ଗୋଠଛଡା ଦୁଇଟି ହାତୀ ଜରିପୁଟ, ଶରଧାପୁର, ଲୋକେଶ୍ୱରପୁର, ତୋଟାପଡା ଆଦି ଅଞ୍ଚଳରେ ବୁଲୁଛନ୍ତି। ସେହିପରି ଟାଙ୍ଗୀ ବନାଞ୍ଚଳରେ ୩ଟି ହାତୀ ବୁଲୁଛନ୍ତି। ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଗଁାରେ ପଶି ଉପତ୍ାତ କରୁଛନ୍ତି ବୋଲି ଟାଙ୍ଗୀ ବନ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଜାଡ଼ିଛି ୫୪ ହଜାର ହେକ୍ଟର ଫସଲ

କେନ୍ଦ୍ରାପଡ଼ା ଅଫିସ,୪।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା। କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ...

ଶଶୁର ହତ୍ୟାକାରୀ ଜ୍ୱାଇଁ ଗିରଫ

ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ୍‌.ଏ.),୮ା୧୨- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗ୍ରାମରେ ଶଶୁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଜ୍ୱାଇଁ। ଅଭିଯୁକ୍ତ ଜ୍ୱାଇଁ ରାଜୁ...

ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର: ସ୍ତ୍ରୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଛତ୍ରପୁର, ୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ମଝି ସାହିରେ ବୁଧବାର ଏକ ଦୁଃଖଦ ଘଟଣା ଘଟିିଛି। ଗୋଟିଏ ଘରୁ ୩...

ଦନ୍ତାହାତୀର ମୃତଦେହ ଠାବ

ନୀଳଗିରି,୧୮ା୭(ସ୍ବ.ପ୍ର.): ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି। ବାଲେଶ୍ୱର...

ବୈଜ୍ଞାନିକ ପଦ୍ଧତିରେ ହେଉ ଶିକ୍ଷାଦାନ

କାମାକ୍ଷାନଗର,୨୫।୧୨(ଡି.ଏନ.ଏ.) କାମାକ୍ଷାନଗର ବ୍ଲକ ବୁଢିବିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ସମାରୋହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ସଭାପତି ନୃସିଂହଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଦମ୍ପତି

  କୋମନା, ୧୧ା୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ଅସାହା, ଭୂମିହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌।...

ଅବାଧ, ନିରପେକ୍ଷ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୯:ଚଳିତ ମାସ ୩୦ ତାରିଖରେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି। ଏ ନେଇ ସୋମବାର ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ...

ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ...

Advertisement
Archives

Model This Week