ରକ୍ତ ଝୁଣୁଛନ୍ତି

ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ନିକଟରେ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଫଳରେ ଏହା ୪.୪ ପ୍ରତିଶତରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ରେପୋ ରେଟ୍‌ ହେଉଛି ଏକ ହାର, ଯେଉଁଥିରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ପାଣ୍ଠିରେ ନିଅଣ୍ଟ ଥିଲେ ଉଧାର ଦେଇଥାଏ। ଏହା ଇନ୍‌ଫ୍ଲେଶନ ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ବୋଲି କୁହାଯାଇଥାଏ। ପରିସଂଖ୍ୟାନ ଦେଖିଲେ ଗତ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୬.୯୫ ପ୍ରତିଶତ ରହିଥିଲା। ଖାଦ୍ୟସାମଗ୍ରୀ ଦର ବହୁମାତ୍ରାରେ ବଢ଼ିଯିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ରେପୋ ରେଟ୍‌ ବଢ଼ିଯିବା ପରେ ବ୍ୟକ୍ତିଗତ ଓ ଗୃହ ଋଣ ବୃଦ୍ଧି ପାଇବା ସ୍ବାଭାବିକ। ଏଭଳି ସ୍ଥଳେ ୭ ମେ ୨୦୨୨ରେ ତୈଳ ବିପଣନ କମ୍ପାନୀ ବା ଅଏଲ୍‌ ମାର୍କେଟିଂ କମ୍ପାନିଜ୍‌ ( ଓଏମ୍‌ସି) ରନ୍ଧନ ଗ୍ୟାସ୍‌ ଏଲ୍‌ପିଜି ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ୧୪.୨ କେଜିର ଗୋଟିଏ ସିଲିଣ୍ଡର ଭୁବନେଶ୍ୱରରେ ୧,୦୨୬ ଟଙ୍କାରୁ ଅଧିକ ହୋଇଥିବା ବେଳେ ମାଲକାନଗିରିରେ ୧,୦୫୦ ଟଙ୍କା ଛୁଇଁଛି। ୨୦୨୧ ଏପ୍ରିଲ ପରେ ଗୋଟିଏ ବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୧୯୦ ଟଙ୍କା ବଢ଼ିଛି। ନିଶ୍ଚିତ ଭାବେ ଏହା ପ୍ରତି ପରିବାର ଉପରେ ଆର୍ଥିକ ବୋଝ ଲଦି ଦେଇଛି।
ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକ କଲ୍ୟାଣ ହେବା କଥା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ନୀତି ପ୍ରଣୟନକାରୀଙ୍କ ମନୋଭାବ ଦେଖିଲେ ମନେହେଉଛି ଯେପରି ତୈଳ ବିପଣନ କମ୍ପାନୀଗୁଡ଼ିକର ଲାଭ ପାଇଁ ସବୁକିଛି କରାଯାଉଛି। କୁହାଯାଇପାରେ ଯେତେବେଳେ ଶାସକ ଦଳକୁ ଭୋଟ ଲୋଡ଼ା ହେଉନାହିଁ, ସେତେବେଳେ ପ୍ରତ୍ୟେକ ସାମଗ୍ରୀର ଅହେତୁକ ଦରବୃଦ୍ଧି କରିଦିଆଯାଉଛି। ସେହି ସମୟରେ କୌଣସି ଏକ କ୍ଷୁଦ୍ର ବିଷୟକୁ ନେଇ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିବା ସକାଶେ ସବୁ ଶକ୍ତି ବ୍ୟବହାର କରି ଜନସାଧାରଣଙ୍କ ଦୃଷ୍ଟି ବାସ୍ତବ ସମସ୍ୟାଠାରୁ ଦୂରେଇ ଦିଆଯାଉଛି। ଆଗକୁ ନିର୍ବାଚନ ଥିଲେ କେନ୍ଦ୍ରରେ ଶାସିତ ସରକାର ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜିର ମୂଲ୍ୟକୁ ସ୍ଥିର ରଖିଥାଆନ୍ତି। ଏହିସବୁ ସାମଗ୍ରୀର ଦାମ୍‌ ଯେତେବେଳେ ବଢ଼ୁଛି ସେତେବେଳେ ସରକାରଙ୍କୁ ପ୍ରଶ୍ନ କରାଗଲେ ଉତ୍ତର ମିଳୁଛି ଯେ, ସ୍ବୟଂକ୍ରିୟ ବ୍ୟବସ୍ଥାରେ ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ।
ଭାରତର ଅର୍ଥନୀତି କେତେ ଦୁର୍ବଳ ହୋଇଗଲାଣି ତାହାର ଦୃଷ୍ଟାନ୍ତ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୭ ଟଙ୍କାରେ ପହଞ୍ଚତ୍ବାରୁ ବୁଝିହେଉଛି। ଏଥିପାଇଁ ଅନ୍ତର୍ଜାତୀୟ ସ୍ଥିତିକୁ ଦୋଷ ଦିଆଯାଉଛି। କିନ୍ତୁ ୨୦୧୪ରୁ ଅଦ୍ୟାବଧି ଦେଖିଲେ ବୁଝାପଡ଼ୁଛି ଯେ, ସବୁବେଳେ ନିର୍ବାଚନରେ ଜିତିବା ପାଇଁ ଅତ୍ୟଧିକ ମାତ୍ରାର ମନ୍ଦ ଉଦ୍ଦେଶ୍ୟ ରଖାଯାଇ ବିଭିନ୍ନ ଅର୍ଥନୈତିକ ନିଷ୍ପତ୍ତି ନିଆଯାଉଛି। ଏହା ପରେ ପ୍ରବଳ ଅର୍ଥ ଖର୍ଚ୍ଚ କରି ବିଜ୍ଞାପନ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଅସତ୍ୟ ପ୍ରଚାର କରାଯାଉଛି। କୁହାଯାଉଛି, ଯେଉଁ ଅସୁବିଧା ବା ଦରବୃଦ୍ଧି ଘଟୁଛି ତାହା ସାଧାରଣ ନାଗରିକର ଦେଶ ଗଠନ ପାଇଁ ଅବଦାନସ୍ବରୂପ। ଫଳରେ ଅର୍ଥନୀତିକୁ ମାଡ଼ କରି ରାଜନୈତିକ ଲାଭ ଉଠାଯାଉଛି। ଏହାଦ୍ୱାରା ଦେଶ ଖୁବ୍‌ ଶୀଘ୍ର ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ଯିବ ବୋଲି ଅର୍ଥନୀତିଜ୍ଞମାନେ କହିବାକୁ ଆରମ୍ଭ କଲେଣି।
ବାରମ୍ବାର ଏହି ସ୍ତମ୍ଭରେ କହିଆସିଛୁ ଯେ, ସାମଗ୍ରୀର ଦରଦାମକୁ ନିୟନ୍ତ୍ରଣରେ ରଖାଯାଇପାରିବ, ଯଦ୍ଦ୍ବାରା ଜନସାଧାରଣଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ। ସେଥିପାଇଁ ପ୍ରଥମେ ପେଟ୍ରୋଲିୟମ୍‌ଜାତ ପଦାର୍ଥକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅନ୍ତର୍ଭୁକ୍ତ କରାଯାଇପାରନ୍ତା। କିନ୍ତୁ ଆଜିର ସରକାର ମାନିବାକୁ ପ୍ରସ୍ତୁତ ନୁହେଁ। ସେହି ଗୋଟିଏ ଚାବିରେ ସମସ୍ତଙ୍କ ରକ୍ତ ଝୁଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri