ଯୁଆଡ଼େ ଦେଖିଲେ ବିଜେଡି

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଉପକୂଳ, ପଶ୍ଚିମ, ଉତ୍ତର, ଦକ୍ଷିଣ ଯେଉଁଠି ଦେଖିଲେ ବିଜେଡି। ସବୁଆଡ଼େ ଶଙ୍ଖନାଦ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ କ୍ରେଜ୍‌ ସବୁଠି ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଶାସନ ପରେ ମଧ୍ୟ ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜନମତ ହାସଲ କରିବା ବିରୋଧୀଙ୍କୁ ହତବାକ କରି ଦେଇଛି। ୮୫୩ ଜିଲା ପରିଷଦ ଆସନରୁ ୨ୟ ଦିନ ଗଣତିର ରାତି ୧୦ଟା ସୁଦ୍ଧା ମୋଟ ୬୨୦ ଆସନ ମଧ୍ୟରୁ ବିଜେଡି ୨୮୧ରେ ବିଜୟୀ ହୋଇଥିବାବେଳେ ଆଉ ୨୭୨ ସିଟ୍‌ରେ ଆଗୁଆ ରହିଛି। ସେହିପରି ୧୫ଟିରେ ଜିତିଥିବାବେଳେ ୧୫ରେ ଆଗୁଆ ରହିଛି। କଂଗ୍ରେସ ୧୪ ଜିତିଥିବାବେଳେ ୧୬ସିଟ୍‌ରେ ଆଗୁଆ ରହିଛି। ବିଜେଡିର ଏଭଳି ଏକତରଫା ଫଳାଫଳକୁ ବିରୋଧୀ ଦଳର ଶୀର୍ଷ ନେତୃତ୍ୱ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କହିବାକୁ ଗଲେ ବିଜେଡି ପଞ୍ଚାୟତ ଜନମତକୁ ଏକପ୍ରକାର ପୋଛିନେଇଛି। ଦୁଇ ପ୍ରମୁଖ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ କିଛି ମାତ୍ରାରେ ଜନମତ ଭାଜପା ସପକ୍ଷରେ ଯାଇଥିଲା। ବିଜେଡି ମୋଟ ଆସନରୁ ୪୭୩ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୨୯୭ ଏବଂ କଂଗ୍ରେସ ୬୦ଟି ଆସନ ଅକ୍ତିଆର କରିଥିଲା। ଫଳରେ ଭାଜପା ୨ୟ ସ୍ଥାନକୁ ଚାଲି ଆସିଥିଲା। ହେଲେ ଚଳିତ ନିର୍ବାଚନର ୨ୟ ଦିନ ଗଣତିର ଫଳାଫଳକୁ ଦେଖିଲେ ଭାଜପା ଏବେ ରାଜ୍ୟରେ ଜନପ୍ରିୟତା ହରାଇଥିବା ଜଣାପଡ଼ିଛି। କହିବାକୁ ଗଲେ ଗ୍ରାମାଞ୍ଚଳର ଲୋକେ ଭାଜପା ଓ କଂଗ୍ରେସକୁ ଏକପ୍ରକାର ନାପସନ୍ଦ କରିଛନ୍ତି। ଚଳିତ ଥର ବିଜେଡି ପ୍ରାୟ ୯୦ ପ୍ରତିଶତ ସିଟ୍‌ରେ ବିଜୟ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାଜପା ଓ କଂଗ୍ରେସକୁ ୧୦ ପ୍ରତିଶତ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଦ୍ୱିତୀୟ କିମ୍ବା ଭାଜପା ସହ ବରାବର ସ୍ଥାନକୁ ଚାଲିଆସିଛି।
ଏହି ଜନମତ ପ୍ରମାଣିତ କରୁଛି ଯେ ମତଦାତା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ଆସ୍ଥା ପ୍ରକଟ କରିଛନ୍ତି। ବିରୋଧୀ ଦଳ ଜନବିରୋଧୀ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହେଉଥିବାରୁ ନିଜର ସ୍ଥିତି ବଞ୍ଚାଇବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସର ସଂଗଠନ ଦୁର୍ବଳ ହେବା ସାଙ୍ଗକୁ ଗୋଷ୍ଠୀ କନ୍ଦଳରୁ ମତଦାତା ମୁହଁ ମୋଡୁଛନ୍ତି।
ନେତୃତ୍ୱ
ସଙ୍କଟ ଉଭୟ ଦଳ ପାଇଁ ଘାତକ ହୋଇଛି। ଏଥିଯୋଗୁ ଭୋଟର ବିରୋଧୀ ଦଳଙ୍କୁ ଭରସା କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ବିଜେଡି ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରି ପଞ୍ଚାୟତ ନିର୍ବାଚନରେ ମହିଳା, ଯୁବଗୋଷ୍ଠୀ ସମେତ ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରାଇବାରେ ସଫଳ ହୋଇଛି। ଶନିବାର ହୋଇଥିବା ଗଣତିର ଫଳାଫଳ ଅନୁୟାୟୀ ୩୧୪ ଜିଲା ପରିଷଦ ଆସନରୁ ବିଜେଡି ୨୮୧ ସିଟ୍‌ରେ ବିଜୟୀ ହୋଇଥିବାବେଳେ ଭାଜପା ୧୫ ଓ କଂଗ୍ରେସକୁ ମାତ୍ର ୧୪ ସିଟ ମିଳିଛି । ମୋଟାମୋଟି କହିବାକୁ ଗଲେ ବିଜେଡି ସପକ୍ଷରେ ୯୦ ପ୍ରତିଶତ ଭୋଟ ଯାଇଥିବାବେଳେ ଭାଜପାକୁ ୧୧ ଓ କଂଗ୍ରେସ ମାତ୍ର ୯ ପ୍ରତିଶତ ଜନମତ ହାସଲ କରିପାରିଛନ୍ତି। ଲୋକମାନେ ଗଣତାନ୍ତ୍ରିକ ଉପାୟରେ ରାଜ୍ୟରେ ଏକଚ୍ଛତ୍ରବାଦ ଚାହୁଁଛନ୍ତି ବୋଲି କଂଗ୍ରେସ କହୁଥିବାବେଳେ ଭାଜପା ନେତାମାନେ ଫଳାଫଳକୁ ଗ୍ରହଣ କରିପାରୁ ନାହାନ୍ତି। ଏହା ଜନାଦେଶ ନୁହେଁ, ଧନାଦେଶ ବୋଲି ଭାଜପା ମତ ଦେଉଛି।
ରବିବାର ରାତି ୧୦ଟା ସୁଦ୍ଧା ଦ୍ୱିତୀୟ ଦିବସ ଭୋଟ ଗଣତି ଜାରି ରହିଥିଲା। କଂଗ୍ରେସ କୋରାପୁଟ, ରାୟଗଡ଼ା ଓ ଗଜପତିରେ ଭଲ ପ୍ରଦର୍ଶନ କରିଛି। ମାତ୍ର ଭାଜପା ନିଜ ଗଡ଼ ବଞ୍ଚାଇବାରେ ବିଫଳ ହୋଇଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ମୟୂରଭଞ୍ଜ ଜିଲାର ୫୬ଟି ଜିଲା ପରିଷଦ ଜୋନରୁ ୪୮ଟିରେ ବିଜୟୀ ହୋଇ ବିଜେଡିକୁ ପଛକୁ ଠେଲି ଦେଇଥିଲା। ବିଜେଡି ମାତ୍ର ୭ଟି ସିଟ୍‌ ପାଇଥିଲା । ମାତ୍ର ଚଳିତ ନିର୍ବାଚନରେ ଚିତ୍ର ସମ୍ପୂର୍ଣ୍ଣ ଓଲଟି ଯାଇଛି। ଭାଜପା ଗଡ଼ ବଞ୍ଚାଇବାକୁ ସଂଘର୍ଷ କରୁଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୨୪ଟି ଜିଲା ପରିଷଦ ସିଟ୍‌ରେ ବିଜେଡି ଆଗରେ ଥିବାବେଳେ ଭାଜପା ଗୋଟିଏ ହେଲେ ଆସନରେ ଆଗୁଆ ନାହିଁ। ମୟୂରଭଞ୍ଜ ଜିଲାରେ ଭାଜପା ଏକ ପ୍ରକାର ମୂଳପୋଛ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟ ଗଣତିରେ ଗଞ୍ଜାମର ୨୨ ଜୋନରେ ବିଜେଡି କ୍ଲିନ୍‌ସୁଇପ କରିଛି। ସମସ୍ତ ଆସନ ବିଜେଡି ଖାତାକୁ ଯାଇଛି। ସେହିପରି ପୁରୀରେ ମଧ୍ୟ ବିଜେଡି ସମସ୍ତ ଜିଲା ପରିଷଦ ଜୋନରେ ବିଜୟୀ ହୋଇଛି। ପ୍ରଥମ ଦିନର ଗଣତିରେ ପୁରୀର ୧୧ଟି ଯାକ ଜିଲା ପରିଷଦ ଆସନ ବିଜେଡି ହାତକୁ ଯାଇଛି। ସେହିପରି ଢେଙ୍କାନାଳରେ ପ୍ରଥମ ଦିନରେ ୮ଟି ଜୋନ୍‌ରେ ଗଣତି ହୋଇଥିବା ବେଳେ ୭ଟି ଜୋନ୍‌ ବିଜେଡି ଦଖଲ କରିଥିବା ବେଳେ ମାତ୍ର ଗୋଟିଏ ଜୋନ୍‌ରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ବଲାଙ୍ଗୀରରେ ୧୪ ଜୋନ୍‌ରୁ ୧୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ନିର୍ବାଚନ କମିଶନ କାର୍ଯ୍ୟାଳୟରୁ ମିଳିଥିବାସୂଚନା ମୁତାବକ ଦ୍ୱିତୀୟ ଦିନରେ ଗଣତି ହେଉଥିବା ୩୦୫ ଜିଲାପରିଷଦ ଜୋନରୁ ବିଜେଡି ୨୭୨ ଜୋନରେ ଆଗରେ ରହିଥିବାବେଳେ ଭାଜପା ୧୫, କଂଗ୍ରେସ ୧୬ ଏବଂ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ରହିଛନ୍ତି। ଅନୁଗୋଳର ୮ଟି ଆସନ ମଧ୍ୟରୁ ୭ଟିରେ ବିଜେଡି ଆଗରେ ରହିଥିବାବେଳେ ଭାଜପା ଗୋଟିଏ ଆସନରେ ଆଗୁଆ ରହିଛି। ସେହିପରି ବାଲେଶ୍ୱରରେ ୧୪ଟି ଜୋନ୍‌ ମଧ୍ୟରୁ ୧୨ରେ ବିଜେଡି, ଭାଜପା ୧, କଂଗ୍ରେସ ୧, ଭଦ୍ରକର ୯ଟି ଜୋନ ମଧ୍ୟରୁ ସମସ୍ତ ସିଟରେ ବିଜେଡି ଆଗରେ ରହିଛି। ସେହିପରି ବଲାଙ୍ଗୀରର ୧୪ଟି ଜୋନରୁ ୧୦ଟିରେ ବଜେଡି, ୨ଟିରେ ଭାଜପା, ୨ଟିରେ କଂଗ୍ରେସ, ବୌଦ୍ଧରେ ୩ଟିରୁ ବିଜେଡି ୨, ଭାଜପା ୧, କଟକର ୧୫ଟି ଜୋନରୁ ୧୫ଟିରେ ବିଜେଡି ଆଗେଇ ଚାଲିଛି। ଅନୁରୂପ ଭାବେ ଦେବଗଡ଼ର ୩ଟି ସିଟରେ ବିଜେଡି ଆଗରେ ରହିଥିବାବେଳେ ଢେଙ୍କାନାଳର ସମସ୍ତ ୮ଟି ଜୋନରେ ଆଗରେ ରହିଛି। ଗଜପତି ଜିଲାର ୬ଟି ଜୋନରୁ ୫ଟିରେ ବିଜେଡି ଓ ଗୋଟିଏରେ ଭାଜପା, ଗଞ୍ଜାମର ୨୨ଟି ଜୋନରେ ବିଜେଡି କ୍ଲିନ୍‌ ସୁଇପ୍‌ କରି ଚାଲିଛି। ସେହିପରି ଜଗତ୍‌ସିଂହପୁର ସମସ୍ତ ୮, ଯାଜପୁର ୧୨, କେନ୍ଦ୍ରାପଡ଼ାରେ ୧୦, ଝାରସୁଗୁଡାର ୩, କେନ୍ଦୁଝରର ୧୨, ମାଲକାନଗରିରି ୫, ନୂଆପଡ଼ାର ୫, ସୁବର୍ଣ୍ଣପୁରର ସମସ୍ତ ୬ଟି ଜୋନରେ ବିଜେଡି ଆଗରେ ରହିଛି। ତେବେ କନ୍ଧମାଳରେ ୬ଟି ଜୋନରୁ ବିଜେଡି ୪, ଭାଜପା ୧, କଂଗ୍ରେସ ୧, ଖୋର୍ଦ୍ଧାରେ ୧୦ଟି ଜୋନରୁ ୮ଟିରେ ବିଜେଡି ୨ଟିରେ ଭାଜପା, କୋରାପୁଟର ୧୩ଟି ଜୋନରୁ ବିଜେଡି ୭ , କଂଗ୍ରେସ ୬, ମୟୂରଭଞ୍ଜରେ ୨୬ ଆସନରୁ ୨୪ ବିଜେଡି ଓ ୨ଟି ସିଟ୍‌ରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗରେ ରହିଛନ୍ତି। ସେଠାରେ ଭାଜପା ଓ କଂଗ୍ରେସ ଖାତା ଖୋଲିପାରି ନାହିଁ। ସେହିପରି ପୁରୀ ଜିଲାରେ ଗଣତି ହେଉଥିବା ୧୧ଟି ଜୋନ ମଧ୍ୟରୁ ୧୦ଟିରେ ବିଜେଡି ଆଗରେ ରହିଥିବା ବେଳେ ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ରାୟଗଡ଼ାର ୯ଟି ଆସନରୁ ବିଜେଡି ୫ ଓ ୪ଟିରେ କଂଗ୍ରେସ, ସମ୍ବଲପୁରର ୯ଟି ଆସନରୁ ୭ଟିରେ ବିଜେଡି ଓ ୨ଟିରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri