Posted inଫୁରସତ

ପ୍ରତିବର୍ଷରେ ଡଙ୍ଗାରେ ଠେଲିବାକୁ ପଡ଼େ ଏହି ଭାସମାନ ଦ୍ୱୀପକୁ, କାରଣ ଜାଣିଲେ…

ଆମେରିକାର ଓ୍ବିସ୍କୋନସିନ୍‌ ରାଜ୍ୟରେ ‘ଚିପ୍‌ଓ୍ବା’ ନାମକ ଏକ ହ୍ରଦ ଅଛି। ଯାହାକି ଏକ ଭାସମାନ ଦ୍ୱୀପ। ଏହି ଦ୍ୱୀପ ୪୦ ଏକର ପରିମିତ ସ୍ଥାନରେ ବ୍ୟାପିଛି। ଯାହାର ପୃଷ୍ଠଭୂମି ମାର୍ଶେ। ଏହି ଦ୍ୱୀପକୁ ‘ଚିପ୍‌ଓ୍ବା ଫ୍ଲୋଜ୍‌ ଫ୍ଲୋଟିଂ ବଗ୍‌’ ମଧ୍ୟ କୁହାଯାଏ। ଏହି ଦ୍ୱୀପ ବେଳେବେଳେ ଲୋକଙ୍କ ପାଇଁ ଏକ ସମସ୍ୟା ହୋଇଯାଏ, ଯେଉଁ କାରଣରୁ ଉକ୍ତ ଦ୍ୱୀପକୁ ପ୍ରତିବର୍ଷ ଡଙ୍ଗା ସାହାଯ୍ୟରେ ଠେଲିବାକୁ ପଡ଼େ।

ରିପୋର୍ଟ ଅନୁଯାୟୀ, ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ କରାଯାଇଛି। ଦ୍ୱୀପର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱକୁ ସଂଯୋଗ କରୁଥିବା ଏହି ସେତୁ ହେଉଛି ଏକମାତ୍ର ଉପାୟ। ବେଳେବେଳେ ଏହି ଭାସମାନ ଦ୍ୱୀପ ଯୋଗୁ ଏହି ସେତୁ ବନ୍ଦ ହୋଇଯାଏ। ଯେଉଁଥିପାଇଁ ସେହି ସେତୁରୁ ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୁଏ। ଏଥିସହ ସ୍ଥାନୀୟ ଡଙ୍ଗା ଚାଳକମାନେ ମଧ୍ୟ ସେତୁରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେଥିପାଇଁ ସେମାନଙ୍କୁ ପ୍ରତିବର୍ଷ ଡଙ୍ଗା ସାହାଯ୍ୟରେ ଏହି ଦ୍ୱୀପକୁ ଠେଲିବାକୁ ପଡ଼ିଥାଏ।

ପ୍ରାୟ ପ୍ରତିବଷ ୨୪ରୁ ଅଧିକ ସ୍ଥାନୀୟ ଡଙ୍ଗା ମାଲିକ ଏକତ୍ରିତ ହୋଇ ଦ୍ୱୀପର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱକୁ ସଂଯୋଗ କରୁଥିବା ବ୍ରିଜରୁ ଦ୍ୱୀପକୁ ଦୂରକୁ ଠେଲି ଦିଅନ୍ତି। ଏହା ପ୍ରାୟ ପ୍ରତିବର୍ଷ ହୋଇଥାଏ। ଏଥିପାଇଁ ସମସ୍ତ ଲୋକଙ୍କ ଉଦ୍ୟମ ଆବଶ୍ୟକ ଏବଂ କେବଳ ସେତେବେଳେ ଏହି ଭାସମାନ ଦ୍ୱୀପକୁ ବ୍ରିଜରୁ ହଟାଇ ଦିଆଯାଏ। ସ୍ଥାନୀୟ ବ୍ୟକ୍ତି ଡେନି ରେଏସ କହିଛନ୍ତି, ଯେତେବେଳେ ତୁମେ ସକାଳେ ଏଠାକୁ ଆସିବ, ତାହା ଦେଖିବ ଯେ, ଜଳାଶୟଟି କେଉଁଠାରେ?’

ଯଦିଓ ଦ୍ୱୀପଟି ସବୁବେଳେ ଭାସୁଥିବା ପରି ଦେଖାଯାଏ ନାହିଁ। ଚିପ୍‌ଓ୍ବା ଫ୍ଲୋଜ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ହ୍ରଦର ଅନନ୍ୟ ଭାସମାନ ଦ୍ୱୀପରେ ଅନେକ ଗଛ ରହିଛି। ଯେତେବେଳେ ପ୍ରବଳ ପବନ ବହେ ଏହି ଗଛଗୁଡିକ ଜାହାଜ ପରି କାର୍ଯ୍ୟ କରନ୍ତି, ଯେଉଁ କାରଣରୁ ଦ୍ୱୀପ ଭାସିବା ଆରମ୍ଭ କରେ। ଏପରି ହେବା ଦ୍ୱାରା ଏଠାରେ ଥିବା ସେତୁକୁ ଅବରୋଧ କରେ। ଯେଉଁଥିପାଇଁ ଏହି ଦ୍ୱୀପ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡଙ୍ଗା ସାହାଯ୍ୟରେ ଏହି ଦ୍ୱୀପକୁ ଠେଲିବା ଛଡ଼ା ଅନ୍ୟ ଉପାୟ ନ ତାଏ। ଗତ ବର୍ଷ ଭାସମାନ ଦ୍ୱୀପକୁ ବ୍ରିଜ୍‌ଠାରୁ ଦୂରେଇ ରଖିବା ପାଇଁ ୨୫ଟି ଡଙ୍ଗା ବ୍ୟବହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri