କାର୍ଯ୍ୟାଦେଶର ୨ବର୍ଷ ପରେ ବି ମିଳୁନି ଅର୍ଥ

କଟକ ଅଫିସ,୨୯।୯:କଟକ ମହାନଗର ନିଗମ ଅଧୀନ ୫୯ ନମ୍ବର ୱାର୍ଡର ଅନେକ ବାସିନ୍ଦା ୨୦୧୭ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଏହାପରେ ସେମାନେ ନିଜ ଅର୍ଥରେ ଘର ନିର୍ମାଣ ଆରମ୍ଭ କରିଥିଲେ। ଘର କରିବାର କିଛି ଦିନ ପରେ ଟଙ୍କା ମିଳିବ ବୋଲି କୁହାଗଲା। ତେବେ ଇତିମଧ୍ୟରେ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି। କିନ୍ତୁ ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଟଙ୍କାଟିଏ ବି ମିଳି ନାହିଁ। ଏ ନେଇ ସିଏମ୍‌ସିରେ ବାରମ୍ବାର ଜଣାଇ ନିରାଶ ହେବାକୁ ପଡ଼ିଛି। ତେଣୁ ହିତାଧିକାରୀମାନେ ସିଏମସି କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ୫୯ ନମ୍ବର ୱାର୍ଡ ମୁଗଭଙ୍ଗା ଅଞ୍ଚଳର ଗୀତା ଦାସ ୨୦୧୭ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ପାଇଥିଲେ। ସେ ପ୍ରଥମେ ନିଜ ସଞ୍ଚିତ ଟଙ୍କା ଖର୍ଚ୍ଚ କରି କାମ ଆରମ୍ଭ କରିଥିଲେ। ସରକାରୀ ଅଫିସରମାନେ ଘର ପରିଦର୍ଶନରେ ଆସି ଖୁବଶୀଘ୍ର ଟଙ୍କା ମିଳିବ ବୋଲି କହିଥିଲେ। ମାତ୍ର ଘର ନିର୍ମାଣ ଲାଗି ଧାର କରଜ କରିଥିବା ଟଙ୍କା ଶୁଝି ନ ପାରି ଗୀତାଙ୍କ ସ୍ବାମୀ ବାବୁଲି ଦାସ ପ୍ରାଣ ହରାଇଲେ। ଏହାପରେ ଗୀତା ସିଏମସି ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଥିଲେ। ମାତ୍ର ପଦକ୍ଷେପ ନିଆଗଲା ନାହିଁ। ସେହିପରି ଉକ୍ତ ୱାର୍ଡର ଅନ୍ୟଜଣେ ହିତାଧିକାରୀ ରଞ୍ଚୁ ଦାସ। ତାଙ୍କୁ ମଧ୍ୟ ଗତ ୨୦୧୭ ଡିସେମ୍ବରରେ ଘର ପାଇଁ କାର୍ଯ୍ୟାଦେଶ ମିଳିଥିଲା। ନିର୍ମାଣର କିଛି ଦିନ ପରେ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ମିଳିଲା। କିନ୍ତୁ ପରେ ଆଉ ଟଙ୍କା ନ ମିଳିବାରୁ ଘର ଅଧପନ୍ତରିଆ ହୋଇପଡ଼ି ରହିଲା। ଏ ନେଇ ହିତାଧିକାରୀ ଦ୍ୱୟ ସୋମବାର ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଆଗାମୀ ୭ଦିନ ମଧ୍ୟରେ ପ୍ରାପ୍ୟ ଅର୍ଥ ନ ମିଳିଲେ ସେମାନେ ପରିବାର ସହ ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସିଏମ୍‌ସି କମିଶନର ଦାସ କହିଛନ୍ତି, ଏ ବିଷୟରେ ସମ୍ପୃକ୍ତ ହିତାଧିକାରୀ ମୋତେ ଅବଗତ କରାଇଛନ୍ତି। କେଉଁ କାରଣ ଯୋଗୁ ସେମାନଙ୍କୁ ଟଙ୍କା ଦିଆଯାଇନାହିଁ ତାହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri