କାର୍ଯ୍ୟାଦେଶର ୨ବର୍ଷ ପରେ ବି ମିଳୁନି ଅର୍ଥ

କଟକ ଅଫିସ,୨୯।୯:କଟକ ମହାନଗର ନିଗମ ଅଧୀନ ୫୯ ନମ୍ବର ୱାର୍ଡର ଅନେକ ବାସିନ୍ଦା ୨୦୧୭ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଏହାପରେ ସେମାନେ ନିଜ ଅର୍ଥରେ ଘର ନିର୍ମାଣ ଆରମ୍ଭ କରିଥିଲେ। ଘର କରିବାର କିଛି ଦିନ ପରେ ଟଙ୍କା ମିଳିବ ବୋଲି କୁହାଗଲା। ତେବେ ଇତିମଧ୍ୟରେ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି। କିନ୍ତୁ ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଟଙ୍କାଟିଏ ବି ମିଳି ନାହିଁ। ଏ ନେଇ ସିଏମ୍‌ସିରେ ବାରମ୍ବାର ଜଣାଇ ନିରାଶ ହେବାକୁ ପଡ଼ିଛି। ତେଣୁ ହିତାଧିକାରୀମାନେ ସିଏମସି କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ୫୯ ନମ୍ବର ୱାର୍ଡ ମୁଗଭଙ୍ଗା ଅଞ୍ଚଳର ଗୀତା ଦାସ ୨୦୧୭ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ପାଇଥିଲେ। ସେ ପ୍ରଥମେ ନିଜ ସଞ୍ଚିତ ଟଙ୍କା ଖର୍ଚ୍ଚ କରି କାମ ଆରମ୍ଭ କରିଥିଲେ। ସରକାରୀ ଅଫିସରମାନେ ଘର ପରିଦର୍ଶନରେ ଆସି ଖୁବଶୀଘ୍ର ଟଙ୍କା ମିଳିବ ବୋଲି କହିଥିଲେ। ମାତ୍ର ଘର ନିର୍ମାଣ ଲାଗି ଧାର କରଜ କରିଥିବା ଟଙ୍କା ଶୁଝି ନ ପାରି ଗୀତାଙ୍କ ସ୍ବାମୀ ବାବୁଲି ଦାସ ପ୍ରାଣ ହରାଇଲେ। ଏହାପରେ ଗୀତା ସିଏମସି ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଥିଲେ। ମାତ୍ର ପଦକ୍ଷେପ ନିଆଗଲା ନାହିଁ। ସେହିପରି ଉକ୍ତ ୱାର୍ଡର ଅନ୍ୟଜଣେ ହିତାଧିକାରୀ ରଞ୍ଚୁ ଦାସ। ତାଙ୍କୁ ମଧ୍ୟ ଗତ ୨୦୧୭ ଡିସେମ୍ବରରେ ଘର ପାଇଁ କାର୍ଯ୍ୟାଦେଶ ମିଳିଥିଲା। ନିର୍ମାଣର କିଛି ଦିନ ପରେ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ମିଳିଲା। କିନ୍ତୁ ପରେ ଆଉ ଟଙ୍କା ନ ମିଳିବାରୁ ଘର ଅଧପନ୍ତରିଆ ହୋଇପଡ଼ି ରହିଲା। ଏ ନେଇ ହିତାଧିକାରୀ ଦ୍ୱୟ ସୋମବାର ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଆଗାମୀ ୭ଦିନ ମଧ୍ୟରେ ପ୍ରାପ୍ୟ ଅର୍ଥ ନ ମିଳିଲେ ସେମାନେ ପରିବାର ସହ ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସିଏମ୍‌ସି କମିଶନର ଦାସ କହିଛନ୍ତି, ଏ ବିଷୟରେ ସମ୍ପୃକ୍ତ ହିତାଧିକାରୀ ମୋତେ ଅବଗତ କରାଇଛନ୍ତି। କେଉଁ କାରଣ ଯୋଗୁ ସେମାନଙ୍କୁ ଟଙ୍କା ଦିଆଯାଇନାହିଁ ତାହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri