ଟିକା ନେଲେ ବି କରୋନା ସଂକ୍ରମଣଠାରୁ ରହି ହେବନି ଦୂରେଇ

ଲଣ୍ଡନ, ୨୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବ୍ରିଟେନ୍‌ର ବରିଷ୍ଠ ବୈଜ୍ଞାନିକ ପାଟ୍ରିକ୍‌ ଓ୍ବାଲେସ୍‌ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଟ୍ରିକ୍‌ କହିଛନ୍ତି ଯେ, ପ୍ରତିଷେଧକ ଟିକା ନେଲେ ବି କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ସମ୍ଭବ ହେବ ନାହିଁ। ପୃଥିବୀରେ ସମ୍ପ୍ରତି ୧୫୦ଟି ପାଖାପାଖି କରୋନା ଟିକା ଉପରେ ପରୀକ୍ଷା ଜାରି ରହିଛି। ଆସନ୍ତା ୨୦୨୧ ବର୍ଷ ମାର୍ଚ୍ଚ ସୁଦ୍ଧା କରୋନା ଟିକା ଆସିବାର ସମ୍ଭାବନା ଥିବା ସେ କହିଛନ୍ତି। ଆଗାମୀ ଦିନରେ କରୋନାର ଚିକିତ୍ସା ସାଧାରଣ ଜ୍ୱର ଭାବେ କରାଯିବ। ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣକୁ ରୋକି ପାରୁଥିବା ଟିକା ପ୍ରସ୍ତୁତି କରିବା କଷ୍ଟକର ବୋଲି ସେ କହିଛନ୍ତି। ସଂକ୍ରମଣ ବଢ଼ିବା ସହିତ ଧୀରେଧୀରେ ଏହା ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିବ । ଟିକା ଦ୍ୱାରା ସଂକ୍ରମଣ ଆଶଙ୍କା କମ୍‌ ହେବା ସହିତ ଗୁରୁତର ସମସ୍ୟା ସୃଷ୍ଟି ହେବ ନାହିଁ। ପାଟ୍ରିକ୍‌ କହିଛନ୍ତି, ଆଉ ୫ ମାସ ମଧ୍ୟରେ ଜଣାପଡ଼ିଯିବ ଟିକା କେତେଦୂର ଉପଯୋଗୀ ଏବଂ ଏହା କେତେ ସମୟ ପର୍ଯ୍ୟନ୍ତ ସୁରକ୍ଷା ଦେଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ

କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌...

ଟିକା ପରେ ଜୀବନ ହାରିଲେଣି ୧୦

ନୂଆଦିଲ୍ଲୀ, ୩୧ା୧: କରୋନା ଟିକା ନେବା ପରେ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୦ ଜଣଙ୍କ ଜୀବନ ଗଲାଣି। ଭାକ୍ସିନ ନେବାର ୫ ଦିନ ମଧ୍ୟରେ...

ଆମେରିକା ସହାୟତା ଆମେ ଭୁଲିପାରିବୁ ନାହିଁ: ଜେଲେନସ୍କି…

କିଭ୍‌,୨୪।୧୨ : ୟୁକ୍ରେନ ପାଇଁ ଆମେରିକା ସଦନରେ ୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରାଯାଇଛି। ଆମେରିକାର ସହାୟତା ପାଇବା ପରେ ୟୁକ୍ରେନର ରାଷ୍ଟ୍ରପତି...

CORONAVIRUS UPDATE: ୮୪ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ହେଲେଣି ୭୩୩

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୪ଜଣ ରହିଛନ୍ତି। ସେହିପରି ଯାଜପୁର...

ରାୟଗଡ଼ାରୁ ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ

ରାୟଗଡା ଅଫିସ,୧୬।୫: ରାୟଗଡ଼ା ଜିଲାରୁ ଗତ ୧୨ ତାରିଖରେ ୧୨ଟି ପର୍ଯ୍ୟାୟରେ ୬୧ ସନ୍ଧିଗ୍ଧଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଆରଏମଆରସି, ଭୁବନେଶ୍ୱରକୁ...

କାଠଭର୍ତ୍ତି ଟ୍ରକ୍‌ ପଛରେ ଲେଖା ହୋଇଛି ଅଧିକ ଗଛ ଲଗାନ୍ତୁ, ଲୋକେ କରୁଛନ୍ତି ଟ୍ରୋଲ୍‌

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ କଟା କାଠରେ ପରିପୂର୍ଣ୍ଣ ଏକ ଟ୍ରକ୍‌ ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଟ୍ରକ୍‌ ପଛରେ...

ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ଜାରି କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ପେଣ୍ଟାଗନ ପକ୍ଷରୁ ଜାରି...

ଝୁଲାପୋଲ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ,୩୧।୧୦: ଗୁଜରାଟର ମୋର୍‌ବି ସହରରେ ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସମବେଦନା ଜଣାଇଛନ୍ତି। ସୋମବାର କ୍ରେମଲିନ ୱେବସାଇଟରେ...

Advertisement
Archives

Model This Week