Posted inରାଜ୍ୟ

୪ ବର୍ଷ ପରେ ବି ମିଳିଲାନି ପରିଚୟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୧୬ ନଭେମ୍ବର ୨୪ରେ କଟକ ନରାଜ ବ୍ୟାରେଜ ନିକଟ କାଠଯୋଡ଼ି ପଠାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ କେହି ବଳାତ୍କାର କରି ମୁଣ୍ଡ କାଟି ନେଇଥିବା ଚର୍ଚ୍ଚା ହେବା ସହ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମଙ୍ଗଳବାର ଏହି ଘଟଣାକୁ ୪ବର୍ଷ ବିତିଛି। ମାତ୍ର ଏପର୍ଯ୍ୟନ୍ତ କଟାମୁଣ୍ଡ ମିଳିଲାନି କି ମହିଳାଙ୍କ ପରିଚୟ ପୋଲିସ ପାଇପାରିଲାନି। ଏ ନେଇ ଫେଜ-୨ ଥାନାରେ କେସ୍‌ ନଂ-୫୮/୨୦୧୬ରେ ଏକ ଏତଲା ରୁଜୁ କରିଥିଲା ପୋଲିସ। ତତ୍କାଳୀନ ଡିସିପି ସଞ୍ଜିବ ଆରୋରାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ମାମଲା ଏପର୍ଯ୍ୟନ୍ତ ନାଲି ଫିତା ତଳେ ଚାପି ହୋଇ ରହିଛି।
ଅନୁଯାୟୀ, ୨୦୧୬ ନଭେମ୍ବର ୨୪ ସକାଳ ୧୧ଟାରେ ଗୌରାଙ୍ଗ ମହାନ୍ତି ନାମକ ବ୍ୟକ୍ତି ପ୍ରଥମେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। କାଠଯୋଡ଼ି ନଦୀପଠା ନିକଟରେ ପ୍ରାୟ ୩୦ ରୁ ୩୫ ବର୍ଷ ବୟସର ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଫେଜ-୨ ଥାନାର ପୂର୍ବତନ ଥାନା ଅଧିକାରୀ ଦିଲୀପ ସ୍ବାଇଁ, ତତ୍କାଳୀନ କଟକ ଡିସିପିି ସଞ୍ଜୀବ ଅରୋରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନ୍‌ସିକ ଟିମ୍‌, ସ୍ପେଶାଲ ସ୍କ୍ବାଡ୍‌ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ନଦୀରେ ପଶି କଟାମୁଣ୍ଡ ଖୋଜିଥିଲେ। ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲା। ମୃତଦେହ ନିକଟରୁ ଏକ ମନିପର୍ସକୁ ପୋଲିସ ଜବତ କରିଥିଲେ ବି କୌଣସି ପ୍ରମାଣ ପାଇପାରି ନ ଥିଲା। ତତ୍କାଳୀନ ଡିସିପି ଆରୋରା ମୃତଦେହର ଡିଏନ୍‌ଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେବା ସହିତ ନିଖୋଜ ଥିବା ସହରର ସମସ୍ତ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ସେ ସମୟରେ ୧୨ ରୁ ୧୪ ଜଣ ବ୍ୟକ୍ତି ଥାନାକୁ ଆସି ମୃତା ମହିଳାଙ୍କୁ ନିଜ ସମ୍ପର୍କୀୟା ବୋଲି ଦାବି କରିଥିଲେ। ମାତ୍ର ଡିଏନ୍‌ଏ ଟେଷ୍ଟରୁ ମୃତା ମହିଳା ସେମାନଙ୍କର କେହି ସମ୍ପର୍କୀୟ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ଧରେ ଧିରେ ସବୁ ତତ୍ପରତା ଶାନ୍ତ ପଡ଼ିଗଲା। ପୋଲିସ ବି ଚୁପ୍‌ ବସିଲା। ଜଣକ ପରେ ଜଣେ ପୋଲିସ ଅଧିକାରୀ ଆସୁଛନ୍ତି ହେଲେ ଉକ୍ତ ମାମଲାରେ ଅଗ୍ରଗତି ନେଇ କେହି ଚିନ୍ତିତ ଥିବାର ଜଣାପଡୁନାହିଁ। ଯାହାଦ୍ୱାରା ଏତେବଡ଼ ଘଟଣା ଆଜି ପର୍ଯ୍ୟନ୍ତ ରହସ୍ୟବୃତ୍ତ ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri