ସମସ୍ତେ ଜଲ୍‌ଦିରେ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ୱର ସ୍ବାମୀ ମନ୍ଦିରରେ ୧ ନଭେମ୍ବରରେ ଦଳାଚକଟା ଘଟିବାରୁ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କ ପ୍ରାଣହାନି ଘଟିଛି। ଏହା ଏକ ଘରୋଇ ମନ୍ଦିର। ମିନି ତିରୁପତି ନାମରେ ପରିଚିତ ନବନିର୍ମିତ ମନ୍ଦିରଟି ୪ ମାସ ତଳେ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା। କାର୍ତ୍ତିକ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ବେଳେ ପାହାଚ ପାଖରେ ଏକ ଲୁହା ଗ୍ରୀଲ୍‌ ଭୁଶୁଡ଼ି ପଡ଼ିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫଳରେ ଜଣଙ୍କ ପରେ ଜଣେ ପଡ଼ିବାକୁ ଲାଗିଲେ। ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରହିବା ସୁରକ୍ଷା ବ୍ୟବସ୍ଥା କେଉଁ ସ୍ତରର ରହିଛି ବୁଝାଇବା ଦରକାର ନାହିଁ।
୨୦୨୫ ଜାନୁଆରୀରୁ ନଭେମ୍ବର ୧ ଯାଏ ହିସାବକୁ ନେଲେ ଦେଶରେ ଜଣାଶୁଣା ଦଳାଚକଟାଜନିତ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚତ୍ଥିବା ଜଣାପଡ଼ିଛି। ଏହିସବୁ ଦଳାଚକଟା ମଧ୍ୟରେ ରହିଛି ମନ୍ଦିର, କ୍ରିକେଟ ଖେଳରେ ବିଜୟ ଉତ୍ସବ ପାଳନ ବେଳେ ଷ୍ଟାଡିୟମ, ରେଳ ଷ୍ଟେଶନ ଏବଂ ରାଜନୈତିକ ଶୋଭାଯାତ୍ରା। ଯଦି ଘଟଣାକ୍ରମକୁ ଦେଖିବା ତେବେ ଜାନୁଆରୀ ୯ରେ ଆନ୍ଧ୍ରପ୍ରଦେଶର ତିରୁମାଲା ହିଲ୍ସରେ ପ୍ରଭୁ ଭେଙ୍କେଟେଶ୍ୱର ମନ୍ଦିରରେ ପ୍ରବଳ ଭିଡ଼ ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ ୨୯ରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ମହାକୁମ୍ଭରେ ସମାନ କାରଣରୁ ସରକାରଙ୍କ କହିବା ଅନୁଯାୟୀ ୩୦ ଜଣଙ୍କ ଜୀବନ ଯାଇଥିଲା। ସେହି ମହାକୁମ୍ଭରେ ଯୋଗଦେବା ଲାଗି ଦିଲ୍ଲୀ ରେଳ ଷ୍ଟେଶନରେ ଫେବୃଆରୀ ୧୫ରେ ଟ୍ରେନ୍‌ରେ ଚଢ଼ିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସମ୍ଭାଳ ଭିଡ଼ ଦେଖାଦେବାରୁ ୪ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ମେ’ରେ ଉତ୍ତର ଗୋଆର ଲାଇରାଇ ଦେବୀ ଯାତ୍ରା ମନ୍ଦିରରେ ଦଳାଚକଟା ସ୍ଥିତିରୁ ୬ ଜଣଙ୍କ ଜୀବନ ଯାଇଥିଲା। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍‌ ବିଜୟ ପାଇଁ ବେଙ୍ଗାଲୁରୁ ଷ୍ଟାଡିୟମ୍‌ରେ ଜୁନ୍‌ ୪ରେ ଅନୁଷ୍ଠିତ ବିଜୟ ଉତ୍ସବରେ ପ୍ରବଳ ଭିଡ଼ ହେବାରୁ ୧୧ ଜଣଙ୍କ ଜୀବନ ଯାଇଥିଲା। ଜୁଲାଇ ୨୭ରେ ହରିଦ୍ୱାରଠାରେ ମନ୍‌ସ ଦେବୀ ମନ୍ଦିର ଦଳାଚକଟାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୨୭ରେ ତାମିଲନାଡୁର କରୁରଠାରେ ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟଙ୍କ ରାଜନୈତିକ ଶୋଭାଯାତ୍ରାରେ ୪୧ ଜଣ ଭିଡ଼ ଯୋଗୁ ଅଣନିଃଶ୍ୱାସୀରୁ ପ୍ରାଣ ହରାଇଥିଲେ। ଏସବୁ ଅଘଟଣ ବେଳେ ଗୁରୁତର ଆହତଙ୍କ ମଧ୍ୟରୁ କାହାର ଅବସ୍ଥା କ’ଣ ରହିଥିବ ସେ ବିଷୟରେ ଆଲୋଚନା କେହି ଶୁଣିବାକୁ ପାଉ ନ ଥିବେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ କିଛି ଅନୁକମ୍ପା ରାଶି ପ୍ରଦାନ କରିଦେବା ପରେ ସରକାରୀ ଓ ଆବଶ୍ୟକ ସ୍ଥଳେ ବେସରକାରୀ କର୍ତ୍ତୃପକ୍ଷଙ୍କ କାମ ସରିଗଲା ବୋଲି ଧରାଯାଇଥାଏ। ଉପରେ ଦର୍ଶାଯାଇଥିବା ଦଳାଚକଟାକୁ ଦେଖିଲେ ଷ୍ଟାଡିୟମ ଓ ରାଜନୈତିକ ଶୋଭାଯାତ୍ରାରେ ଅଘଟଣ ବ୍ୟତୀତ ଅନ୍ୟଗୁଡ଼ିକ ମନ୍ଦିର ଓ ଧର୍ମ ସହ ସଂଶ୍ଳିଷ୍ଟ। ବିଶାଳ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଧର୍ମସ୍ଥଳୀଗୁଡ଼ିକ ପ୍ରତି ଲୋକମାନେ ବେଶି ଆକର୍ଷିତ ହୋଇଥାଆନ୍ତି। କେଉଁ ମନ୍ଦିର ବା ତୀର୍ଥସ୍ଥାନରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ତାହାକୁ ପୂର୍ବରୁ କିଛି ନ ଜାଣି ଲୋକେ ପଶିଯାଇ ଦର୍ଶକ ପାଲଟିଯାଆନ୍ତି। ଯେତେବେଳେ କୌଣସି କାରଣବଶତଃ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲା, ତାହାକୁ ସମ୍ଭାଳିବା ଲାଗି ମନ୍ଦିର ବ୍ୟବସ୍ଥା ବା ସ୍ଥାନୀୟ ପ୍ରଶାସନର ବଳ ପାଇ ନ ଥାଏ। ଭାରତରେ ଲୋକଙ୍କ ସମୟ ମିଳିଲେ ଓ କୌଣସି ମୁଖ୍ୟ ପର୍ବପର୍ବାଣି ଥିଲେ ସେହି ସମୟରେ ଅନେକେ ଗୋଟିଏ ଜାଗାକୁ ଯାଇ ଭିଡ଼ କରିଥାଆନ୍ତି। ପରିବେଶ ପର୍ଯ୍ୟଟନସ୍ଥଳୀ, ବିଜ୍ଞାନଭିତ୍ତିକ ପ୍ରଦର୍ଶନ କେନ୍ଦ୍ର କିମ୍ବା ଐତିହାସିକ ଗୁରୁତ୍ୱ ବହନ କରୁଥିବା ଜାଗାଗୁଡ଼ିକୁ କ୍ୱଚିତ ଯିବା ଦେଖାଯାଇଥାଏ। କେବଳ ଧର୍ମ ପଛରେ ପଡ଼ି ଅନ୍ୟ ବହୁ ବିଷୟକୁ ଭାରତୀୟମାନେ ଗୌଣ ଦୃଷ୍ଟିରେ ଦେଖୁଥିବାରୁ ଧାର୍ମିକ ପୀଠ ବା ତଜ୍ଜନିତ ଜନସମାବେଶରେ ଲୋକେ ହାଉଜାଉ ହେଉଛନ୍ତି। ଏଭଳି ସ୍ଥଳେ ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା କଥା ଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି।
ଭିଡ଼ଜନିତ ଦଳାଚକଟା ବିଷୟରେ ଆଲୋଚନା କଲା ବେଳେ ଲୋକଙ୍କ ମାନସିକତାକୁ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଭିଡ଼ ନିୟନ୍ତ୍ରଣ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଥିବାରୁ କୌଣସି ସ୍ଥାନରେ ଏକତ୍ରିତ ହେଉଥିବା ଲୋକମାନେ ସେମାନଙ୍କ ବ୍ୟବହାରରେ ସୁଧାର ଆଣିବା ଦରକାର। କିନ୍ତୁ ପ୍ରାୟତଃ ଦେଖାଯାଉଛି ସେମାନଙ୍କ ଭିତରେ ମବ୍‌ ସାଇକୋଲୋଜି ବା ବିଶୃଙ୍ଖଳିତ ଜନତାଙ୍କ ମନସ୍ତତ୍ତ୍ୱ ପ୍ରତିଫଳିତ ହେଉଛି। କିଭଳି ନିଜେ ବଞ୍ଚତ୍ବେ ସେଥିପାଇଁ ନୀତି ଓ ନିୟମକୁ ଜଳାଞ୍ଜଳି ଦେଇ କେତେକେ ଜଲ୍‌ଦିରେ ବାହାରିଯିବାକୁ ଚେଷ୍ଟା କରିଥାଆନ୍ତି। ସେତେବେଳେ ବୁଝିବା କଥା ଯେ ଭିଡ଼ ଭିତରେ ସେମାନେ ଅସ୍ବାଭାବିକତା ଦେଖାଇଲେ ତାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବ। ଆଉ ସେହି ଅସୁବିଧା ମଧ୍ୟ ସମସ୍ତଙ୍କ ପାଇଁ କାଳ ହୋଇପାରେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri