ଯୁଆଡ଼େ ଦେଖିଲେ ବିଜେଡି

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଉପକୂଳ, ପଶ୍ଚିମ, ଉତ୍ତର, ଦକ୍ଷିଣ ଯେଉଁଠି ଦେଖିଲେ ବିଜେଡି। ସବୁଆଡ଼େ ଶଙ୍ଖନାଦ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ କ୍ରେଜ୍‌ ସବୁଠି ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଶାସନ ପରେ ମଧ୍ୟ ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜନମତ ହାସଲ କରିବା ବିରୋଧୀଙ୍କୁ ହତବାକ କରି ଦେଇଛି। ୮୫୩ ଜିଲା ପରିଷଦ ଆସନରୁ ୨ୟ ଦିନ ଗଣତିର ରାତି ୧୦ଟା ସୁଦ୍ଧା ମୋଟ ୬୨୦ ଆସନ ମଧ୍ୟରୁ ବିଜେଡି ୨୮୧ରେ ବିଜୟୀ ହୋଇଥିବାବେଳେ ଆଉ ୨୭୨ ସିଟ୍‌ରେ ଆଗୁଆ ରହିଛି। ସେହିପରି ୧୫ଟିରେ ଜିତିଥିବାବେଳେ ୧୫ରେ ଆଗୁଆ ରହିଛି। କଂଗ୍ରେସ ୧୪ ଜିତିଥିବାବେଳେ ୧୬ସିଟ୍‌ରେ ଆଗୁଆ ରହିଛି। ବିଜେଡିର ଏଭଳି ଏକତରଫା ଫଳାଫଳକୁ ବିରୋଧୀ ଦଳର ଶୀର୍ଷ ନେତୃତ୍ୱ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କହିବାକୁ ଗଲେ ବିଜେଡି ପଞ୍ଚାୟତ ଜନମତକୁ ଏକପ୍ରକାର ପୋଛିନେଇଛି। ଦୁଇ ପ୍ରମୁଖ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ କିଛି ମାତ୍ରାରେ ଜନମତ ଭାଜପା ସପକ୍ଷରେ ଯାଇଥିଲା। ବିଜେଡି ମୋଟ ଆସନରୁ ୪୭୩ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୨୯୭ ଏବଂ କଂଗ୍ରେସ ୬୦ଟି ଆସନ ଅକ୍ତିଆର କରିଥିଲା। ଫଳରେ ଭାଜପା ୨ୟ ସ୍ଥାନକୁ ଚାଲି ଆସିଥିଲା। ହେଲେ ଚଳିତ ନିର୍ବାଚନର ୨ୟ ଦିନ ଗଣତିର ଫଳାଫଳକୁ ଦେଖିଲେ ଭାଜପା ଏବେ ରାଜ୍ୟରେ ଜନପ୍ରିୟତା ହରାଇଥିବା ଜଣାପଡ଼ିଛି। କହିବାକୁ ଗଲେ ଗ୍ରାମାଞ୍ଚଳର ଲୋକେ ଭାଜପା ଓ କଂଗ୍ରେସକୁ ଏକପ୍ରକାର ନାପସନ୍ଦ କରିଛନ୍ତି। ଚଳିତ ଥର ବିଜେଡି ପ୍ରାୟ ୯୦ ପ୍ରତିଶତ ସିଟ୍‌ରେ ବିଜୟ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାଜପା ଓ କଂଗ୍ରେସକୁ ୧୦ ପ୍ରତିଶତ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଦ୍ୱିତୀୟ କିମ୍ବା ଭାଜପା ସହ ବରାବର ସ୍ଥାନକୁ ଚାଲିଆସିଛି।
ଏହି ଜନମତ ପ୍ରମାଣିତ କରୁଛି ଯେ ମତଦାତା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ଆସ୍ଥା ପ୍ରକଟ କରିଛନ୍ତି। ବିରୋଧୀ ଦଳ ଜନବିରୋଧୀ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହେଉଥିବାରୁ ନିଜର ସ୍ଥିତି ବଞ୍ଚାଇବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସର ସଂଗଠନ ଦୁର୍ବଳ ହେବା ସାଙ୍ଗକୁ ଗୋଷ୍ଠୀ କନ୍ଦଳରୁ ମତଦାତା ମୁହଁ ମୋଡୁଛନ୍ତି।
ନେତୃତ୍ୱ
ସଙ୍କଟ ଉଭୟ ଦଳ ପାଇଁ ଘାତକ ହୋଇଛି। ଏଥିଯୋଗୁ ଭୋଟର ବିରୋଧୀ ଦଳଙ୍କୁ ଭରସା କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ବିଜେଡି ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରି ପଞ୍ଚାୟତ ନିର୍ବାଚନରେ ମହିଳା, ଯୁବଗୋଷ୍ଠୀ ସମେତ ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରାଇବାରେ ସଫଳ ହୋଇଛି। ଶନିବାର ହୋଇଥିବା ଗଣତିର ଫଳାଫଳ ଅନୁୟାୟୀ ୩୧୪ ଜିଲା ପରିଷଦ ଆସନରୁ ବିଜେଡି ୨୮୧ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୧୫ ଓ କଂଗ୍ରେସକୁ ମାତ୍ର ୧୪ ସିଟ ମିଳିଛି । ମୋଟାମୋଟି କହିବାକୁ ଗଲେ ବିଜେଡି ସପକ୍ଷରେ ୯୦ ପ୍ରତିଶତ ଭୋଟ ଯାଇଥିବାବେଳେ ଭାଜପାକୁ ୧୧ ଓ କଂଗ୍ରେସ ମାତ୍ର ୯ ପ୍ରତିଶତ ଜନମତ ହାସଲ କରିପାରିଛନ୍ତି। ଲୋକମାନେ ଗଣତାନ୍ତ୍ରିକ ଉପାୟରେ ରାଜ୍ୟରେ ଏକଚ୍ଛତ୍ରବାଦ ଚାହୁଁଛନ୍ତି ବୋଲି କଂଗ୍ରେସ କହୁଥିବାବେଳେ ଭାଜପା ନେତାମାନେ ଫଳାଫଳକୁ ଗ୍ରହଣ କରିପାରୁ ନାହାନ୍ତି। ଏହା ଜନାଦେଶ ନୁହେଁ, ଧନାଦେଶ ବୋଲି ଭାଜପା ମତ ଦେଉଛି।
ରବିବାର ରାତି ୧୦ଟା ସୁଦ୍ଧା ଦ୍ୱିତୀୟ ଦିବସ ଭୋଟ ଗଣତି ଜାରି ରହିଥିଲା। କଂଗ୍ରେସ କୋରାପୁଟ, ରାୟଗଡ଼ା ଓ ଗଜପତିରେ ଭଲ ପ୍ରଦର୍ଶନ କରିଛି। ମାତ୍ର ଭାଜପା ନିଜ ଗଡ଼ ବଞ୍ଚାଇବାରେ ବିଫଳ ହୋଇଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ମୟୂରଭଞ୍ଜ ଜିଲାର ୫୬ଟି ଜିଲା ପରିଷଦ ଜୋନରୁ ୪୮ଟିରେ ବିଜୟୀ ହୋଇ ବିଜେଡିକୁ ପଛକୁ ଠେଲି ଦେଇଥିଲା। ବିଜେଡି ମାତ୍ର ୭ଟି ସିଟ୍‌ ପାଇଥିଲା । ମାତ୍ର ଚଳିତ ନିର୍ବାଚନରେ ଚିତ୍ର ସମ୍ପୂର୍ଣ୍ଣ ଓଲଟି ଯାଇଛି। ଭାଜପା ଗଡ଼ ବଞ୍ଚାଇବାକୁ ସଂଘର୍ଷ କରୁଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୨୪ଟି ଜିଲା ପରିଷଦ ସିଟ୍‌ରେ ବିଜେଡି ଆଗରେ ଥିବାବେଳେ ଭାଜପା ଗୋଟିଏ ହେଲେ ଆସନରେ ଆଗୁଆ ନାହିଁ। ମୟୂରଭଞ୍ଜ ଜିଲାରେ ଭାଜପା ଏକ ପ୍ରକାର ମୂଳପୋଛ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟ ଗଣତିରେ ଗଞ୍ଜାମର ୨୨ ଜୋନରେ ବିଜେଡି କ୍ଲିନ୍‌ସୁଇପ କରିଛି। ସମସ୍ତ ଆସନ ବିଜେଡି ଖାତାକୁ ଯାଇଛି। ସେହିପରି ପୁରୀରେ ମଧ୍ୟ ବିଜେଡି ସମସ୍ତ ଜିଲା ପରିଷଦ ଜୋନରେ ବିଜୟୀ ହୋଇଛି। ପ୍ରଥମ ଦିନର ଗଣତିରେ ପୁରୀର ୧୧ଟି ଯାକ ଜିଲା ପରିଷଦ ଆସନ ବିଜେଡି ହାତକୁ ଯାଇଛି। ସେହିପରି ଢେଙ୍କାନାଳରେ ପ୍ରଥମ ଦିନରେ ୮ଟି ଜୋନ୍‌ରେ ଗଣତି ହୋଇଥିବା ବେଳେ ୭ଟି ଜୋନ୍‌ ବିଜେଡି ଦଖଲ କରିଥିବା ବେଳେ ମାତ୍ର ଗୋଟିଏ ଜୋନ୍‌ରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ବଲାଙ୍ଗୀରରେ ୧୪ ଜୋନ୍‌ରୁ ୧୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ନିର୍ବାଚନ କମିଶନ କାର୍ଯ୍ୟାଳୟରୁ ମିଳିଥିବାସୂଚନା ମୁତାବକ ଦ୍ୱିତୀୟ ଦିନରେ ଗଣତି ହେଉଥିବା ୩୦୫ ଜିଲାପରିଷଦ ଜୋନରୁ ବିଜେଡି ୨୭୨ ଜୋନରେ ଆଗରେ ରହିଥିବାବେଳେ ଭାଜପା ୧୫, କଂଗ୍ରେସ ୧୬ ଏବଂ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ରହିଛନ୍ତି। ଅନୁଗୋଳର ୮ଟି ଆସନ ମଧ୍ୟରୁ ୭ଟିରେ ବିଜେଡି ଆଗରେ ରହିଥିବାବେଳେ ଭାଜପା ଗୋଟିଏ ଆସନରେ ଆଗୁଆ ରହିଛି। ସେହିପରି ବାଲେଶ୍ୱରରେ ୧୪ଟି ଜୋନ୍‌ ମଧ୍ୟରୁ ୧୨ରେ ବିଜେଡି, ଭାଜପା ୧, କଂଗ୍ରେସ ୧, ଭଦ୍ରକର ୯ଟି ଜୋନ ମଧ୍ୟରୁ ସମସ୍ତ ସିଟରେ ବିଜେଡି ଆଗରେ ରହିଛି। ସେହିପରି ବଲାଙ୍ଗୀରର ୧୪ଟି ଜୋନରୁ ୧୦ଟିରେ ବଜେଡି, ୨ଟିରେ ଭାଜପା, ୨ଟିରେ କଂଗ୍ରେସ, ବୌଦ୍ଧରେ ୩ଟିରୁ ବିଜେଡି ୨, ଭାଜପା ୧, କଟକର ୧୫ଟି ଜୋନରୁ ୧୫ଟିରେ ବିଜେଡି ଆଗେଇ ଚାଲିଛି। ଅନୁରୂପ ଭାବେ ଦେବଗଡ଼ର ୩ଟି ସିଟରେ ବିଜେଡି ଆଗରେ ରହିଥିବାବେଳେ ଢେଙ୍କାନାଳର ସମସ୍ତ ୮ଟି ଜୋନରେ ଆଗରେ ରହିଛି। ଗଜପତି ଜିଲାର ୬ଟି ଜୋନରୁ ୫ଟିରେ ବିଜେଡି ଓ ଗୋଟିଏରେ ଭାଜପା, ଗଞ୍ଜାମର ୨୨ଟି ଜୋନରେ ବିଜେଡି କ୍ଲିନ୍‌ ସୁଇପ୍‌ କରି ଚାଲିଛି। ସେହିପରି ଜଗତ୍‌ସିଂହପୁର ସମସ୍ତ ୮, ଯାଜପୁର ୧୨, କେନ୍ଦ୍ରାପଡ଼ାରେ ୧୦, ଝାରସୁଗୁଡାର ୩, କେନ୍ଦୁଝରର ୧୨, ମାଲକାନଗରିରି ୫, ନୂଆପଡ଼ାର ୫, ସୁବର୍ଣ୍ଣପୁରର ସମସ୍ତ ୬ଟି ଜୋନରେ ବିଜେଡି ଆଗରେ ରହିଛି। ତେବେ କନ୍ଧମାଳରେ ୬ଟି ଜୋନରୁ ବିଜେଡି ୪, ଭାଜପା ୧, କଂଗ୍ରେସ ୧, ଖୋର୍ଦ୍ଧାରେ ୧୦ଟି ଜୋନରୁ ୮ଟିରେ ବିଜେଡି ୨ଟିରେ ଭାଜପା, କୋରାପୁଟର ୧୩ଟି ଜୋନରୁ ବିଜେଡି ୭ , କଂଗ୍ରେସ ୬, ମୟୂରଭଞ୍ଜରେ ୨୬ ଆସନରୁ ୨୪ ବିଜେଡି ଓ ୨ଟି ସିଟ୍‌ରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗରେ ରହିଛନ୍ତି। ସେଠାରେ ଭାଜପା ଓ କଂଗ୍ରେସ ଖାତା ଖୋଲିପାରି ନାହିଁ। ସେହିପରି ପୁରୀ ଜିଲାରେ ଗଣତି ହେଉଥିବା ୧୧ଟି ଜୋନ ମଧ୍ୟରୁ ୧୦ଟିରେ ବିଜେଡି ଆଗରେ ରହିଥିବା ବେଳେ ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ରାୟଗଡ଼ାର ୯ଟି ଆସନରୁ ବିଜେଡି ୫ ଓ ୪ଟିରେ କଂଗ୍ରେସ, ସମ୍ବଲପୁରର ୯ଟି ଆସନରୁ ୭ଟିରେ ବିଜେଡି ଓ ୨ଟିରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?