ସରକାରୀ ଜମିରୁ ଉଚ୍ଛେଦ, ଝରିଗାଁରେ ଅଶାନ୍ତର ବାତାବରଣ

ଝରିଗାଁ,୨୨ା୬(କିଶୋର ଚନ୍ଦ୍ର ମଣ୍ଡଳ): ୪୦ରୁ ୫୦ବର୍ଷ ଧରି ଲୋକେ ନିଜ ନିଜ ଅଞ୍ଚଳରେ ଘର କରି ପେଟପାଟଣା ପାଇଁ ବ୍ୟବସାୟ କରି ଚଳି ଆସୁଥିବା ବେଳେ ଉକ୍ତ ବ୍ୟବହାର କରିଥିବା ଜମିକୁ ସରକାର ପଟ୍ଟା ଦେବାରେ ଅସମର୍ଥ ରହିଥିବା ବେଳେ ସରକାରୀ ଦଳରେ ରହିଥିବା କିଛି ବ୍ୟକ୍ତି ବିଶେଷଙ୍କ ସ୍ବାର୍ଥ ପାଇଁ ବାରମ୍ବାର ବ୍ଲକ ତଥା ଜିଲା ପ୍ରଶାସନ ନିକଟରେ ସରକାରୀ ଜମିରେ କରିଥିବା ଘର ଏବଂ ଦୋକାନ ଗୃହକୁ ଭାଙ୍ଗିବା ପାଇଁ ଦାବି କରାଯାଉଛି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଞ୍ଚଳରେ। ଯାହା ଫଳରେ ଏହି ଅଞ୍ଚଳରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଛି।

ପ୍ରଶାସନ ଲୋକଙ୍କୁ ସ୍ଥାୟୀ ଥଇଥାନ କରିବା ବଦଳରେ ବାରମ୍ବାର ଘର ଖାଲି କରି ଭାଙ୍ଗିବା ପାଇଁ ନୋଟିସ୍‌ ଉପରେ ନୋଟିସ୍‌ ଦେଇ ଚାଲିଅଛି l ସରକାରୀ ଜମିରେ ଘର ଏବଂ ଦୋକାନ ବଜାର କରି ରହୁଥିବା ଲୋକେ ଅନିଶ୍ଚିତତା ଓ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି। ୧୯୫୮ରେ ବାଂଲାଦେଶ ଗୃହଯୁଦ୍ଧ ସମୟରେ ଥଇଥାନ ପାଇଁ ଭୂ-ବନ୍ଦୋବସ୍ତ ହୋଇଥିଲା। ତା’ପରଠୁ ଏଥି ପ୍ରତି କାହାର ନଜର ନାହିଁ। ଫଳରେ ପ୍ରାୟ ୬୬ ବର୍ଷ ଧରି ଘରଦାର କରି ରହୁଥିବା ଏଠାକାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ହାତୀବାଡ଼ି ଗ୍ରାମର ୨୮ଟି ପରିବାରଙ୍କ ଘରେ ବୁଲଡୋଜର ସାହାଯ୍ୟରେ ଧୂଳିସାତ୍‌ କରିଦେବା ପରେ ଏବେ ଝରିଗାଁ ବ୍ଳକର ୨୩ଟି ପଞ୍ଚାୟତର ଧନୀ ଗରିବ ସମସ୍ତେ କୋକୁଆ ଭୟ ମଧ୍ୟରେ ରହୁଛନ୍ତି। ନିଜ ପୂର୍ବପୁରୁଷଙ୍କ ସ୍ବପ୍ନର ଘରକୁ ବୁଲ୍‌ଡୋଜର ଚଢ଼ାଇବାରୁ କେମିତି ରକ୍ଷା କରିବେ ସେ ଚିନ୍ତାରେ ସମସ୍ତେ । ଝରିଗାଁ ଅଞ୍ଚଳବାସୀଙ୍କ ତରଫରୁ ଉଚ୍ଛେଦ ନକରିବା ପାଇଁ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବାକୁ ଯୋଜନା କରିଛନ୍ତି। ଏନେଇ ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଲୋକେ ଦେଇଥିବା ଆବେଦନକୁ ଜିଲାପାଳଙ୍କ ନିକଟକୁ ପଠାଯାଇଛି, ଯାହା ଜିଲାପାଳ ନିର୍ଦ୍ଦେଶ ଦେବେ, ସେ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri