ପିଲା ରହିବେ ଫିଟ୍‌

ପିଲାମାନଙ୍କଠାରେ ସାଧାରଣତଃ ଏଣେ ତେଣେ ହାତ ମାରିବା, ଯେକୌଣସି ଜିନିଷ ପାଟିରେ ପୂରାଇବା, ପାଣିରେ ଓଦା ହେବା ଭଳି ବିଭିନ୍ନ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଏମିତିରେ ପିଲାଙ୍କୁ ଫିଟ୍‌ ରଖିବା ଲାଗି କେଉଁସବୁ ଦିଗ ପ୍ରତି ଯତ୍ନଶୀଳ ହେବେ ଜାଣି ରଖନ୍ତୁ ।
ପିଲାମାନେ ଖେଳକୁଦ କରୁଥିବାରୁ ସେମାନଙ୍କ ଦେହରେ ଅଧିକ ଝାଳ ହୋଇଥାଏ। ହେଲେ ଥଣ୍ଡା ଧରିବା ଡରରେ ଅନେକେ ଏଦିନେ ପିଲାଙ୍କୁ ଆଦୌ ଗାଧାନ୍ତି ନାହିଁ। ହେଲେ ଏପରି କରିବା ଠିକ୍‌ ନୁହେଁ। ତେଣୁ ପିଲାଙ୍କୁ ସଫା, ଜୀବାଣୁମୁକ୍ତ, ନିରୋଗ ରଖିବା ଲାଗି ଆବଶ୍ୟକ ମାତ୍ରାରେ ଥଣ୍ଡା ପରିବର୍ତ୍ତେ ନଖ ଉଷୁମ ପାଣିରେ ଗାଧାନ୍ତୁ। ପିଲାଙ୍କୁ ପ୍ରତିଦିନ ଗାଧେଇବା ଅଭ୍ୟାସ କରାନ୍ତୁ ଏବଂ ଗାଧେଇବା ପରେ ଭଲ ଭାବେ ପୋଛି ନରମ ଏବଂ ଆରାମଦାୟକ ପୋଷାକ ପିନ୍ଧାନ୍ତୁ।
ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ତେଣୁ ପିଲାଙ୍କୁ ଜୀବଜନ୍ତୁଙ୍କ ଠାରୁ ଦୂରେଇ ରଖନ୍ତୁ। ସେମାନଙ୍କ ପୋଷାକ ଆଣ୍ଟିସେପ୍ଟିକ୍‌ କିମ୍ବା ମେଡ଼ିକେଟେଡ୍‌ ସଲ୍ୟୁଶନ୍‌ରେ ସଫା କରନ୍ତୁ। ସେମାନଙ୍କ ଶରୀରକୁ ଓଦା ହେବାକୁ ଦିଅନ୍ତୁ ନାହିଁ ସର୍ବଦା ସଫା ଏବଂ ଶୁଖିଲା ରଖନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ କୁଣ୍ଡାଇ ହେବା କିମ୍ବା ଲାଲ୍‌ ଦାଗ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ପିଲାଙ୍କ ନଖ ବଡ଼ ହେବା ମାତ୍ରେ କାଟିଦିଅନ୍ତୁ। ସେମାନଙ୍କ ହାତ ବାରମ୍ବାର ଓଦା ହେବାକୁ ଦିଅନ୍ତୁ ନାହିଁ। ନଚେତ୍‌ ଏହା ଦ୍ୱାରା ମଧ୍ୟ ଇନ୍‌ଫେକ୍ସନ୍‌ର ଆଶଙ୍କା ରହିଛି।
ଯଦି କିଛି ତ୍ୱଚା ସମ୍ବନ୍ଧିତ ଅସୁବିଧା ଯଥା କୁଣ୍ଡେଇ ହେବା, ଫଳିଯିବା, ଲାଲ୍‌ ପଡିବା ଆଦି ଦେଖନ୍ତି ତେବେ କିଛି ଲିମ୍ବ ପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାନ୍ତୁ। ଏହି ପ୍ରାକୃତିକ ଉପାୟ ପିଲାଙ୍କ ତ୍ୱଚା ସମସ୍ୟା ସହଜରେ ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri