ଚିନ୍ତା ଘାରିଲେ ବି ପ୍ରତିକାର ଶୂନ

ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ ରାସ୍ତା ନିର୍ମାଣ ବୃଦ୍ଧି ପାଇଛି। ସଚେତନତାର ଅଭାବ ଓ ବିକାଶ ନାଁରେ ବିନାଶ ଚାଲିଥିବାରୁ ସ୍ଥଳ, ଜଳ ଓ ଆକାଶ ପ୍ରଦୂଷିତ ହୋଇ ଚାଲିଛି। ବୁଦ୍ଧିଜୀବୀ, ପରିବେଶବିତ୍‌, ସରକାର ଓ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ।
ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, ପାହାଡ଼ିଆ ଅଞ୍ଚଳ ନୟାଗଡ଼ ଜିଲାରେ ପଥରଚୋର, କାଠଚୋର, କରତ କଳ ଓ କ୍ରଶର ମାଲିକ, ଶିକାରୀଙ୍କ ଯୋଗୁ ବହୁ ମୁଣ୍ଡିଆ ପଦା ହୋଇଗଲାଣି। ଅନେକ ଜଙ୍ଗଲ ଲୋପ ହୋଇଗଲାଣି। ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲାରେ କିଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହୋଇ ପାରିଛି। ହେଲେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ଆନ୍ତରିକତା ନ ଥିବା ପରି ମନେ ହେଉଛି। ପରିବେଶ ସୁରକ୍ଷା ପାଇଁ ନୂଆ ଆଇନ ଆଣି ଲୋକମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରାଇ ନିଜ ପରିବେଶକୁ ନିଜେ ସମ୍ଭାଳିବାକୁ ବ୍ୟବସ୍ଥା କରାଇବା ଦରକାର।
ଗଛ ସାର୍‌ ତଥା ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ବିଗିଡ଼ିଚାଲିଛି ପରିବେଶ। ଭୂତଳ ଜଳ ବି ବିଷ ହେଲାଣି। ପଲିଥିନ ବ୍ୟାଗ୍‌ ବ୍ୟବହାର ନିଷିଦ୍ଧ ହୋଇଥିଲେ ହେଁ ଏହାର ଅଧିକ ବ୍ୟବହାର ହେଉଛି। ପ୍ରଦୂଷିତ ପରିବେଶ କେବଳ ମାନବ ସଭ୍ୟତା ପାଇଁ ନୁହେଁ, ଜୀବଜଗତ ପାଇଁ ମହା ବିପତ୍ତି ସୃଷ୍ଟି କରିଛି। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହ୍ୟ କରିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ହାତ ରହିଛି। ଭଲ ପରିବେଶ ପାଇଁ ଆନ୍ଦୋଳନର ଆବଶ୍ୟକତା ଦେଖାଦେଇଛି।
ପରିବେଶବିତ୍‌ ଶାନ୍ତନୁ ବିଶୋଇ କୁହନ୍ତି, ବିକାଶ ନାଁରେ ଗଛ କଟା ଚାଲିଛି। ତେବେ ନୂଆ ବୃକ୍ଷ ସେଇ ପରିମାଣର ଲଗା ଯାଉନି। ବୃକ୍ଷରୋପଣ ନାଁରେ ଯେଉଁ ବାହାବା ନିଆଯାଉଛି ତେବେ କେତେ ଗଛ ବଞ୍ଚୁଛି ତା’ର ହିସାବ କେହି ଦେଉ ନାହାନ୍ତି। କିଛି ଫଟୋ ଓ ଭିଜୁଆଲ ସଂଗ୍ରହ କରାଯାଇ ପରିବେଶବିତ୍‌ ପୁରସ୍କାର ହାତେଇବା ପାଇଁ ଯେତିକି ତପତ୍ରତା ପ୍ରକାଶ ପାଉଛି ପରିବେଶ ସୁରକ୍ଷା ପାଇଁ ସେତିକି ଉଦ୍ୟମ ନାହିଁ। ପରିବେଶ ସୁରକ୍ଷାକୁ ଯଦି ଗୁରୁତ୍ୱ ଦିଆ ନ ଯାଏ ଆଗକୁ ଆସୁଥିବା ବିପଦ କୋଭିଡ୍‌ଠାରୁ ଅଧିକ ଭୟଙ୍କର ହେବ। ଏଥିରେ ସନ୍ଦେହ ନାହିଁ।
ଡିଏଫଓ ଧନରାଜ ଏଚ୍‌ଡି କୁହନ୍ତି, ନୟାଗଡ଼ ବନଖଣ୍ଡରେ ୩୭ ପ୍ରତିଶତ ଜଙ୍ଗଲ ରହିଛି। ବନବିଭାଗ ସହ ୩୩୬ ବନସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କାମରେ ନିୟୋଜିତ ଅଛନ୍ତି। ବୃକ୍ଷରୋପଣକୁ ଗୁରୁତ୍ୱ ସହ କାଠଚୋରଙ୍କୁ ଦମନ ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri