କରୋନା ଲଢ଼େଇରେ ଜିତି ବି କାହିଁକି ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ, ବିଶେଷଜ୍ଞ ଦେଲେ ଉତ୍ତର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଲୋକେ ଅଧିକ ଆତଙ୍କିତ ହୋଇ ପଡୁଛନ୍ତି। କରୋନା ଲଢ଼େଇରେ ଜିତି ଥିବା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନକୁ ନେଇ ବିଶେଷଜ୍ଞମାନେ ଉତ୍ତର ଦେଇଛନ୍ତି ଯେ, ଯେଉଁମାନଙ୍କଠାରେ ହାର୍ଟ, କିଡ୍‌ନୀ ଏବଂ ଡାଇବେଟିସ୍‌ ଆଦି ସମସ୍ୟା ରହିଛି, ସେଭଳି କ୍ଷେତ୍ରରେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ମୃତ୍ୟୁ ଘଟୁଛି। ସେହପରି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। ଦିଲ୍ଲୀରେ ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ପ୍ରଥମ ଲହର ତୁଳନାରେ ୪ ଗୁଣା ରହିଛି। ସେହିପରି ଅହମଦାବାଦରେ ୭୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଠାଣେସ୍ଥିତ ଜୁପିଟର ହସ୍ପିଟାଲର କାର୍ଡିଓଲୋଜିଷ୍ଟ୍‌ ଡ. ଆଶିଷ ନାବରଙ୍କ ଅନୁସାରେ ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହେଉଛି। ସେହିପରି ବେଙ୍ଗାଲୁରୁର ସକରା ଓ୍ବାଲର୍‌ଡ ହସ୍ପିଟାଲର ଡ. ଦୀପକ୍‌ ବଲାନୀଙ୍କ ଅନୁସାରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମୃତ୍ୟୁ ଘଟୁଛି। ଏସମ୍ପର୍କରେ ଆମେରିକାର ଓ୍ବାଶିଂଟନ ୟୁନିଭରସିଟିର ସ୍କୁଲ ଅଫ୍‌ ମେଡ଼ିସିନ୍‌ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମୃତ୍ୟୁର ଆଶଙ୍କା ରହିଥାଏ। ଏହି ଗବେଷଣାରେ ୮୭ ହଜାର ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେହିପରି ଏମ୍ସ୍‌ର ଟ୍ରମା ସେଣ୍ଟର ମୁଖ୍ୟ ଡ. ରାଜେଶ ମାଲହୋତ୍ରାଙ୍କ ଅନୁସାରେ ହାର୍ଟ ସମସ୍ୟା ରହିଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ସୁସ୍ଥ ହେବା ପରେ ମୃତ୍ୟୁ ହାର ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ: ୩ ଘଣ୍ଟାରେ ପୂରା ପରିବାରକୁ କରିଦେବୁ ଶେଷ

ମୁମ୍ବାଇ,୧୫।୮: ଦେଶର ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲ ନମ୍ବରରେ ଏକ...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ବିରୋଧୀଙ୍କ ସନ୍ଦେହ

ନୂଆଦିଲ୍ଲୀ,୨୧।୫: ଏନ୍‌ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ...

ସକାଳ ୯ଟା ସୁଦ୍ଧା ପହଞ୍ଚିବାକୁ ପଡିବ କାର୍ଯ୍ୟାଳୟରେ

ଚଣ୍ଡିଗଡ଼,୨୧ ।୯: ପଞ୍ଜାବର ନୂଆ ସରକାର ତାଙ୍କ କାର୍ଯ୍ୟର ଦ୍ରୁତ ଅଗ୍ରଗତି ପାଇଁ ସମସ୍ତ ସରକାରୀ ଅଧିକାର ଓ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ...

ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ

କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ...

ସଂକ୍ରମିତ ହେଉଛନ୍ତି ଅଧିକ ମହିଳା

ହାଇଦ୍ରାବାଦ, ୧୧।୫: କରୋନା ମହାମାରୀ ଦ୍ୱିତୀୟ ଲହରରେ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ସେଠାରେ ମହିଳା ସଂକ୍ରମିତଙ୍କ...

ଗଡସେଙ୍କ ମନ୍ତବ୍ୟ ଉପରେ ୧୦ ଦିନ ମଧ୍ୟରେ ୩ ଭାଜପା ନେତାଙ୍କଠାରୁ ଜବାବ ମାଗିଲେ ଶାହ

ନୂଆଦିଲ୍ଲୀ,୧୭।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ରାଜନେତା କମଲ ହାସନଙ୍କ ବିବାଦୀୟ ବୟାନ ପରେ ରାଜନୀତି ହୋଇଛି ସରଗରମ। କମଲ ହାସନ ଗଡସେଙ୍କୁ...

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ।...

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ...

Advertisement
Archives

Model This Week