ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୧୬ ନଭେମ୍ବର ୨୪ରେ କଟକ ନରାଜ ବ୍ୟାରେଜ ନିକଟ କାଠଯୋଡ଼ି ପଠାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ କେହି ବଳାତ୍କାର କରି ମୁଣ୍ଡ କାଟି ନେଇଥିବା ଚର୍ଚ୍ଚା ହେବା ସହ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମଙ୍ଗଳବାର ଏହି ଘଟଣାକୁ ୪ବର୍ଷ ବିତିଛି। ମାତ୍ର ଏପର୍ଯ୍ୟନ୍ତ କଟାମୁଣ୍ଡ ମିଳିଲାନି କି ମହିଳାଙ୍କ ପରିଚୟ ପୋଲିସ ପାଇପାରିଲାନି। ଏ ନେଇ ଫେଜ-୨ ଥାନାରେ କେସ୍ ନଂ-୫୮/୨୦୧୬ରେ ଏକ ଏତଲା ରୁଜୁ କରିଥିଲା ପୋଲିସ। ତତ୍କାଳୀନ ଡିସିପି ସଞ୍ଜିବ ଆରୋରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ମାମଲା ଏପର୍ଯ୍ୟନ୍ତ ନାଲି ଫିତା ତଳେ ଚାପି ହୋଇ ରହିଛି।
ଅନୁଯାୟୀ, ୨୦୧୬ ନଭେମ୍ବର ୨୪ ସକାଳ ୧୧ଟାରେ ଗୌରାଙ୍ଗ ମହାନ୍ତି ନାମକ ବ୍ୟକ୍ତି ପ୍ରଥମେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। କାଠଯୋଡ଼ି ନଦୀପଠା ନିକଟରେ ପ୍ରାୟ ୩୦ ରୁ ୩୫ ବର୍ଷ ବୟସର ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଫେଜ-୨ ଥାନାର ପୂର୍ବତନ ଥାନା ଅଧିକାରୀ ଦିଲୀପ ସ୍ବାଇଁ, ତତ୍କାଳୀନ କଟକ ଡିସିପିି ସଞ୍ଜୀବ ଅରୋରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନ୍ସିକ ଟିମ୍, ସ୍ପେଶାଲ ସ୍କ୍ବାଡ୍ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ନଦୀରେ ପଶି କଟାମୁଣ୍ଡ ଖୋଜିଥିଲେ। ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲା। ମୃତଦେହ ନିକଟରୁ ଏକ ମନିପର୍ସକୁ ପୋଲିସ ଜବତ କରିଥିଲେ ବି କୌଣସି ପ୍ରମାଣ ପାଇପାରି ନ ଥିଲା। ତତ୍କାଳୀନ ଡିସିପି ଆରୋରା ମୃତଦେହର ଡିଏନ୍ଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେବା ସହିତ ନିଖୋଜ ଥିବା ସହରର ସମସ୍ତ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ସେ ସମୟରେ ୧୨ ରୁ ୧୪ ଜଣ ବ୍ୟକ୍ତି ଥାନାକୁ ଆସି ମୃତା ମହିଳାଙ୍କୁ ନିଜ ସମ୍ପର୍କୀୟା ବୋଲି ଦାବି କରିଥିଲେ। ମାତ୍ର ଡିଏନ୍ଏ ଟେଷ୍ଟରୁ ମୃତା ମହିଳା ସେମାନଙ୍କର କେହି ସମ୍ପର୍କୀୟ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ଧରେ ଧିରେ ସବୁ ତତ୍ପରତା ଶାନ୍ତ ପଡ଼ିଗଲା। ପୋଲିସ ବି ଚୁପ୍ ବସିଲା। ଜଣକ ପରେ ଜଣେ ପୋଲିସ ଅଧିକାରୀ ଆସୁଛନ୍ତି ହେଲେ ଉକ୍ତ ମାମଲାରେ ଅଗ୍ରଗତି ନେଇ କେହି ଚିନ୍ତିତ ଥିବାର ଜଣାପଡୁନାହିଁ। ଯାହାଦ୍ୱାରା ଏତେବଡ଼ ଘଟଣା ଆଜି ପର୍ଯ୍ୟନ୍ତ ରହସ୍ୟବୃତ୍ତ ହୋଇ ରହିଯାଇଛି।

୮୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ
ମାଲକାନଗିରି,୨୬ା୬(ଡି.ଏନ୍.ଏ.)-ସରକାରୀ ଜାଗାରେ ଘର କରିବା ନେଇ ହୋଇଥିବା ମାମଲାକୁ ଉଠାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ୮୦ ହଜାର ଟଙ୍କା...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ
ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି...

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗଜପତି,୧୫।୧୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣି ବ୍ଲକ ଲାବନ୍ୟଗଡ଼ ପଞ୍ଚାୟତର ଏସ୍ .ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁସମନ୍ତ ନାୟକଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ...

ଆଜି ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ
ଭୁବନେଶ୍ୱର,୮ା୭(ବ୍ୟୁରୋ): ଭାଜପା ସମର୍ଥିତ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ...

ବରୀରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ
ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ...

୫୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଚାଷଜମିକୁ ପର୍ଯ୍ୟାପ୍ତ ଜଳସେଚନ ପାଇଁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ନିକଟରେ ମୁଖ୍ୟ...

ସକାରାତ୍ମକ ଦୃଷ୍ଟିଭଙ୍ଗୀ କୌଶଳ ମନୋଜଙ୍କୁ ଜଣାଥିଲା: ତଥାଗତ
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ଜୀବନରେ ସବୁ କଥାକୁ କିପରି ସକାରାତ୍ମକ ଦୃଷ୍ଟିରେ ଦେଖାଯାଇପାରିବ ତା’ର କୌଶଳ କଥାକାର ମନୋଜ ଦାସଙ୍କଠାରୁ ଶିଖିବାକୁ ମିଳିଥିଲା। ପଣ୍ଡିଚେରୀରେ ପଢୁଥିବାବେଳେ ସେଠାରେ ତାଙ୍କ...

ବିପଦରେ ବନ୍ୟଜୀବନ
ଢେଙ୍କାନାଳ ଅଫିସ୍, ୬ା୫ କପିଳାସ ଅଭୟାରଣ୍ୟ। ଏକଦା ଏହି ସଂରକ୍ଷିତ ଜଙ୍ଗଲ ଭର୍ତ୍ତି ହୋଇଥିଲା ନଭଶ୍ଚୁମ୍ବୀ ଦ୍ରୁମରେ। ପଡୁ ନ ଥିଲା ସୂର୍ଯ୍ୟକିରଣ। ଏଠାକାର ଥଣ୍ଡା...