ସବୁ ଖୁସି ଖୁସିରେ

ନିକଟରେ ପ୍ରକାଶିତ ଜାତିସଂଘର ବିଶ୍ୱ ଖୁସି ରିପୋର୍ଟରେ ମୋଟ୍‌ ୧୪୬ ଦେଶ ମଧ୍ୟରୁ ଭାରତକୁ ୧୩୬ତମ ସ୍ଥାନ କାହିଁକି ମିଳିଛି ବୁଝିବା କଷ୍ଟକର। ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ବୋଲି କହୁନାହୁଁ, କିନ୍ତୁ ବୃଦ୍ଧିପାଇଥିବା ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଦରକୁ ଯେଉଁଭଳି ଭାବରେ ନାଗରିକମାନେ ସ୍ବାଗତ କରିଛନ୍ତି ସେଥିରୁ ମନେହେଉଛି ଖୁସିର ମାତାପିତା ଏହି ଭାରତରେ ଅଛନ୍ତି। ସବୁ ବାଧାବିଘ୍ନ ସତ୍ତ୍ୱେ ଭାରତୀୟ ଜନସାଧାରଣଙ୍କ ସନ୍ତୁଷ୍ଟି ସ୍ତରକୁ ସ୍ବୀକାର କରିବାକୁ ହେବ। ଏଥିସହିତ ଏଭଳି ମଧ୍ୟ ଅନୁଭବ ହେଉଛି ଯେ, ଭାରତୀୟମାନେ ଧନୀ ହୋଇଗଲେଣି। ସରକାରଙ୍କ ନିୟନ୍ତ୍ରଣାଧୀନ ଯେତେସବୁ ସାମଗ୍ରୀ ରହିଛି ତାହାର ଅତ୍ୟଧିକ ମୂଲ୍ୟବୃଦ୍ଧି ହେବା ସହିତ ବିଭିନ୍ନ ଟିକସର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେହି ସମୟରେ ଇପିଏଫ୍‌ ଭଳି ସଞ୍ଚୟ ବ୍ୟବସ୍ଥାରେ ସୁଧହାର ହ୍ରାସ କରାଯାଉଛି। ଅର୍ଥାତ୍‌ ଦୁଇ ଗାଲରେ ଚାପୁଡ଼ା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୧୧ ତାରିଖରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୪୦ ଡଲାର ପାଖାପାଖି ଛୁଇଁଥିଲା। ଯେତେବେଳେ ଅଶୋଧିତ ତୈଳଦର ଅନ୍ତର୍ଜାତୀୟ ବଜାରରେ କମ୍‌ ଥିଲା ସେତେବେଳେ ସପ୍ତାହକୁ ୭ ଥର ଭାରତର ତୈଳ ବଜାରରେ ଦରବୃଦ୍ଧି କରାଯାଉଥିଲା। ଇତିମଧ୍ୟରେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆସିଲା। ସେହି ସମୟରେ, ସରକାର ଏକାଥରରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ ଆହୁରି ଖୁସି କରାଇଦେଇଥିଲେ। ସେହିଭଳି ଖୁସି ଖୁସିରେ ଲୋକେ ଭୋଟ ଦେଇଦେଲେ। ଏବେ ସେହି ଖୁସି ଫଳରେ, ହଠାତ୍‌, ଅତ୍ୟଧିକ ଦର ବୃଦ୍ଧି କରିଦିଆଯାଇଛି (୨୨ ମାର୍ଚ୍ଚ ୨୦୨୨ରେ ପେଟ୍ରୋଲ ଲିଟର ପିଛା ୮୫ ପଇସା, ଡିଜେଲ ୮୬ ପଇସା ବଢ଼ିଥିବା ବେଳେ ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି); ଯାହାକୁ ସ୍ବାଗତ କଲାଭଳି ଭାରତୀୟମାନେ ନୀରବ ରହି ଖୁସି ହେଉଛନ୍ତି।
ଓଡ଼ିଆରେ ଢଗ ଅଛି-‘ଚାଖଣ୍ଡେ ପେଟ ପାଇଁ ସବୁ ନାଟ’। ଭାରତରେ ଅର୍ଥନୈତିକ ବିଷୟକୁ ନେଇ ଶାନ୍ତିପୂର୍ଣ୍ଣଠାରୁ ହିଂସାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ସାଧାରଣ ନାଗରିକ ଏବଂ ବିଶେଷକରି ଆମର ପୂର୍ବ ପିଢ଼ି ଜାଣିଥିଲେ ଯେ ଦକ୍ଷ ସରକାରର ମୁଖ୍ୟ କର୍ତ୍ତବ୍ୟ ହେଲା ଅର୍ଥନୀତିକୁ ସମ୍ଭାଳିବା; ଯାହାଫଳରେ ଦରଦାମ୍‌ ନିୟନ୍ତ୍ରିତ ରହିବ ଏବଂ ସାଧାରଣ ଲୋକେ ଖୁସିରେ ରହିପାରିବେ। ଏବେ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକଙ୍କୁ ଧାର୍ମିକ ଓ ରାଜନୈତିକ ଚିନ୍ତାଧାରାରେ ବୁଡ଼େଇ ରଖି ଖୁସିର ଲହର ବଣ୍ଟାଯାଉଛି। ମୁସଲମାନମାନେ ହିଜାବ ପିନ୍ଧି ଭାବୁଛନ୍ତି ଖୁସିରେ ରହିବେ। ହିନ୍ଦୁମାନେ ଭାବୁଛନ୍ତି ତାହାକୁ ବିରୋଧ କରି ଖୁସିରେ ରହିବେ। ୧୯ ବର୍ଷର ଉତ୍ତରାଖଣ୍ଡ ଯୁବକ ଦୌଡୁଥିବାର ଭିଡିଓ ଦେଖି ଦେଶର ଅନେକ ନାଗରିକ ସେଥିରେ ଖୁସି ହେଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ବିଫଳ ବୈଦେଶିକ ନୀତି, ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଭାରତୀୟ ନାଗରିକଙ୍କୁ ବ୍ୟସ୍ତ କରୁନାହିଁ। କେହି ଚିନ୍ତା କଲେ ତାଙ୍କୁ ଚିନ୍ତା କରିବାରୁ ନିବୃତ୍ତ ରହିବା ପାଇଁ ଉପଦେଶ ଦିଆଯାଉଛି। ବଡ଼ବଡ଼ିଆଙ୍କୁ ଆଣ୍ଠୁ ଭାଙ୍ଗି ମୁଣ୍ଡିଆ ମାରିବା ଚରିତ୍ରକୁ ଭାରତୀୟ ପରମ୍ପରା ଓ ନମ୍ରତାର ପ୍ରତୀକ ଭାବେ ଦର୍ଶାଯାଉଛି। ଏଥିରେ ଅନେକେ ଖୁସି ହେଉଛନ୍ତି। ଯେତେବେଳେ ଏତେସବୁ ଖୁସି ଚାରିଆଡ଼େ ଖେଳୁଛି, ସେତେବେଳେ ଦେଶ ନିଶ୍ଚିତ ଭାବେ ସୁଖ ସମୃଦ୍ଧିରେ ଭରପୂର। ଯେଉଁମାନେ ବୁଝିପାରୁ ନାହାନ୍ତି ତ୍ରୁଟି ସେମାନଙ୍କର। କାରଣ ଏହି ସମୟରେ ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଭଳି ସାମଗ୍ରୀର ଦର ବୃଦ୍ଧି ଲୋକଙ୍କ ଉତ୍‌ଫୁଲ୍ଲତାରେ ବାଧା ଦେଉଥିବା ଭଳି ମନେ ହେଉନାହିଁ। ଆଗରୁ ଭାବୁଥିଲୁ ଭିଡ଼କୁ ନୁହେଁ। ଏବେ ଯେହେତୁ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରୁନାହାନ୍ତି, ସେଥିପାଇଁ ଭାବିବା କଥା ସମସ୍ତଙ୍କ ଭଳି ମସ୍‌ଗୁଲ ରହି ଦେବାଳିଆ ହେଲେ ହେବା ପଛେ, ଭିଡ଼ରେ ରହି ଖୁସିରେ ବଞ୍ଚିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri