ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍‌ ରୁହେ ସକ୍ରିୟ…

ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍‌ ହଠାତ୍‌ ଅଧିକ ସକ୍ରିୟ ହୋଇ ଉଠିଥାନ୍ତି। ଏନେଇ ଆମେରିକାର ସିକାଗୋଠାରେ ଥିବା ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟ୍ରୋକ୍‌ ପରେ ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣରେ ସୃଷ୍ଟି ହେଉଥିବା ବାଧା ଦୂର କରିବା ଲାଗି ଗ୍ଲିଆଲ୍‌ ସେଲ୍‌ରେ ଥିବା ଜୋମ୍ବି ଜିନ୍‌ ନାମକ ଏକ ପ୍ରକାର ଜିନ୍‌ କାର୍ଯ୍ୟ ଆରମ୍ଭ କରିଥାଏ। ଏହା ମସ୍ତିଷ୍କରେ ଜମି ରହିଥିବା ମଇଳା ସଫାକୁ ପ୍ରାଥମିକତା ଦେଇଥାଏ। ତେଣୁ ମୃତ୍ୟୁ ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ନ ହେଉଥିବାରୁ ଏହି ଜିନ୍‌ ନିଜର କାମ ଆରମ୍ଭ କରିବା ସହିତ ବେଶ୍‌ ସକ୍ରିୟ ହୋଇ ଉଠିଥାଏ। ଗ୍ଳିଆଲ୍‌ ସେଲ୍‌ର ସଂଖ୍ୟା ମୃତ୍ୟୁରେ ବଢ଼ିବାରେ ଲାଗିଥାଏ। ଏହି ସେଲ୍‌ରେ ସୁକ୍ଷ୍ମ ଚେର ଭଳି ଆପେଣ୍ଡିଜ୍‌ର ବିକାଶ ହୋଇଥାଏ ବୋଲି ପ୍ରଫେସର ଡାକ୍ତର ଜେଫ୍ରେ ଲୋଏବ୍‌ ସୂଚନା ଦେଇଛନ୍ତି। ଏହି ସେଲ ଏବଂ ଜିନ୍‌ ୨୪ ଘଣ୍ଟା ଯାଏଁ ସକ୍ରିୟ ରହିଥାନ୍ତି। ତେବେ ଏହାଦ୍ୱାରା ମୃତଦେହ ବ୍ୟବଚ୍ଛେଦରେ ବହୁ ସୁବିଧା ହେବା ସହିତ ମସ୍ତିଷ୍କରୁ ମୃତ୍ୟୁକାଳୀନ ବହୁ ତଥ୍ୟ ମିଳିପାରିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା କୋହଳ ପରେ ଟ୍ରାଫିକ ଜାମ୍‌

ବାଙ୍ଗାଲୋର,୨୫ା୪: କର୍ନାଟକ ସରକାର ରାଜ୍ୟରୁ କୋଭିଡ-୧୯ ମୁକାବିଲା ପାଇଁ ଜାରି କରିଥିବା କଟକଣାକୁ କେତେକ ସ୍ଥାନରେ ଗୁରୁବାରଠାରୁ ଆଂଶିକ ଭାବେ କୋହଳ କରିବା ପରେ ଶୁକ୍ରବାର...

ବିୟରର ନାମ ‘କରୋନା’

ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ...

ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ।...

ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ

ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି,...

୧୦ କିଲୋମିଟର ଚାଲି ଚାଲି ଯାଇ ପେନସନ୍‌ ଟଙ୍କାରୁ ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କଲେ ୮୦ ବର୍ଷୀୟ ବୃଦ୍ଧା

ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା...

ମହାକାଶ ବ୍ୟବସାୟ ପାଇଁ ଆମାଜନ, ଓ୍ବାନ୍‌ଓ୍ବେବ୍‌ର ଆବେଦନ

ବେଙ୍ଗାଲୁରୁ, ୨୪।୧୨: ମହାକାଶ ସେକ୍ଟରରେ ଘରୋଇ କମ୍ପାନୀଙ୍କୁ ସୁଯୋଗ ଦେବା ଲାଗି ସରକାର ନିଷ୍ପତ୍ତି ନେବା ପରେ ୪ଟି ବିଦେଶୀ କମ୍ପାନୀ ସମେତ ମୋଟ ୨୨ଟି...

ବୁର୍ଖା ପିନ୍ଧିବା ନେଇ କଟକଣା

ଜୁରିଚ୍‌,୮।୩: ସ୍ବିଜରଲାଣ୍ଡରେ ବୁର୍ଖା ପିନ୍ଧିବା ନେଇ କଟକଣା ଲଗାଯିବାକୁ ହୋଇଥିବା ଜନମତ ସଂଗ୍ରହରେ ୫୧ ପ୍ରତିଶତ ସହମତି ମିଳିଛି। ସର୍ବସାଧାରଣ ସ୍ଥଳରେ ବୁର୍ଖା ପିନ୍ଧିବା କିମ୍ବା...

ଏହି ମହିଳା ୫୪ ବର୍ଷ ପୂର୍ବେ ଉଦ୍ଭାବନ କରିଥିଲେ ସାନିଟାଇଜର: ଯାହା ବର୍ତ୍ତମାନ କରୋନା ଜୀବାଣୁଠୁୁ କରୁଛି ରକ୍ଷା

କରୋନା ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିରଖିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଚାଇନାର ଉହାନ...

Advertisement

BGU

Archives

Model This Week

Why Dharitri