ଶତାୟୁ ହେଲେ ବି ଶାଳରେ କରୁଛନ୍ତି କାମ

ମହାକାଳପଡା,୩୦ା୯(ଡି.ଏନ.ଏ.):ଭାରତ ୧୯୪୭ରେ ସ୍ବାଧୀନତା ଲାଭ କରିଥିଲା। ଏହି ସମୟରେ ପୂର୍ବ ପାକିସ୍ତାନ ଏବେକାର ବାଂଲାେ ଦଶରେ ଗୃହଯୁଦ୍ଧରେ ସଂଖ୍ୟାଧିକ ମହିଳାପୁରୁଷ ନିର୍ଯାତିତ ହୋଇଥିଲେ। ସେମାନେ ଭାରତକୁ ପଳାଇ ଆସିବାରୁ ସରକାର ଶରଣାର୍ଥୀ ଭାବେ ଆଶ୍ରୟ ଦେଇଥିଲେ। ୧୯୫୦/୫୧ ପରେ ଅନେକ ଶରଣାର୍ଥୀଙ୍କୁ ଭାରତ ସରକାର ଓଡ଼ିଶାର କଟକ-ଚୌଦ୍ୱାର ଚାରବାଟିଆ କ୍ୟାମ୍ପରେ ଆଶ୍ରୟସ୍ଥଳରେ ଥଇଥାନ କରିଥିଲେ। ପରବର୍ତ୍ତୀ ସମୟରେ ବହୁ ଶରଣାର୍ଥୀଙ୍କୁ ଅବିଭକ୍ତ କଟକ ଜିଲା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ, ଖରିନାସୀ, ରାମନଗର ଅଞ୍ଚଳରେ ଥଇଥାନ କରାଯାଇଥିଲା। ଥଇଥାନ କରାଯାଇଥିବା ଶରଣାର୍ଥୀମାନଙ୍କ ମଧ୍ୟରେ ଅଦ୍ୟାବଧି ଶତାୟୁ ଅନିଲ କର୍ମକାର ୧୦୩ ବର୍ଷ ଅନ୍ୟତମ। ଶତାୟୁ ହେଲେ ମଧ୍ୟ ଅନିଲ ଏବେବି ଶତ ସିଂହର ବଳ ଦେଖାଇ ଲୁହାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ତାଙ୍କ କହିବା କଥା, ବାଂଲାଦେଶର ଫରିଦପୁର ଜିଲା ଘାଗୁର ଥାନା ଅଧୀନ ହିରନ୍‌ ଗ୍ରାମରେ ୧୯୧୯ରେ ଜନ୍ମଗ୍ରହଣ କରିଥିଲେ। ୧୫ ବର୍ଷରେ ନିଜ ବଂଶର କୌଳିକ ବୃତ୍ତି (ବିଶ୍ୱକର୍ମା)ରେ ସୁନାରୁପା କାମ ଆରମ୍ଭ କରିଥିଲେ। ଦିନେ ରାତିରେ ଅନିଲ ସ୍ବପ୍ନ ଦେଖିଲେ ଲୁହା ଓ ସୁନାଙ୍କ ମଧ୍ୟରେ ବିବାଦ ଲାଗିଲା। ଶେଷରେ ଲୁହା ବଡ଼ ବୋଲି ଜଣାପଡ଼ିଲା। ସେହିଦିନଠାରୁ ଲୁହା କାମରେ ମନ ବଳାଇଛନ୍ତି। ପ୍ରତିଦିନ ଲୁହାକୁ ନିଅଁାରେ ଆଉଟି ବିଭିନ୍ନ ବିଭିନ୍ନ ଘରକରଣା ଓ ଅନ୍ୟ ସାମଗ୍ରୀକୁ ପ୍ରସ୍ତୁତ କରୁଛନ୍ତି।
ଅନିଲ ୧୯୫୩/୫୪ରେ କଟକ ମହାନଦୀ ଜଳପଥରେ ଚଉମୁହାଣି ଦେଇ ଲଞ୍ଚ ଯୋଗେ ଘଞ୍ଚ ଜଙ୍ଗଲ ଓ ନଦୀ ନାଳ ଘେରା ଅଞ୍ଚଳ ମହାକାଳପଡ଼ାର ରାମନଗରଠାରେ ପ୍ରଥମେ ପହଞ୍ଚତ୍ ଛୋଟ କୁଡିଆ ନିର୍ମାଣ କରି ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ନିକଟ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ରାମନଗର ବଜାରକୁ ସଫା କରିବା ପରେ ଛୋଟ ଚାଳିଆ ଛପର ତିଆରି କରି କମାର ଶାଳ କାମ ଆରମ୍ଭ କରିଥିଲେ। ଅନିଲ ଲୁହାରେ ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରିବା ଆରମ୍ଭ କଲେ। ଯେଉଁ ଦୁଇ ପଇସା ରୋଜଗାର ହେଲା ସେଥିରୁ ପରିବାର ପ୍ରତିପୋଷଣ କରୁଛନ୍ତି। ଅନିଲ ରାମନଗରଠାରେ ବିବାହ କରି ୯ ଝିଅ ଓ ଦୁଇପୁଅ କାମରେ ସହାୟତା କରୁଥିଲେ। ଝିଅମାନେ ବିବାହ ପରେ ପୁଅମାନେ ଶାଳ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ଅନିଲଙ୍କ କହିବା କଥା ମୋତେ ଶହେରୁ ଅଧିକ ବର୍ଷ ହୋଇଥିଲେ ମଧ୍ୟ ଲୁହା କାମ କରିବା ପରେ କେବେ ବିଶ୍ରାମ ନେଇନାହିଁ। ଅଦ୍ୟାବଧି ଅନିଲ ସକାଳୁ କମାର ଶାଳକୁ ଆସି ସା ପର୍ଯ୍ୟନ୍ତ ଖରା, ଝଡ଼, ବର୍ଷାରେ ଲୁହା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଦୈନିକ ଶତାୟୁ ଅନିଲ ଏକ ଲିଟର କ୍ଷୀର ପିଇବା ସହ ଚୂନା ମାଛ ଖାଇଥାନ୍ତି। ତାହା ସାଙ୍ଗକୁ ବିଭିନ୍ନ ଶାଗ ଓ ପନିପରିବା ଖାଇବାକୁ ପସନ୍ଦ କରିଥାନ୍ତି ବୋଲି କୁହନ୍ତି। ଜୀବନ ଥିବା ପର୍ଯ୍ୟନ୍ତ କୌଳିକ ବୃତ୍ତି କାମ ଚାଲିବ ବୋଲି ସେ କହିଛନ୍ତି। ଅନିଲଙ୍କ ସ୍ତ୍ରୀ ପୁଷ୍ପଙ୍କ ମୃତ୍ୟୁ ହୋଇଯାଇଛି। ହେଲେ ସେ ସରକାରୀ ସହାୟତା ରାଶନ କାର୍ଡରୁ ବଞ୍ଚତ୍ତ। ମନରେ ବହୁତ ଦୁଃଖ ଲାଗୁଛି ଶତାୟୁ ପରେ ବି ରାଶନ ଚାଉଳ ଗଣ୍ଡେ ମିଳୁନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri