ମୋଠୁ ସମସ୍ତେ ଚାଲାଖ

କେମିତି ଜାଣିଲି ଗଛଗୁଡ଼ାକ ବି ଚାଲାଖ (ସ୍ମାର୍ଟ)? ମୁଁ ବୁଢ଼ାରଜା ପାହାଡ଼ର ସ୍ବରୂପ ଦେଖିବା ଲାଗି ପାହାଡ଼ ଉପରକୁ ଚଢ଼ିଲି। ଦେଖିଲି, ଜଣେ ଅତିମାତ୍ରାରେ ମଦ ପିଇଥିବା ଲୋକ ଯାହାର ପିଠିରେ ଓହଳିଥିଲା ବାକ୍‌ ପାକ୍‌, ସେ ପାହାଡ଼ ଉପରକୁ ଚଢ଼ି ଚଢ଼ି ଯାଉଥିଲା – ଏକୁଟିଆ, କିନ୍ତୁ ଅତିଶୟ ମଦ୍ୟପାନର ପ୍ରଭାବ ଥିଲା। ପାହାଡ଼ର ଅଧା ବାଟରେ ସେ ଏକ କଣ୍ଟାଳିଆ ଗଛ ପାଖରେ ବସି ପଡ଼ିଲା। ଗୋଡ଼ି ପଥରର ରାସ୍ତା। ସେହି ଗୋଡ଼ି ପଥରୁଆ ଭୂଇଁକୁ ଠେଲି ଠେଲି ଉପରକୁ ଉଠିଛି। ପାଣି ଢୋକେ ପିଇ ଆଉ ନିଃଶ୍ୱାସଟିଏ ନେଇ ସେ ଗଛଟାକୁ ଦେଖି ତା’ର ସୌନ୍ଦର୍ଯ୍ୟ ଓ ମିଶିଯିବା ଗୁଣକୁ ପ୍ରଶଂସା କଲା। ତା’ର ବଙ୍କାଟଙ୍କା ଶୁଖିଲା ମୁକିଲା ଡାଳଗୁଡ଼ାକ ଏ ବିରୋଧୀ ଭୂଶ୍ରେଣୀ ତଳୁ ପାଣି ଓ ପୁଷ୍ଟି ଟାଣି ଆଣି ନିଜେ ବଞ୍ଚତ୍ପାରିଛି। ସେ ବୁଝିପାରିଲା ନାହିଁ ଏ କେମିତି ଘଟୁଛି। ଧନ୍ଦାଟା କ’ଣ? ମନେହେଲା ଗଛଟା ଯେମିତି କହୁଛି ତୁ ଏ ସମସ୍ୟାର ସମାଧାନ କର। ତାକୁ ଜଣାଗଲା ସାଧନ ସୁରକ୍ଷିତ କରି ରଖିବାରେ ଗଛଟିର ବୁଦ୍ଧି ଅଛି। ଗଛଟା ଯେମିତି କହୁଛି ବସି ଯା, ରେଷ୍ଟ ନେଇନେ। ଶକ୍ତି ସଞ୍ଚୟ କର, ତା’ ପରେ ଶକ୍ତି ମିଳିଯିବ ଉପରକୁ ଚଢ଼ିବାକୁ। ମୁଁ ତା’ ପାଖରେ ପହଞ୍ଚତ୍ଲା ବେଳେ ସେ ଯେତେବେଳେ ଏମିତି ଗପିଲା ମୁଁ କହିଲି, ତୁ ତ ଗଛ ସାଙ୍ଗରେ ବସିଲୁ। ଗଛ ତୋର ବଡ଼ ଭାଇ ଭଳି କାମ କଲା। ନ ହେଲେ, ସାଙ୍ଗ ଭଳି କାମ କରିଥିବ। ମଣିଷ ପାଖରେ ପାଇ ମଣିଷ ଭଳି କାମ କଲା। ସେ ଯେ ଦିନେ ବଡ଼ ଭଗବଦ୍‌ ବିଶ୍ୱାସୀ ହୋଇଯିବ ଭାବି ନ ଥିଲି, କିନ୍ତୁ ଭୁବନେଶ୍ୱରରେ ଏବେ ଦିନେ ତାକୁ ଦେଖି ଭାବିନେଲି ସେ ଧର୍ମ ଅପେକ୍ଷା ବିଜ୍ଞାନ ଭିତରେ ବେଶି ସୁଖ ପାଉଛି।
ସେ ମୋତେ କହିଲା, ମୁଁ ଧର୍ମଠାରୁ ବିଜ୍ଞାନ ଭିତରେ ଢ଼େର ବେଶି ସାନ୍ତ୍ୱନା ପାଉଛି। ମୋତେ ଭଲ ଲାଗୁଛି। ଲୋକେ ରୁଟି କି ବାଇଗଣ ଭିତରେ ଆଲ୍ଲାଙ୍କ ପାଠ କି ପ୍ରଜାପତି ଦେହରେ ଜଗନ୍ନାଥଙ୍କୁ ଦେଖୁଛନ୍ତି। ମଣିଷ ବହୁତ ଜାଗାରେ ଭଗବାନଙ୍କ ଇଚ୍ଛା ବା ଉଦ୍ଦେଶ୍ୟ ଦେଖୁଛି, ସେଠି କିଛି ନ ଥିଲେ ବି। କପଡ଼ାରେ ଯିଶୁଙ୍କ ରକ୍ତ ଦେଖୁଛି। ଅଥଚ ଆମେ ଲାପ୍‌ଟପ୍‌ ଉପରେ ଚିଡିଯାଉଛୁ। ଷଡ଼ଯନ୍ତ୍ରତ୍ବ ବାଢୁଛୁ। ପ୍ରତି ଜିନିଷ ଘଟିବାର କାରଣ ଅଛି ବୋଲି ଆମେ କହୁଛୁ।
ସାଇକୋଲଜିଷ୍ଟମାନେ କହୁଛନ୍ତି ମଣିଷର ହାଇପରଆକ୍ଟିଭ୍‌ ଏଜେନ୍ସି ରୂପକ ଡିଟେକ୍ସନ୍‌ ଅଛି, ସାଇକେଡେଲିକ୍‌ ଡ୍ରଗ୍‌ ଘୂରୁଣି (ନବ୍‌,knob)) ଭଳି କାମ କରୁଛି। ମୋର ମନେପଡିଲା ଆମେରିକାନ୍‌ ଆସୋସିଏଶନ ଫର୍‌ ଦି ଆଡଭାନ୍ସମେଣ୍ଟ ଅଫ୍‌ ସାଇନ୍ସ କେଇ ବର୍ଷ ତଳେ ଲର୍ନିଂ ୱିଦାଉଟ୍‌ ନିୟୁରନସ୍‌ ଉପରେ ଅଧିବେଶନ କରିଥିଲେ। ସ୍ଲାଇମ୍‌ ମୋଲ୍ଡ (ଲାଳୁଆ ଆଣ) ଭିତରେ ମେମୋରି ପରୀକ୍ଷା କରି ଦେଖାଗଲା ଯେ ବଳ ପ୍ରୟୋଗ କଲେ ଇଲେକ୍ଟ୍ରିକାଲ୍‌ ସର୍କିଟ୍‌ ଚାଲୁ ହେଉଛି, ବଳ ପ୍ରୟୋଗ କଲେ ମାଟେରିଆଲ୍‌ ଆପେ ଆପେ ମୋଡି ହୋଇଯାଉଛି, କାହିଁକି? ସମୁଦ୍ର ଭିତରେ ଜଳଚରମାନଙ୍କ ସାଥିରେ ସ୍କୁବା ଡାଇଭିଂ ଭଳି ପହଁରି ପାରୁଥିବା ପ୍ରାଣୀମାନେ ଅତ୍ୟଧିକ ମାତ୍ରାର ମଦ୍ୟପ ପ୍ରାଣୀ ଭଳି – ଚେତନାର ଏକ ପରିବର୍ତ୍ତିତ ଅବସ୍ଥାରେ ନିଜକୁ ଦେଖୁଛି, ଯେଉଁଠି ଧାରଣା (ପରସେପ୍ସନ)ର ଫୋକସ୍‌, ରେଞ୍ଜ, ଓ କ୍ଲାରିଟି ନାଟକୀୟ ଢଙ୍ଗରେ ବଦଳିଯାଉଛି – ଯେଉଁଠି ଗୋଟିଏ ପ୍ରଜାତିର ପ୍ରାଣୀର ମାନସିକ ଅଭିଜ୍ଞତା ଅନ୍ୟ ଗୋଟିଏ ପ୍ରଜାତିର ପ୍ରାଣୀର ମାନସିକ ଅଭିଜ୍ଞତାଠାରୁ ବେଶି ବାସ୍ତବ ବା ବେଶି ମୂଲ୍ୟବାନ୍‌ ନୁହେଁ। ତେଣୁ ଗଛର ବି ବୁଦ୍ଧି ଅଛି ଭାବିବା କଥା। ବ୍ରେନ୍‌ ନ ଥାଇ ବୁଦ୍ଧି ସମ୍ଭବ, ବ୍ରେନ୍‌ଲେସ୍‌ ଇଣ୍ଟେଲିଜେନ୍ସ, କମ୍ପ୍ୟୁଟର ଦୃଷ୍ଟିରେ କ୍ରୀଡ଼ା (Play, a Computational Perspective) ଭଳି ନାଁରେ ଗବେଷଣା ପାଇଁ ଟେମ୍ପଲଟନ ଓ୍ବାଲର୍‌ଡ ଚାରିଟି ଫାଉଣ୍ଡେଶନ ପାଣ୍ଠି ଯୋଗାଉଛି। ବ୍ରେନ୍‌ ସହ ବୁଦ୍ଧି ଯୋଡି ଦେଖିବାରେ ଆମେ ଏତେ ଅଭ୍ୟସ୍ତ ହୋଇଯାଇଛୁ ଯେ ବ୍ରେନ୍‌ଲେସ୍‌ ଇଣ୍ଟେଲିଜେନ୍ସ କଥା ଭାବିହେଉ ନାହିଁ। ନିଶା ଖାଇଲେ ଏଭଳି ଅନୁଭବ ଆସେ। ସାଧାରଣ ଭାବେ ଯେଉଁ ଜୀବରୂପରେ ଆମେ ଚାଲାଖି ଦେଖୁନା, ଯଥା ସ୍ଲାଇମ୍‌, ସେଲ୍‌, ଜୀବଗୋଠ, ଗଛଲତା ଆଦି ଜୀବରୂପରେ; ଯେଉଁ ପ୍ରକାର ଚେତନା ଓ ଚାଲାଖି ଆମେ ଆମ ଭିତରେ ଦେଖୁଛୁ ତାହା ଏପରିକା ପ୍ରାଣୀ ଭିତରେ ଦେଖୁନାହୁଁ।
ଅଣମଣିଷ ପ୍ରାଣୀମାନଙ୍କ ବୁଦ୍ଧି ଉପରେ ବିବାଦ ନାହିଁ, ଯେମିତି ପାଳିଥିବା ଜନ୍ତୁ ଉପରେ; କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ କେତେଜଣ ଲୋକ ସବୁ ଜୀବନ୍ତ ବ୍ୟବସ୍ଥାରେ ବୁଦ୍ଧି ଥିବାର ଦେଖନ୍ତି। ଉଇହୁଙ୍କା ତିଆରିରେ କେତେ ବୁଦ୍ଧି ଲାଗିଛି ଦେଖନ୍ତୁ। ଜଙ୍ଗଲରେ ପଶିଲେ ଆମେ ଦେଖୁ ସାରା ଜଙ୍ଗଲଟା ଗୋଟିଏ ବଡ ବ୍ୟବସ୍ଥା, ପ୍ରତ୍ୟେକ ଅନ୍ୟର ସମ୍ପର୍କରେ ଅଛନ୍ତି, ମିଳିମିଶି ସମସ୍ତେ ଚଳୁଛନ୍ତି, ମାନେ ବୁଦ୍ଧି ଲଗାଉଛନ୍ତି। ମାଦକ ଦ୍ରବ୍ୟ ବା ଡ୍ରଗ୍‌ ଖାଇ ଆମେ କାହିଁକି ବଦଳିଯାଉ, ଚାରିଆଡ଼େ କାହିଁକି ସମସ୍ତେ ଚାଲାଖ ବୋଲି ଭାବୁ। ମଦରେ ମାତାଲ ଲୋକ ଷଣ୍ଢର ମୁଣ୍ଡ ସାଙ୍ଗରେ ମୁଣ୍ଡ ଘଷେ କାହିଁକି, ତଥାପି ଷଣ୍ଢ ଲଢ଼େଇ କରେ ନାହିଁ, ସେଇମିତି ଶୋଇଥାଇ ମୁଣ୍ଡ ହଲାଏ ସିନା! ବ୍ରହ୍ମାଣ୍ଡଟା ତ ପ୍ରାଣୀତ୍ୱ ଆଉ ଇଚ୍ଛା (animacy and intention)ରେ ଭର୍ତ୍ତି। ପଥରଖଣ୍ଡକୁ ଭାଲୁ ଭାବିବା ବରଂ ଭଲ, ଭାଲୁକୁ ପଥରଟେଳା ଭାବିବା ଠିକ୍‌ ହେବ ନାହିଁ। ସେଇମିତି ଜଣେ ପଥଚାରୀ ବୃକ୍ଷକୁ ବନ୍ଧୁ ଭାବିପାରେ କିନ୍ତୁ ବନ୍ଧୁକୁ ବୃକ୍ଷ ନ ଭାବୁ।
ପରିବର୍ତ୍ତିତ ପରିସ୍ଥିତି ସମ୍ଭବତଃ ଆଚମ୍ବିତ କରେ, ଆଶ୍ଚର୍ଯ୍ୟ ଆମକୁ ଅନିଶ୍ଚିତତା ପ୍ରତି ଅସହିଷ୍ଣୁ କରିପକାଏ, ଆମେ ଆଧିଭୌତିକତାରେ ବିଶ୍ୱାସ କରୁ ବା ବୁଝିବା ଭଳି ଢାଞ୍ଚା ଖୋଜୁ। ଯଦି କେବେ ଆମେ ଅନ୍ୟର ବୁଦ୍ଧି ଉପରେ ସନ୍ଦେହ କରୁ ବା ତାକୁ ନୂ୍ୟନ ମନେକରୁ ତେବେ ପରିବର୍ତ୍ତିତ ପରିସ୍ଥିତି ଆସିଗଲେ ଆମ ବାୟାସ୍‌ (ସ୍ବେଚ୍ଛା ବିଚାର)କୁ ବଦଳାଏ, କିଏ ଗଛକୁ କାଠ ବୋଲି ଭାବିପାରେ, କିନ୍ତୁ ମୁଁ ଗଛକୁ ଏବେ ସମସ୍ୟା ସମାଧାନକାରୀ ରୂପେ ଭାବୁଛି। ମୁଁ ପ୍ରଥମେ ପ୍ରଥମେ ପାହାଡୀ ଝରଣାକୁ ନିର୍ଜୀବ ବା ଜ୍ଞାନହୀନ ଦେଖେ, ପରେ ଦେଖେ ସେ ଡେଇଁ ଡେଇଁ ବୋହି ଯାଉଥିବା ବେଳେ ବଙ୍କିଟଙ୍କି ଯାଉଛି, ତା’ ଭିତରେ ଗୋଟେ ଆଲଗୋରିଦିମ୍‌ କାମ କରୁଛି ଏବଂ ସେ ଆଲଗୋରିଦିମ୍‌ ମଣିଷର ଡିଜାଇନ୍‌ କରୁଥିବା ଆଲଗୋରିଦିମ୍‌ଠାରୁ ବେଶି ସଫଳ ମନେହୁଏ। ତରଳ ମାନେ ମାଧ୍ୟାକର୍ଷଣକୁ ଅନୁସରଣ କରିବ, ସବୁଠୁ କମ୍‌ ବାଧା ଦେଉଥିବା ମାର୍ଗରେ ଯିବ, ଭାବିହେଉ ନ ଥିବା ବଙ୍କାଣିରେ ଯାଉଥିବ।
ଜୀବନ୍ତ ପ୍ରାଣୀ ଭିତରେ କଗ୍ନିସନ୍‌ (ହିସାବକିତାବ କରିବା) କୋଟି କୋଟି ବର୍ଷର ବିବର୍ତ୍ତନ ଫଳରେ ତିଆରି ହୋଇଛି, ଆହୁରି ବେଶି ବା ଉଚ୍ଚତର ଉତ୍ସାହ (ଇନିସ୍ପାଇରେଶନ) ଯୋଗାଇବ। ଗଣଗଣିଆ ମାଛିକୁ ଦେଖ। ମଣିଷ ବୁଦ୍ଧି ଆଗରେ ତୁଚ୍ଛ, କିନ୍ତୁ ତା’ର ସ୍ନାୟବିକ ବ୍ୟବସ୍ଥା ତା’ ଚାରିପାଖ କେବଳ ଦେଖିପାରେ ନାହିଁ ପରିସ୍ଥିତିକୁ ସମ୍ଭାଳିପାରେ, ମୋ ବ୍ୟବସ୍ଥା ଯେତେ ଶୀଘ୍ର କରିପାରେ ମାଛିଟା ତା’ ଠାରୁ ଶୀଘ୍ରତର କରିପାରେ। ବଞ୍ଚତ୍ ରହିବାରେ କୀଟଟିର ପ୍ରତିକ୍ରିୟା ସମୟ ମୋ ପ୍ରତିକ୍ରିୟାଠାରୁ ଶୀଘ୍ରତର, ତେଣୁ ମୋ ଫାଳିଆ (ସ୍ମାର୍ଟ) ତା’ ଦେହରେ ବାଜିବା ପୂର୍ବରୁ ସେ ପଳାଇ ଯାଇପାରୁଛି। ମୋ ରୁମ୍‌ ଭିତରେ ମୁଁ ସବୁଠୁ ଚାଲାଖ ବୋଲି ଭାବେ, କିନ୍ତୁ ମାଛିଟା ମୋତେ ବୋକା ବନେଇଦେଉଛି।

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri