୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ଜିମ୍ନାସିୟମ

ଜଗତ୍‌ସିଂହପୁର ଅଫିସ, ୧୬ା୯:ଜଗତ୍‌ସିଂହପୁର ସହରରେ ଜିମ୍ନାସିୟମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ବର୍ଷ ତଳୁ ତିଆରି ପାଇଁ ଚିନ୍ତା କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍‌ସିଂହପୁର ପୌର ପରିଷଦ ମାର୍କେଟ୍‌ କମ୍ପ୍ଲେକ୍ସ ବିଲ୍ଡିଂ ଉପରେ ଏହା କରାଯିବା ପାଇଁ ସ୍ଥିର ହୋଇଥିଲା । ଏନେଇ ଆଇଓସିଏଲ୍‌(ଭାରତୀୟ ତୈଳ ନିଗମ)ର ସହାୟତା ଲୋଡା ଯାଇଥିଲା। ଆଇଓସିଏଲ୍‌ ୭୫୦ ବର୍ଗ ଫୁଟ ବିଶିଷ୍ଟ ହଲ୍‌ ନିିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲା । ୩୧ା୮ା୨୦୨୦ରେ ତତ୍କାଳୀନ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏନେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତତ୍କାଳୀନ ଜିଲାପାଳ ତଥା ଜଗତ୍‌ସିଂହପୁର ପୌର ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ଏହି ହଲ୍‌ ନିର୍ମାଣ କାମ ସରିବାରେ ଯଥେଷ୍ଟ ବିଳମ୍ବ ହୋଇଛି। ଏବେ ଚଟାଣରେ ମାର୍ବଲ ପଡୁଥିବା ବେଳେ ଜିମ୍‌ ଉପକରଣ କିଣାଯାଇନାହିଁ। ଆଉ କୌଣସି ସଂସ୍ଥା ଏଥିପାଇଁ ସହାୟତା ଯୋଗାଇବା ଆଶାରେ ପୌର ପ୍ରଶାସନ ଅନାଇ ବସିଥିବା ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆଇଓସିଏଲ୍‌ ଅନୁଦାନ ପୂର୍ଣ୍ଣ ଭାବେ ବିନିଯୋଗ ହୋଇସାରିଛି । କିନ୍ତୁ ଜିମ୍‌ ସାମଗ୍ରୀ କିଣାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଉପକରଣ କିଣିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ପରିଷଦ ଅର୍ଥ ଖର୍ଚ୍ଚ କଲେ ଉପକରଣ କିଣାଯିବ ଏବଂ ତା’ପରେ ଜିମ୍ନାସିୟମ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। କେବଳ ଏତିକି ନୁହେଁ, ଓପନ୍‌ ଜିମ୍‌ ପାଇଁ ଜମି ଚିହ୍ନଟ ନ ହେବା ଆଲୋଚନାର ବିଷୟ ହୋଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପ୍ରତି ୱାର୍ଡରେ ଓପନ ଜିମ୍‌ ହେବ। ୧୦ା୧୧ା୨୦୨୧ରେ ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଜିମ୍‌ ଉପକରଣ ସ୍ଥାପନ ପାଇଁ ମାନୁଫାକ୍ଚରର୍‌/ଅଥରାଇଜଡ୍‌ ଡିଷ୍ଟ୍ରିବ୍ୟୁଟର/ଅଥରାଇଜଡ୍‌ ସପ୍ଲାୟର ଚୟନ ପାଇଁ ବିଜ୍ଞାପନ କରିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ। ଏଥିରେ ଜିମ୍‌ ନିମନ୍ତେ ବିଭିନ୍ନ ଉପକରଣ କିଣିବା ପାଇଁ ଉଲ୍ଲେଖ ଥିଲା। ସେଗୁଡ଼ିକ ମଧ୍ୟରେ ଏୟାର ୱାକର/ଏରିଅଲ ଷ୍ଟ୍ରୋଲର, ଏବିବି କ୍ରଞ୍ଚ କିମ୍ବା ସିଟ୍‌-ଅପ ବେଞ୍ଚ, ଏୟାର ସ୍ବିଙ୍ଗ, ଟ୍ବିଷ୍ଟର, ଗ୍ଲାଇଡର, ନି/ହିପ ରେଜ୍‌ ଅନ ପାରାଲାଲ ବାର୍‌ସ, ବିଗ ସୋଲଜର୍‌ ହୁଇଲ୍‌, ସ୍ପିନର, ବେଞ୍ଚ ଉଇଥ ଫିକ୍ସଡ୍‌ ଡମ୍ବବେଲ୍‌, ବେଞ୍ଚ ଉଇଥ ଫିକ୍ସଡ୍‌ ୱେଟ୍‌ ଲିଫ୍ଟ, ପୋଲ୍‌ସ ଉଇଥ ଫିକ୍ସଡ୍‌ ୱେଟ୍‌, ଚେଷ୍ଟ ପ୍ରେସ୍‌, ୱାଲକର୍‌, ପୁସ୍‌ ଅପ ବାର୍‌, ସୋଲ୍‌ଜର ଏକ୍ସରସାଇଜର, ଲେଗ୍‌ ରୋଲର (ସ୍ପେଶିଆଲି ଆବ୍ଲେଡ୍‌) ଓ ସୋଲଜର୍‌ ବିଲ୍ଡର (ସ୍ପେଶିଆଲି ଆବ୍ଲେଡ୍‌) ଆଦି ପ୍ରମୁଖ ରହିଛି।
ଜଗତ୍‌ସିଂହପୁର ପୌରାଞ୍ଚଳର ୨୧ରୁ ୧୦ଟି ୱାର୍ଡରେ ଓପନ ଜିମ୍‌ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆନ୍ତରିକତାର ଅଭାବରୁ ଏ ପର୍ଯ୍ୟନ୍ତ ଗୋଟିଏ ବି ଓପନ୍‌ ଜିମ୍‌ ସ୍ଥାପନ ହୋଇପାରି ନାହିଁ । ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ଓପନ ଜିମ୍‌ ପାଇଁ ଜମି ସମସ୍ୟା ରହିଛି । ଜମି ଚିହ୍ନଟ ପରେ ଓପନ ଜିମ୍‌ ସ୍ଥାପନ ହେବ । ଗୋଟିଏ ସଂସ୍ଥା ଏଥିପାଇଁ ଉପକରଣ ଯୋଗାଇ ଦେବ ବୋଲି ସ୍ଥିର ହୋଇଛି। ପରିଷଦ ମାର୍କେଟ କମ୍ପ୍ଲେକ୍ସ ଉପରେ ଜିମ୍ନାସିୟମ ହେବା ନିଷ୍ପତ୍ତି ସମ୍ପର୍କରେ ସିଂହ କହିଛନ୍ତି, ଏଥିପାଇଁ ହଲ୍‌ ନିର୍ମାଣ ସରିଥିଲେ ସୁଦ୍ଧା ଉପକରଣ କିଣାଯାଇପାରୁନାହିଁ। ତେଣୁ ଓପନ୍‌ ଜିମ୍‌ ପାଇଁ ଯେଉଁ ଉପକରଣ ଆସିଛି ସେଥିରୁ କିଛି ଏହି ଜିମ୍‌ରେ ସ୍ଥାପନ କରାଯିବା ପାଇଁ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri