ଚିନ୍ତା ଘାରିଲେ ବି ପ୍ରତିକାର ଶୂନ

ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ ରାସ୍ତା ନିର୍ମାଣ ବୃଦ୍ଧି ପାଇଛି। ସଚେତନତାର ଅଭାବ ଓ ବିକାଶ ନାଁରେ ବିନାଶ ଚାଲିଥିବାରୁ ସ୍ଥଳ, ଜଳ ଓ ଆକାଶ ପ୍ରଦୂଷିତ ହୋଇ ଚାଲିଛି। ବୁଦ୍ଧିଜୀବୀ, ପରିବେଶବିତ୍‌, ସରକାର ଓ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ।
ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, ପାହାଡ଼ିଆ ଅଞ୍ଚଳ ନୟାଗଡ଼ ଜିଲାରେ ପଥରଚୋର, କାଠଚୋର, କରତ କଳ ଓ କ୍ରଶର ମାଲିକ, ଶିକାରୀଙ୍କ ଯୋଗୁ ବହୁ ମୁଣ୍ଡିଆ ପଦା ହୋଇଗଲାଣି। ଅନେକ ଜଙ୍ଗଲ ଲୋପ ହୋଇଗଲାଣି। ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲାରେ କିଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହୋଇ ପାରିଛି। ହେଲେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ଆନ୍ତରିକତା ନ ଥିବା ପରି ମନେ ହେଉଛି। ପରିବେଶ ସୁରକ୍ଷା ପାଇଁ ନୂଆ ଆଇନ ଆଣି ଲୋକମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରାଇ ନିଜ ପରିବେଶକୁ ନିଜେ ସମ୍ଭାଳିବାକୁ ବ୍ୟବସ୍ଥା କରାଇବା ଦରକାର।
ଗଛ ସାର୍‌ ତଥା ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ବିଗିଡ଼ିଚାଲିଛି ପରିବେଶ। ଭୂତଳ ଜଳ ବି ବିଷ ହେଲାଣି। ପଲିଥିନ ବ୍ୟାଗ୍‌ ବ୍ୟବହାର ନିଷିଦ୍ଧ ହୋଇଥିଲେ ହେଁ ଏହାର ଅଧିକ ବ୍ୟବହାର ହେଉଛି। ପ୍ରଦୂଷିତ ପରିବେଶ କେବଳ ମାନବ ସଭ୍ୟତା ପାଇଁ ନୁହେଁ, ଜୀବଜଗତ ପାଇଁ ମହା ବିପତ୍ତି ସୃଷ୍ଟି କରିଛି। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହ୍ୟ କରିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ହାତ ରହିଛି। ଭଲ ପରିବେଶ ପାଇଁ ଆନ୍ଦୋଳନର ଆବଶ୍ୟକତା ଦେଖାଦେଇଛି।
ପରିବେଶବିତ୍‌ ଶାନ୍ତନୁ ବିଶୋଇ କୁହନ୍ତି, ବିକାଶ ନାଁରେ ଗଛ କଟା ଚାଲିଛି। ତେବେ ନୂଆ ବୃକ୍ଷ ସେଇ ପରିମାଣର ଲଗା ଯାଉନି। ବୃକ୍ଷରୋପଣ ନାଁରେ ଯେଉଁ ବାହାବା ନିଆଯାଉଛି ତେବେ କେତେ ଗଛ ବଞ୍ଚୁଛି ତା’ର ହିସାବ କେହି ଦେଉ ନାହାନ୍ତି। କିଛି ଫଟୋ ଓ ଭିଜୁଆଲ ସଂଗ୍ରହ କରାଯାଇ ପରିବେଶବିତ୍‌ ପୁରସ୍କାର ହାତେଇବା ପାଇଁ ଯେତିକି ତପତ୍ରତା ପ୍ରକାଶ ପାଉଛି ପରିବେଶ ସୁରକ୍ଷା ପାଇଁ ସେତିକି ଉଦ୍ୟମ ନାହିଁ। ପରିବେଶ ସୁରକ୍ଷାକୁ ଯଦି ଗୁରୁତ୍ୱ ଦିଆ ନ ଯାଏ ଆଗକୁ ଆସୁଥିବା ବିପଦ କୋଭିଡ୍‌ଠାରୁ ଅଧିକ ଭୟଙ୍କର ହେବ। ଏଥିରେ ସନ୍ଦେହ ନାହିଁ।
ଡିଏଫଓ ଧନରାଜ ଏଚ୍‌ଡି କୁହନ୍ତି, ନୟାଗଡ଼ ବନଖଣ୍ଡରେ ୩୭ ପ୍ରତିଶତ ଜଙ୍ଗଲ ରହିଛି। ବନବିଭାଗ ସହ ୩୩୬ ବନସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କାମରେ ନିୟୋଜିତ ଅଛନ୍ତି। ବୃକ୍ଷରୋପଣକୁ ଗୁରୁତ୍ୱ ସହ କାଠଚୋରଙ୍କୁ ଦମନ ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri