ସମସ୍ତେ ଜଲ୍‌ଦିରେ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ୱର ସ୍ବାମୀ ମନ୍ଦିରରେ ୧ ନଭେମ୍ବରରେ ଦଳାଚକଟା ଘଟିବାରୁ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କ ପ୍ରାଣହାନି ଘଟିଛି। ଏହା ଏକ ଘରୋଇ ମନ୍ଦିର। ମିନି ତିରୁପତି ନାମରେ ପରିଚିତ ନବନିର୍ମିତ ମନ୍ଦିରଟି ୪ ମାସ ତଳେ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା। କାର୍ତ୍ତିକ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ବେଳେ ପାହାଚ ପାଖରେ ଏକ ଲୁହା ଗ୍ରୀଲ୍‌ ଭୁଶୁଡ଼ି ପଡ଼ିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫଳରେ ଜଣଙ୍କ ପରେ ଜଣେ ପଡ଼ିବାକୁ ଲାଗିଲେ। ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରହିବା ସୁରକ୍ଷା ବ୍ୟବସ୍ଥା କେଉଁ ସ୍ତରର ରହିଛି ବୁଝାଇବା ଦରକାର ନାହିଁ।
୨୦୨୫ ଜାନୁଆରୀରୁ ନଭେମ୍ବର ୧ ଯାଏ ହିସାବକୁ ନେଲେ ଦେଶରେ ଜଣାଶୁଣା ଦଳାଚକଟାଜନିତ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚତ୍ଥିବା ଜଣାପଡ଼ିଛି। ଏହିସବୁ ଦଳାଚକଟା ମଧ୍ୟରେ ରହିଛି ମନ୍ଦିର, କ୍ରିକେଟ ଖେଳରେ ବିଜୟ ଉତ୍ସବ ପାଳନ ବେଳେ ଷ୍ଟାଡିୟମ, ରେଳ ଷ୍ଟେଶନ ଏବଂ ରାଜନୈତିକ ଶୋଭାଯାତ୍ରା। ଯଦି ଘଟଣାକ୍ରମକୁ ଦେଖିବା ତେବେ ଜାନୁଆରୀ ୯ରେ ଆନ୍ଧ୍ରପ୍ରଦେଶର ତିରୁମାଲା ହିଲ୍ସରେ ପ୍ରଭୁ ଭେଙ୍କେଟେଶ୍ୱର ମନ୍ଦିରରେ ପ୍ରବଳ ଭିଡ଼ ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ ୨୯ରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ମହାକୁମ୍ଭରେ ସମାନ କାରଣରୁ ସରକାରଙ୍କ କହିବା ଅନୁଯାୟୀ ୩୦ ଜଣଙ୍କ ଜୀବନ ଯାଇଥିଲା। ସେହି ମହାକୁମ୍ଭରେ ଯୋଗଦେବା ଲାଗି ଦିଲ୍ଲୀ ରେଳ ଷ୍ଟେଶନରେ ଫେବୃଆରୀ ୧୫ରେ ଟ୍ରେନ୍‌ରେ ଚଢ଼ିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସମ୍ଭାଳ ଭିଡ଼ ଦେଖାଦେବାରୁ ୪ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ମେ’ରେ ଉତ୍ତର ଗୋଆର ଲାଇରାଇ ଦେବୀ ଯାତ୍ରା ମନ୍ଦିରରେ ଦଳାଚକଟା ସ୍ଥିତିରୁ ୬ ଜଣଙ୍କ ଜୀବନ ଯାଇଥିଲା। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍‌ ବିଜୟ ପାଇଁ ବେଙ୍ଗାଲୁରୁ ଷ୍ଟାଡିୟମ୍‌ରେ ଜୁନ୍‌ ୪ରେ ଅନୁଷ୍ଠିତ ବିଜୟ ଉତ୍ସବରେ ପ୍ରବଳ ଭିଡ଼ ହେବାରୁ ୧୧ ଜଣଙ୍କ ଜୀବନ ଯାଇଥିଲା। ଜୁଲାଇ ୨୭ରେ ହରିଦ୍ୱାରଠାରେ ମନ୍‌ସ ଦେବୀ ମନ୍ଦିର ଦଳାଚକଟାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୨୭ରେ ତାମିଲନାଡୁର କରୁରଠାରେ ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟଙ୍କ ରାଜନୈତିକ ଶୋଭାଯାତ୍ରାରେ ୪୧ ଜଣ ଭିଡ଼ ଯୋଗୁ ଅଣନିଃଶ୍ୱାସୀରୁ ପ୍ରାଣ ହରାଇଥିଲେ। ଏସବୁ ଅଘଟଣ ବେଳେ ଗୁରୁତର ଆହତଙ୍କ ମଧ୍ୟରୁ କାହାର ଅବସ୍ଥା କ’ଣ ରହିଥିବ ସେ ବିଷୟରେ ଆଲୋଚନା କେହି ଶୁଣିବାକୁ ପାଉ ନ ଥିବେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ କିଛି ଅନୁକମ୍ପା ରାଶି ପ୍ରଦାନ କରିଦେବା ପରେ ସରକାରୀ ଓ ଆବଶ୍ୟକ ସ୍ଥଳେ ବେସରକାରୀ କର୍ତ୍ତୃପକ୍ଷଙ୍କ କାମ ସରିଗଲା ବୋଲି ଧରାଯାଇଥାଏ। ଉପରେ ଦର୍ଶାଯାଇଥିବା ଦଳାଚକଟାକୁ ଦେଖିଲେ ଷ୍ଟାଡିୟମ ଓ ରାଜନୈତିକ ଶୋଭାଯାତ୍ରାରେ ଅଘଟଣ ବ୍ୟତୀତ ଅନ୍ୟଗୁଡ଼ିକ ମନ୍ଦିର ଓ ଧର୍ମ ସହ ସଂଶ୍ଳିଷ୍ଟ। ବିଶାଳ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଧର୍ମସ୍ଥଳୀଗୁଡ଼ିକ ପ୍ରତି ଲୋକମାନେ ବେଶି ଆକର୍ଷିତ ହୋଇଥାଆନ୍ତି। କେଉଁ ମନ୍ଦିର ବା ତୀର୍ଥସ୍ଥାନରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ତାହାକୁ ପୂର୍ବରୁ କିଛି ନ ଜାଣି ଲୋକେ ପଶିଯାଇ ଦର୍ଶକ ପାଲଟିଯାଆନ୍ତି। ଯେତେବେଳେ କୌଣସି କାରଣବଶତଃ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲା, ତାହାକୁ ସମ୍ଭାଳିବା ଲାଗି ମନ୍ଦିର ବ୍ୟବସ୍ଥା ବା ସ୍ଥାନୀୟ ପ୍ରଶାସନର ବଳ ପାଇ ନ ଥାଏ। ଭାରତରେ ଲୋକଙ୍କ ସମୟ ମିଳିଲେ ଓ କୌଣସି ମୁଖ୍ୟ ପର୍ବପର୍ବାଣି ଥିଲେ ସେହି ସମୟରେ ଅନେକେ ଗୋଟିଏ ଜାଗାକୁ ଯାଇ ଭିଡ଼ କରିଥାଆନ୍ତି। ପରିବେଶ ପର୍ଯ୍ୟଟନସ୍ଥଳୀ, ବିଜ୍ଞାନଭିତ୍ତିକ ପ୍ରଦର୍ଶନ କେନ୍ଦ୍ର କିମ୍ବା ଐତିହାସିକ ଗୁରୁତ୍ୱ ବହନ କରୁଥିବା ଜାଗାଗୁଡ଼ିକୁ କ୍ୱଚିତ ଯିବା ଦେଖାଯାଇଥାଏ। କେବଳ ଧର୍ମ ପଛରେ ପଡ଼ି ଅନ୍ୟ ବହୁ ବିଷୟକୁ ଭାରତୀୟମାନେ ଗୌଣ ଦୃଷ୍ଟିରେ ଦେଖୁଥିବାରୁ ଧାର୍ମିକ ପୀଠ ବା ତଜ୍ଜନିତ ଜନସମାବେଶରେ ଲୋକେ ହାଉଜାଉ ହେଉଛନ୍ତି। ଏଭଳି ସ୍ଥଳେ ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା କଥା ଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି।
ଭିଡ଼ଜନିତ ଦଳାଚକଟା ବିଷୟରେ ଆଲୋଚନା କଲା ବେଳେ ଲୋକଙ୍କ ମାନସିକତାକୁ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଭିଡ଼ ନିୟନ୍ତ୍ରଣ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଥିବାରୁ କୌଣସି ସ୍ଥାନରେ ଏକତ୍ରିତ ହେଉଥିବା ଲୋକମାନେ ସେମାନଙ୍କ ବ୍ୟବହାରରେ ସୁଧାର ଆଣିବା ଦରକାର। କିନ୍ତୁ ପ୍ରାୟତଃ ଦେଖାଯାଉଛି ସେମାନଙ୍କ ଭିତରେ ମବ୍‌ ସାଇକୋଲୋଜି ବା ବିଶୃଙ୍ଖଳିତ ଜନତାଙ୍କ ମନସ୍ତତ୍ତ୍ୱ ପ୍ରତିଫଳିତ ହେଉଛି। କିଭଳି ନିଜେ ବଞ୍ଚତ୍ବେ ସେଥିପାଇଁ ନୀତି ଓ ନିୟମକୁ ଜଳାଞ୍ଜଳି ଦେଇ କେତେକେ ଜଲ୍‌ଦିରେ ବାହାରିଯିବାକୁ ଚେଷ୍ଟା କରିଥାଆନ୍ତି। ସେତେବେଳେ ବୁଝିବା କଥା ଯେ ଭିଡ଼ ଭିତରେ ସେମାନେ ଅସ୍ବାଭାବିକତା ଦେଖାଇଲେ ତାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବ। ଆଉ ସେହି ଅସୁବିଧା ମଧ୍ୟ ସମସ୍ତଙ୍କ ପାଇଁ କାଳ ହୋଇପାରେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

ବଦଳିବ ଓ୍ବେଷ୍ଟ୍‌ବେଙ୍ଗଲ ନାଁ, ବିଧାନସଭା ପ୍ରଥମ ଅଧିବେଶନରେ ଆସିବ ବିଲ୍‌, ସୂଚନା ଦେଇ କହିଲେ…

କୋଲକାତା,୭ା୧୦: ଓ୍ବେଷ୍ଟବେଙ୍ଗଲ ନାଁ ପରିବର୍ତ୍ତନ କରି ‘ପଶ୍ଚିମ ବଙ୍ଗ’ (Paschim Banga) ରଖାଯିବାକୁ ଯାଉଛି। ଏଥିପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ହିଁ ଏକ ନୂତନ ବିଲ ଆଗତ…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?