Posted inରାଜ୍ୟ

୪ ବର୍ଷ ପରେ ବି ମିଳିଲାନି ପରିଚୟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୧୬ ନଭେମ୍ବର ୨୪ରେ କଟକ ନରାଜ ବ୍ୟାରେଜ ନିକଟ କାଠଯୋଡ଼ି ପଠାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ କେହି ବଳାତ୍କାର କରି ମୁଣ୍ଡ କାଟି ନେଇଥିବା ଚର୍ଚ୍ଚା ହେବା ସହ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମଙ୍ଗଳବାର ଏହି ଘଟଣାକୁ ୪ବର୍ଷ ବିତିଛି। ମାତ୍ର ଏପର୍ଯ୍ୟନ୍ତ କଟାମୁଣ୍ଡ ମିଳିଲାନି କି ମହିଳାଙ୍କ ପରିଚୟ ପୋଲିସ ପାଇପାରିଲାନି। ଏ ନେଇ ଫେଜ-୨ ଥାନାରେ କେସ୍‌ ନଂ-୫୮/୨୦୧୬ରେ ଏକ ଏତଲା ରୁଜୁ କରିଥିଲା ପୋଲିସ। ତତ୍କାଳୀନ ଡିସିପି ସଞ୍ଜିବ ଆରୋରାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ମାମଲା ଏପର୍ଯ୍ୟନ୍ତ ନାଲି ଫିତା ତଳେ ଚାପି ହୋଇ ରହିଛି।
ଅନୁଯାୟୀ, ୨୦୧୬ ନଭେମ୍ବର ୨୪ ସକାଳ ୧୧ଟାରେ ଗୌରାଙ୍ଗ ମହାନ୍ତି ନାମକ ବ୍ୟକ୍ତି ପ୍ରଥମେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। କାଠଯୋଡ଼ି ନଦୀପଠା ନିକଟରେ ପ୍ରାୟ ୩୦ ରୁ ୩୫ ବର୍ଷ ବୟସର ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଫେଜ-୨ ଥାନାର ପୂର୍ବତନ ଥାନା ଅଧିକାରୀ ଦିଲୀପ ସ୍ବାଇଁ, ତତ୍କାଳୀନ କଟକ ଡିସିପିି ସଞ୍ଜୀବ ଅରୋରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନ୍‌ସିକ ଟିମ୍‌, ସ୍ପେଶାଲ ସ୍କ୍ବାଡ୍‌ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ନଦୀରେ ପଶି କଟାମୁଣ୍ଡ ଖୋଜିଥିଲେ। ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲା। ମୃତଦେହ ନିକଟରୁ ଏକ ମନିପର୍ସକୁ ପୋଲିସ ଜବତ କରିଥିଲେ ବି କୌଣସି ପ୍ରମାଣ ପାଇପାରି ନ ଥିଲା। ତତ୍କାଳୀନ ଡିସିପି ଆରୋରା ମୃତଦେହର ଡିଏନ୍‌ଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେବା ସହିତ ନିଖୋଜ ଥିବା ସହରର ସମସ୍ତ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ସେ ସମୟରେ ୧୨ ରୁ ୧୪ ଜଣ ବ୍ୟକ୍ତି ଥାନାକୁ ଆସି ମୃତା ମହିଳାଙ୍କୁ ନିଜ ସମ୍ପର୍କୀୟା ବୋଲି ଦାବି କରିଥିଲେ। ମାତ୍ର ଡିଏନ୍‌ଏ ଟେଷ୍ଟରୁ ମୃତା ମହିଳା ସେମାନଙ୍କର କେହି ସମ୍ପର୍କୀୟ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ଧରେ ଧିରେ ସବୁ ତତ୍ପରତା ଶାନ୍ତ ପଡ଼ିଗଲା। ପୋଲିସ ବି ଚୁପ୍‌ ବସିଲା। ଜଣକ ପରେ ଜଣେ ପୋଲିସ ଅଧିକାରୀ ଆସୁଛନ୍ତି ହେଲେ ଉକ୍ତ ମାମଲାରେ ଅଗ୍ରଗତି ନେଇ କେହି ଚିନ୍ତିତ ଥିବାର ଜଣାପଡୁନାହିଁ। ଯାହାଦ୍ୱାରା ଏତେବଡ଼ ଘଟଣା ଆଜି ପର୍ଯ୍ୟନ୍ତ ରହସ୍ୟବୃତ୍ତ ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri