ରେଙ୍ଗାଲି କେନାଲ ନିର୍ମାଣ ପାଇଁ ଘର ଉଚ୍ଛେଦ

କାଳିଆପାଣି,୨୭ା୪(ଡି.ଏନ.ଏ.): ରେଙ୍ଗାଲି କେନାଲ ନିର୍ମାଣରେ ସମସ୍ୟା ଉପୁଯାଉଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଜିଲା ପ୍ରଶାସନ ବୁଲଡୋଜର ଲଗାଇ ବୁଧବାର ଭାଙ୍ଗିଦେଇଛି। କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କେନାଲ ପାଇଁ ଆବଶ୍ୟକ ହେଉଥିବା ଅବରୋଧ ଘରକୁ ଭଙ୍ଗାଯାଇଛି। ଉଚ୍ଛେଦବେଳେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, କାଙ୍କଡ଼ପାଳ ରାଜସ୍ବ ନିରୀକ୍ଷକ ଅଶ୍ରଫ ଖାଁ ଓ ସୁକିନ୍ଦା ଥାନା କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ସୂଚନା ମୁତାବକ, ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଅଧୀନ ଭାଲୁକିପାତଳା ରେଙ୍ଗାଲି କେନାଲ ହୁଡ଼ା ମଧ୍ୟ ଭାଗରେ କାଙ୍କଡ଼ପାଳ ଗ୍ରାମର ବିଥଲ ବେହେରା ଦୀର୍ଘ ବର୍ଷ ହେଲା ଘରକରି ରହି ଆସୁଛନ୍ତି। ରେଙ୍ଗାଳି କେନାଲ ପ୍ରସ୍ତାବିତ ବହୁ ପୂର୍ବରୁ ବିଥଲ ସରକାରୀ ଜମି ଜବରଦଖଲ କରି ସ୍ଥାୟୀଭାବେ ପଥର ଘର କରି ୩ ଝିଅ ଓ ଗୋଟିଏ ପୁଅକୁ ନେଇ ସେଠାରେ ଚଳୁଛନ୍ତି। ବିଥଲଙ୍କ ଘର କଡ଼ରେ ମୁଖ୍ୟ କେନାଲ ଆଜକୁ ୩ ବର୍ଷ ପୂର୍ବରୁ ଖନନ କାର୍ଯ୍ୟ ଶେଷ ହୋଇ ଦୁଇବର୍ଷ ହେଲା କେନାଲରେ ଜଳ ପ୍ରବାହିତ ହେଉଛି। ତେବେ କେନାଲର ମୁଖ୍ୟ ହୁଡ଼ା ଓ ରାସ୍ତା ଅତିକ୍ରମ ପାଇଁ ବିଥଲଙ୍କ ଘର ୩ ବର୍ଷ ହେଲା ସମସ୍ୟା ସୃଷ୍ଟି କରିବା ସହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା। ହେଲେ ବିଥଲ ଘର ସ୍ଥାନାନ୍ତର କିମ୍ବା ଭାଙ୍ଗିବାକୁ ରାଜି ନ ହୋଇ ଘର ଭଙ୍ଗା କ୍ଷତିପୂରଣ ନିମନ୍ତେ ଅଡ଼ି ବସିଥିଲେ। ମାତ୍ର ସରକାରୀ ଜମି ଜବରଦଖଲ କରି ଘର କରିଥିବାରୁ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ତାଙ୍କୁ କହିଥିଲେ। ଏଥିସହିତ ସରକାରୀ ଜମି ଛାଡ଼ି ଦେବାପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ଥର ନୋଟିସ ଦିଆଯାଇଥିଲା। ହେଲେ ସେ ସରକାରଙ୍କ ନିର୍ଦ୍ଦେଶ ଅବମାନନା କରି ଚାଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri