Posted inଜାତୀୟ

୮ ଦିନ ପରେ ବି ଉଦ୍ଧାର ଆଗଉନି

ଉତ୍ତରକାଶୀ/ଡେରାଡୁନ୍‌,୨୦ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ସୁଡ଼ଙ୍ଗ ତଳେ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ ୮ ଦିନ ହେଲା ଫସିରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରି ନାହିଁ। ଆମେରିକାରୁ ଅଣାଯାଇଥିବା ବିଶାଳ ଡ୍ରିଲିଂ ମେଶିନରେ ଭୂସମାନ୍ତରାଳ ଭାବେ ଖନନ କରାଯାଉଥିବାବେଳେ ତାହା ଆଉ କାମ କରୁନାହିଁ। ସପ୍ତାହେ ପରେ ଇନ୍ଦୋରରୁ ଅନ୍ୟ ଏକ ମେଶିନ ଅଣାଯାଇଥିବାବେଳେ ଏବେ ପାହାଡ଼ ଉପରୁ ଭୂଲମ୍ବ ଦିଗରେ ଖନନ କରିବାକୁ ଯୋଜନା ହେଉଛି। ସେଥିପାଇଁ ସୀମାନ୍ତ ସଡ଼କ ନିର୍ମାଣକାରୀ ସଂସ୍ଥା ସେଠାକୁ ବିକଳ୍ପ ରାସ୍ତା ନିର୍ମାଣ କରୁଛି। ହେଲେ ଫସିଥିବା ଶ୍ରମିକଙ୍କ ଭାଗ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ପ୍ରତିଶ୍ରୁତି ମିଳିପାରୁ ନାହିଁ। ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦିଆଯାଇଥିବା ଇଞ୍ଜିନିୟର ତଥା ଡ୍ରିଲିଂ ମୁଖ୍ୟ ଆଦେଶ ଜୈନ କହିଛନ୍ତି।
ସେପଟେ ଶ୍ରମିକମାନଙ୍କଠାରେ କୋଷ୍ଠକାଠିନ୍ୟ, ମୁଣ୍ଡବ୍ୟଥା ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଭୟ ଓ ଆଶଙ୍କା ମଧ୍ୟରେ ସେମାନେ ବିଚଳିତ ହୋଇପଡ଼ିଲେଣି। ସେମାନଙ୍କ ପାଖକୁ ଖାଦ୍ୟ, ପାଣି, ଅକ୍ସିଜେନ୍‌ ପଠାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ଦୈନିକ ୩ ଥର ପୂରା ମିଲ୍‌ ସ୍ଥାନରେ ଶୁଖିଲା ଫଳ, ମୁଢ଼ି, ପପ୍‌କର୍ନ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଯଥେଷ୍ଟ ନୁହେଁ। ଦୀର୍ଘଦିନ ଏଭଳି ଶୁଖିଲା ଖାଦ୍ୟରେ ବଞ୍ଚତ୍ଥିବା ଶ୍ରମିକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସୁଡ଼ଙ୍ଗ ଭିତରେ ପ୍ରଚୁର ସିଲିକା ରହିଥିବାରୁ ଶ୍ରମିକମାନଙ୍କୁ ତୁରନ୍ତ ଚିକିତ୍ସା କରା ନ ଗଲେ ସେମାନଙ୍କର ଗୁରୁତର ଶ୍ୱାସକ୍ରିୟାଜନିତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡେରାଡୁନ୍‌ର ଜଣେ ବରିଷ୍ଠ ଡାକ୍ତର ସତର୍କ କରାଇଛନ୍ତି। ସ୍ବଳ୍ପ ଅକ୍ସିଜେନ୍‌ କାରଣରୁ କେତେଜଣ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କର ପଲ୍ସ ରେଟ୍‌ ଓ ରକ୍ତଚାପ ପ୍ରଭାବିତ ହୋଇପାରେ ବୋଲି ଡାକ୍ତର କହିଛନ୍ତି। ଫସିଥିବା ଶ୍ରମିକଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଇଣ୍ଡିଆନ୍‌ ସାଇକିଆଟ୍ରିକ୍‌ ସୋସାଇଟି ଚିନ୍ତାବ୍ୟକ୍ତ କରିଛି। ଉଦ୍ଧାର ହେବା ପରେ ମଧ୍ୟ ସେମାନଙ୍କଠାରେ ଏସବୁ ଲକ୍ଷଣକୁ ଚିହ୍ନଟ କରି କାଉନସେଲିଂ କରିବାକୁ ହେବ ବୋଲି ସୋସାଇଟିର ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ରଥୀ କହିଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିବା ପରେ ସରକାର ଶ୍ରମିକମାନଙ୍କ ପାଖକୁ ମଲ୍ଟିଭିଟାମିନ୍‌ ଏବଂ ଆଣ୍ଟିଡିପ୍ରେସାଣ୍ଟ ଔଷଧ ପଠାଇଥିବା ସଡ଼କ ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ କହିଛନ୍ତି। ଟନେଲ ଭିତରେ ସୌଭାଗ୍ୟକୁ ବିଦ୍ୟୁତ୍‌ ରହିଥିବା ସେ କହିଛନ୍ତି। ସୁଡ଼ଙ୍ଗ ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଛନ୍ତି। ଫସିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମନୋବଳ ବୃଦ୍ଧି କରିବା ପ୍ରତ୍ୟେକଙ୍କର ମିଳିତ ଦାୟିତ୍ୱ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ହିମାଳୟ ଅଞ୍ଚଳର ମାଟିର ସ୍ତର ସମାନ ନ ଥିବାରୁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଛି। କେତେକ ସ୍ତରକୁ ଡ୍ରିଲିଂ କରିବା କଷ୍ଟକର ହୋଇପଡ଼ିଛି। ଆମେରିକା ନିର୍ମିତ ମେଶିନ୍‌ ଅଚଳ ହୋଇପଡ଼ିବା ପରେ ଏବେ ଅନ୍ୟ ଏକ ମେଶିନ ଆଣି ଭୂଲମ୍ବ ଦିଗରେ ଖନନ କରିବାକୁ ଯୋଜନା ହୋଇଛି। ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସମସ୍ତ ସମ୍ଭାବ୍ୟ ପଦ୍ଧତି ଉପରେ ଉଦ୍ୟମ ଜାରି ରହିଛି ବୋଲି ଗଡ଼କରୀ କହିଛନ୍ତି। ଏକସଙ୍ଗେ ୬ଟି ବିକଳ୍ପକୁ ନେଇ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୀକ୍ଷ୍ଣ ନଜର ରଖିଛି। ଶ୍ରମିକଙ୍କୁ ଯଥାଶୀଘ୍ର ସମ୍ଭବ ବାହାର କରିବା ଆମର ପ୍ରାଥମିକତା ଏବଂ ଏଥିପାଇଁ ଯାହା ଆବଶ୍ୟକ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତାଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଟନେଲ ନିକଟକୁ ଯାଇ କାର୍ଯ୍ୟ ତଦାରଖ କରିଥିଲେ। ଉଦ୍ଧାର କାର୍ଯ୍ୟକୁ ଆଉ ୪/୫ ଦିନ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପିଏମ୍‌ଓରୁ ଆସିଥିବା ଅଫିସର ଟିମ୍‌ ଓ ବିଶେଷଜ୍ଞମାନେ ଶ୍ରମିକଙ୍କ ଉଦ୍ଧାର ନେଇ ଏକସଙ୍ଗେ ୫ଟି ଯୋଜନା ଉପରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଷ୍ଟା ଭାସ୍କର ଖୁଲ୍‌ବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri