ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୧୬ ନଭେମ୍ବର ୨୪ରେ କଟକ ନରାଜ ବ୍ୟାରେଜ ନିକଟ କାଠଯୋଡ଼ି ପଠାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ କେହି ବଳାତ୍କାର କରି ମୁଣ୍ଡ କାଟି ନେଇଥିବା ଚର୍ଚ୍ଚା ହେବା ସହ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମଙ୍ଗଳବାର ଏହି ଘଟଣାକୁ ୪ବର୍ଷ ବିତିଛି। ମାତ୍ର ଏପର୍ଯ୍ୟନ୍ତ କଟାମୁଣ୍ଡ ମିଳିଲାନି କି ମହିଳାଙ୍କ ପରିଚୟ ପୋଲିସ ପାଇପାରିଲାନି। ଏ ନେଇ ଫେଜ-୨ ଥାନାରେ କେସ୍ ନଂ-୫୮/୨୦୧୬ରେ ଏକ ଏତଲା ରୁଜୁ କରିଥିଲା ପୋଲିସ। ତତ୍କାଳୀନ ଡିସିପି ସଞ୍ଜିବ ଆରୋରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ମାମଲା ଏପର୍ଯ୍ୟନ୍ତ ନାଲି ଫିତା ତଳେ ଚାପି ହୋଇ ରହିଛି।
ଅନୁଯାୟୀ, ୨୦୧୬ ନଭେମ୍ବର ୨୪ ସକାଳ ୧୧ଟାରେ ଗୌରାଙ୍ଗ ମହାନ୍ତି ନାମକ ବ୍ୟକ୍ତି ପ୍ରଥମେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। କାଠଯୋଡ଼ି ନଦୀପଠା ନିକଟରେ ପ୍ରାୟ ୩୦ ରୁ ୩୫ ବର୍ଷ ବୟସର ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଫେଜ-୨ ଥାନାର ପୂର୍ବତନ ଥାନା ଅଧିକାରୀ ଦିଲୀପ ସ୍ବାଇଁ, ତତ୍କାଳୀନ କଟକ ଡିସିପିି ସଞ୍ଜୀବ ଅରୋରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନ୍ସିକ ଟିମ୍, ସ୍ପେଶାଲ ସ୍କ୍ବାଡ୍ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ନଦୀରେ ପଶି କଟାମୁଣ୍ଡ ଖୋଜିଥିଲେ। ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲା। ମୃତଦେହ ନିକଟରୁ ଏକ ମନିପର୍ସକୁ ପୋଲିସ ଜବତ କରିଥିଲେ ବି କୌଣସି ପ୍ରମାଣ ପାଇପାରି ନ ଥିଲା। ତତ୍କାଳୀନ ଡିସିପି ଆରୋରା ମୃତଦେହର ଡିଏନ୍ଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେବା ସହିତ ନିଖୋଜ ଥିବା ସହରର ସମସ୍ତ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ସେ ସମୟରେ ୧୨ ରୁ ୧୪ ଜଣ ବ୍ୟକ୍ତି ଥାନାକୁ ଆସି ମୃତା ମହିଳାଙ୍କୁ ନିଜ ସମ୍ପର୍କୀୟା ବୋଲି ଦାବି କରିଥିଲେ। ମାତ୍ର ଡିଏନ୍ଏ ଟେଷ୍ଟରୁ ମୃତା ମହିଳା ସେମାନଙ୍କର କେହି ସମ୍ପର୍କୀୟ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ଧରେ ଧିରେ ସବୁ ତତ୍ପରତା ଶାନ୍ତ ପଡ଼ିଗଲା। ପୋଲିସ ବି ଚୁପ୍ ବସିଲା। ଜଣକ ପରେ ଜଣେ ପୋଲିସ ଅଧିକାରୀ ଆସୁଛନ୍ତି ହେଲେ ଉକ୍ତ ମାମଲାରେ ଅଗ୍ରଗତି ନେଇ କେହି ଚିନ୍ତିତ ଥିବାର ଜଣାପଡୁନାହିଁ। ଯାହାଦ୍ୱାରା ଏତେବଡ଼ ଘଟଣା ଆଜି ପର୍ଯ୍ୟନ୍ତ ରହସ୍ୟବୃତ୍ତ ହୋଇ ରହିଯାଇଛି।
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
ନିଟ୍ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…
କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା…
୩୨ କେଭି ବିଦ୍ୟୁତ୍ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ
ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ…
ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ
ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍ଡିପିଓ…
Archives

