୭୪ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ

ଭବାନୀପାଟଣା,୨୧ା୮(ଉତ୍ତମ କୁମାର ଦାଶ):ବର୍ଷେ କି ଦୁଇବର୍ଷ ନୁହଁ। ଦୀର୍ଘ ୭୪ ବର୍ଷର ପୌରପାଳିକା କାର୍ଯ୍ୟାଳୟର ନିଜସ୍ବ ଗୃହ ନାହିଁ। ରାଜାରାଜୁଡା ଅମଳରୁ ନର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ହେଲେ ଏହି କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ। ପୌରପାଳିକା ୧୯୫୧ ମସିହାରେ ସ୍ଥାପନ ହୋଇଥିବାବେଳେ ବର୍ତ୍ତମାନ ଯାଏ ୩୬ ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଓ ଅଧିକାରୀ ଦାୟିତ୍ୱରେ ରହିଥିବା ସୂଚନା ଫଳକରୁ ଜଣାପଡିଛି। ଏହି ପୌରପାଳିକାରେ ୨୦ ୱାର୍ଡ ରହିଥିବାବେଳେ ସହରର ଜନସଂଖ୍ୟା ପାଖାପାଖି ଲକ୍ଷେ ୧୦ ହଜାର ଟପିଲାଣି। ବିଗତ ଦିନରେ ପୌରପାଳିକା ପକ୍ଷରୁ ସହରରେ ବିଭିନ୍ନ ଯୋଜନାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଲାଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜସ୍ବ କୋଠା ହୋଇ ନ ପାରିବା ପରିତାପର ବିଷୟ ହୋଇଛି। ଏହା ପ୍ରଶାସନିକ ଅବହେଳା ନା ପୌରପାଳିକାର ଅବହେଳା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌରପାଳିକା ଆରମ୍ଭରୁ ବର୍ତ୍ତମାନ ଯାଏ ଯେଉଁ କୋଠାରେ କାର୍ଯ୍ୟାଳୟ ଚାଲୁଛି ତାହା କଳାହାଣ୍ଡି ରାଜା ଶାସନ ସମୟର ବୋଲି ଜଣାପଡିଛି। ଏହି କୋଠାଟିକୁ ତତ୍କାଳୀନ ରାଜା ୧୯୨୫ରେ ନିର୍ମାଣ କରିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଏହି କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ପାରିପାର୍ଶ୍ୱିକ ଚିତ୍ରରୁ ଦେଖିବାକୁ ମିଳିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାବେଳେ ଓ ସିମେଣ୍ଟ ଖଣ୍ଡ ଖସୁଥିବା ଦେଖାଯାଉଛି। ଫଳରେ ଅଫିସ କାମରେ ବାଧା ସୃଷ୍ଟି ହେଉଥିବା ନଜିର ରହିଛି। ସିମେଣ୍ଟ ଖଣ୍ଡ ଖସିଥିବା ସ୍ଥାନରେ ଲୁହା ରଡ ଜଳ ଜଳ ହୋଇ ଦେଖାଯାଉଛି। ଏଥିଯୋଗୁ ତଳେ ବସୁଥିବା ଅଧିକାରୀ, କର୍ମଚାରୀଙ୍କ ପ୍ରତି ମଧ୍ୟ ବିପଦ ରହିଛି। ଏ ନେଇ ଭବାନୀପାଟଣା ପୌରପାଳିକାର ଭାରପ୍ରାପ୍ତ ନଗରପାଳ ବିଷ୍ଣୁ ପ୍ରଧାନଙ୍କୁ ପଚାରିବାରୁ ନୂତନ କାର୍ଯ୍ୟାଳୟ କୋଠା ପାଇଁ ସ୍ଥାନ ଚିହ୍ନଟ ଚାଲିଛି। ଚିହ୍ନଟ ହେବା ପରେ ଡିପିଆର୍‌ ପ୍ରସ୍ତୁତ କରି ସରକାରଙ୍କୁ ପଠାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri