ସନାତନ ବିରୋଧୀ ବାଣ

ଭାରତରେ ପ୍ରଦୂଷଣ ବଢ଼ି ଚାଲିଥିବାରୁ ତାହାକୁ ହ୍ରାସ କରିବା ଲାଗି ସଘନ ପ୍ରୟାସ ଚାଲିଥିବା ସରକାରୀ ସ୍ତରରୁ ବେସରକାରୀ ସଂସ୍ଥା ଯାଏ କହୁଛନ୍ତି। କେତେକ ସ୍ଥାନରେ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହାର ଫଳାଫଳ ସନ୍ତୋଷଜନକ ହେଉନାହିଁ। କାରଣ କାହିଁକି ପ୍ରଦୂଷଣ ହେଉଛି ତାହାର ମୂଳକୁ ନ ଯାଇ ଅସ୍ବାଭାବିକ ସ୍ଥିତି ଉପୁଜିବା ପରେ ତାହାକୁ କିଭଳି କମାଇ ହେବ ସେଥିଲାଗି ତତ୍‌କ୍ଷଣାତ୍‌ ଅର୍ଥ ଓ ଶ୍ରମ ବ୍ୟୟ କରାଯାଉଛି। ସଦ୍ୟ ଘଟଣା ଭାବେ ୨୮ ଅକ୍ଟୋବରରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଲାଗି ପ୍ରଥମ କ୍ଲାଉଡ୍‌-ସିଡିଂ ପରୀକ୍ଷଣ କରିଥିବା ଦେଖାଯାଇଛି। କ୍ଲାଉଡ୍‌-ସିଡିଂ ବା କୃତ୍ରିମ ବର୍ଷା ମାଧ୍ୟମରେ ପ୍ରଦୂଷଣକୁ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଇଛି। କ୍ଲାଉଡ୍‌ ସିଡିଂ ହେଉଛି ଏକ ପାଗ ପରିବର୍ତ୍ତନ ପ୍ରକ୍ରିୟା, ଯାହା ମେଘ ଭିତରେ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ ବିଛାଇ ବୃଷ୍ଟିପାତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖେ।
ଦିଲ୍ଲୀ ସରକାର ଆଶା କରୁଥାଇପାରନ୍ତି ଯେ, ବର୍ଷା କରାଇପାରିଲେ ବାୟୁରେ ଉଡୁଥିବା କଣିକା (ପାର୍ଟିକିଲ୍‌) ତଳକୁ ବସିଯିବ ଓ ପ୍ରଦୂଷଣ କମିବ। ପିପଲ୍‌ ବାବା ଭାବେ ପରିଚିତ ଜଣେ ବିଖ୍ୟାତ ପରିବେଶବିତ୍‌ ନିକଟରେ ଫେସ୍‌ବୁକ୍‌ରେ ତାଙ୍କର ଏକ ପରିହାସପୂର୍ଣ୍ଣ ଭିଡିଓ ଛାଡ଼ିଛନ୍ତି। ସେଥିରେ କହିଛନ୍ତି ଯେ, ସରକାର ବିରାଟକାୟ ତ୍ରୁଟି କରି ବାୟୁ ପ୍ରଦୂଷଣ ମାପ କରିବାର ବିଦେଶୀ ଯନ୍ତ୍ରପାତି କିଣୁଛନ୍ତି। ଯେହେତୁ ଆମ ଦେଶରେ ଅନେକ ଗବେଷଣାକାରୀ ସଂସ୍ଥା ଏବଂ କମ୍ପାନୀ ଅଛନ୍ତି, ସେମାନଙ୍କଠାରୁ ପ୍ରଦୂଷଣ ମାପିବାର ଯନ୍ତ୍ର କିଣିଲେ ଦିଲ୍ଲୀରେ ୧୦ରୁ ୧୫ ଭିତରେ ପାର୍ଟିକୁଲେଟ ମେଟର (ପିଏମ୍‌) ଦେଖାଇବ। ଏହାଦ୍ୱାରା ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) କମ୍‌ ବୋଲି ଜଣାପଡ଼ିବ। ତାଙ୍କର ଏହି ସୋସିଆଲ୍‌ ମିଡିଆ ପୋଷ୍ଟ ଦେଖିଲେ ବୁଝାପଡୁଛି ଯେ ଆଜିର ଭାରତରେ ସବୁ ସମସ୍ୟାର ସମାଧାନ କରିବାକୁ ଗଲେ କେବଳ ତଥ୍ୟ ବଦଳାଇ ଦିଆଯାଇପାରିଲେ ଲକ୍ଷ୍ୟ ହାସଲ ହୋଇପାରିବ। ସୋସିଆଲ ମିଡିଆରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକୁ ଜନସାଧାରଣ ପଦାରେ ପକାଉଥିବାର ଆଉ ଏକ ଘଟଣା ଦେଖିବାକୁ ମିଳିଛି। ନିକଟରେ କିଛି ଲୋକ ତିନୋଟି ପାଣି ଟ୍ୟାଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୁଲୁଥିବା ଲକ୍ଷ୍ୟ କରିଥିଲେ। ପ୍ରତ୍ୟେକଟି ଟ୍ୟାଙ୍କର ଉପରେ ମୋଟର ଖଞ୍ଜାଯାଇ ପାଣି ଛିଞ୍ଚା ଯାଉଥିଲା। ନିର୍ଦ୍ଦିଷ୍ଟ ଅଞ୍ଚଳରେ କାହିଁକି ଏହି ତିନୋଟି ଟ୍ୟାଙ୍କର ବୁଲୁଛନ୍ତି ବୋଲି ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ସେହିଠାରେ ଏକ୍ୟୁଆଇର ମାପଯନ୍ତ୍ର ଲଗାଯାଇଛି। ଦେଶର ନାଗରିକ ମଧ୍ୟ ଏବେ ଏହିଭଳି ସ୍ଥିତି ଓ ତଥ୍ୟ ବଦଳାଉଥିବା ପରିସଂଖ୍ୟାନକୁ ବିଶ୍ୱାସକୁ ନେଇଯାଉଛନ୍ତି। ଉଦାହରଣ ସ୍ବରୂପ ଯେତେବେଳେ ସମସ୍ତେ ହୃଦ୍‌ବୋଧ କରୁଛନ୍ତି ଯେ, ଦରଦାମ ବୃଦ୍ଧି ପାଇବାରେ ଲାଗିଛି ସେତେବେଳେ ସରକାରୀ ସୂତ୍ରରୁ ବାରମ୍ବାର କୁହାଯାଉଛି ଯେ ଇନ୍‌ଫ୍ଲେଶନ ବା ମୁଦ୍ରାସ୍ଫୀତି ହ୍ରାସ ପାଇବାରେ ଲାଗିଛି। ବାସ୍ତବତାକୁ ଭୁଲିଯାଇ ପ୍ରଚାରରେ ମାତିରହିଥିବା ନାଗରିକଙ୍କୁ ଅତି ସହଜରେ ବାଉଳା କରିଦିଆଯାଇପାରେ।
ଆମେ ଜାଣିଛେ ପୃଥିବୀପୃଷ୍ଠରୁ ସୂର୍ଯ୍ୟ ଜଳକଣାଗୁଡ଼ିକୁ ଶୋଷିନେଇ ତାହାକୁ ଆକାଶରେ ଜଳୀୟ ବାଷ୍ପରେ ପରିଣତ କରେ ଓ ତାହା ପରବର୍ତ୍ତୀ ସମୟରେ ମେଘର ଆକାର ନିଏ। ତାହା ପ୍ରାକୃତିକ ଭାବେ ଗଠିତ ହୋଇଥାଏ। ସେହି ବୁନ୍ଦା ଯଥେଷ୍ଟ ବଡ଼ ହୋଇ ଭାରି ହୋଇଗଲେ ପୃଥିବୀ ଉପରେ ବର୍ଷା ହୋଇପଡ଼ିଥାଆନ୍ତି। ଜଳବାୟୁ ପରିବର୍ତ୍ତନଜନିତ କାରଣରୁ ବର୍ଷାରେ ଅସ୍ବାଭାବିକତା ଦେଖାଦେଉଛି। ପ୍ରକୃତିର ନିୟମ ନ ମାନି ମଣିଷ କରୁଥିବା ଅବିଚାରିତ କାର୍ଯ୍ୟ ଯୋଗୁ ପ୍ରଦୂଷଣ ବଢ଼ୁଛି ବୋଲି ସବୁ ଜାଣୁଥିଲେ ମଧ୍ୟ ସେହି ଦିଗରେ ଉଚିତ ପଦକ୍ଷେପ ନିଆଯାଉନାହିଁ। ଫଳରେ କୃତ୍ରିମ ବର୍ଷାର ଆବଶ୍ୟକତା ପଡ଼ିଛି। ଏଠି ମନେରଖିବା ଉଚିତ ଯେ, ସାମୟିକ ସମୟ ପାଇଁ ଆମେ ବୈଷୟିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବ୍ୟବହାର କରି ସୁଫଳ ପାଇପାରିବା। କିନ୍ତୁ ଦେଖିବାକୁ ଗଲେ କ୍ଲାଉଡ୍‌-ସିଡିଂ ଯୋଗୁ ରାସାୟନିକ ପଦାର୍ଥର ବ୍ୟବହାର ପରିବେଶଗତ ବିପଦକୁ ନିମନ୍ତ୍ରଣ କରିଥାଏ। ଫଳରେ ମାଟି ଓ ଜଳଭାଗକୁ ଏହା ଦୂଷିତ କରିବା ସହ ଜୈବ ବିବିଧତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କୃତ୍ରିମ ବର୍ଷା ଅନାବୃଷ୍ଟି ହ୍ରାସ କରିବା କିମ୍ବା ବାୟୁ ପ୍ରଦୂଷଣ କମାଇବା ଭଳି ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ମଧ୍ୟ ତାହା ଏକ ନିଶ୍ଚିତ ସମାଧାନ ଆଣିପାରିବ ନାହିଁ।
ଏଭଳି ସ୍ଥଳେ ଭାରତୀୟଙ୍କୁ ସେମାନଙ୍କ ସ୍ବଭାବରେ ପରିବର୍ତ୍ତନ ଆଣିବାକୁ ହେବ। ୨୦୨୫ ଦୀପାବଳିରେ ଦିଲୀରେ ଅତିମାତ୍ରାରେ ବାଣ ଫୁଟାଯାଇ ପରିବେଶକୁ ପ୍ରଦୂଷିତ କରିଦିଆଯାଇଛି। ସୁପ୍ରମିକୋର୍ଟ ଏ ସଂକ୍ରାନ୍ତରେ ବହୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଚେତନ କରାଇ ପଦକ୍ଷେପ ନେବାକୁ କହିଥିଲେ। ଏପରିକି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ। ଯେତେବେଳେ ଜନସାଧାରଣ ଧର୍ମ ନାମରେ ଅମାନ୍ୟ ହେଲେ ସେତେବେଳେ କୌଣସି କଟକଣା କାର୍ଯ୍ୟ କଲା ନାହିଁ। ଅଦାଲତ ଉପରେ ରାଜନୈତିକ ଚାପ ପଡ଼ିଥିବା ମଧ୍ୟ ଆଲୋଚନା ହେଉଛି। କୁହାଯାଉଛି ହିନ୍ଦୁ ଧର୍ମ ସହିତ ସମ୍ପୃକ୍ତ ଦୀପାବଳି ଉପରେ ଏଭଳି କଟକଣା ସନାତନ ଧର୍ମ ବିରୋଧୀ। ଏଠାରେ କୁହାଯାଇପାରେ ଯେ, ଦୀପାବଳି ଦୀପ ଜାଳିବାର ପର୍ବ ଭାବେ ପୂର୍ବରୁ ବର୍ଣ୍ଣିତ ହୋଇଆସିଛି। ରାମଚନ୍ଦ୍ର ଚଉଦ ବର୍ଷ ବନବାସ ସାରି ଅଯୋଧ୍ୟାକୁ ଫେରିବାରୁ ତାଙ୍କୁ ସ୍ବାଗତ ଜଣାଇ ଜଡ଼ାତେଲ ଭଳି ତେଲ ବ୍ୟବହାର କରାଯାଇ ଦୀପ ଜଳାଯାଇଥିଲା। ହେଲେ ଆଧୁନିକ ମଣିଷ ସେଥିରେ ବେପାର ବୁଦ୍ଧି ଯୋଡ଼ି ବାଣକୁ ସଂଲଗ୍ନ କରିଦେଲା ଓ ତାହା ଗଡ଼ି ଚାଲିଛି। ମନେରଖିବାକୁ ହେବ ଯେ ପୂର୍ବରୁ ବାରୁଦର ଆବିଷ୍କାର ହୋଇ ନ ଥିଲା। ସେଥିପାଇଁ ବାଣ ଫୁଟାଇବାର ଚିନ୍ତା ଉପୁଜି ନ ଥିଲା। ଭାରତୀୟ ଉପମହାଦେଶକୁ ବାଣ ଆଣିବା ପାଇଁ ମୁସଲମାନ ରାଜା ବାବର ମୁଖ୍ୟତଃ ଦାୟୀ। ସେଥିପାଇଁ ସଚ୍ଚୋଟ ସନାତନୀମାନେ ଏହାକୁ ପରିହାର କରିବା ଦରକାର।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?